ଓଡିଶା

odisha

ETV Bharat / state

ମହମ୍ମଦ ଜୟନ୍ତୀରେ ଉତ୍ସବମୁଖର ଜଗତସିଂହପୁର, ଚାରା ବଣ୍ଟନ ସହ ପରିବେଶ ସୁରକ୍ଷାର ବାର୍ତ୍ତା

ଜଗତସିଂହପୁରର ବିଭିନ୍ନ ସ୍ଥାନରେ ଆଜି ମହାପୁରୁଷ ହଜରଦ ମହମ୍ମଦଙ୍କ ଜୟନ୍ତୀ ପାଳିତ ହୋଇଛି। ସହର ପରିକ୍ରମା କରି ହଜରଦ ମହମ୍ମଦଙ୍କ ବାର୍ତ୍ତା ପ୍ରଚାର କରିଛନ୍ତି ଇସଲାମ ସମ୍ପ୍ରଦାୟର ଲୋକେ।

By ETV Bharat Odisha Team

Published : Sep 28, 2023, 10:35 PM IST

birth anniversary of prophet muhammad
ମହମ୍ମଦ ଜୟନ୍ତୀରେ ଉତ୍ସବମୁଖର ଜଗତସିଂହପୁର

ମହମ୍ମଦ ଜୟନ୍ତୀରେ ଉତ୍ସବମୁଖର ଜଗତସିଂହପୁର

ଜଗତସିଂହପୁର: ଜିଲ୍ଲାର ବିଭିନ୍ନ ସ୍ଥାନରେ ଆଜି ମହାପୁରୁଷ ହଜରଦ ମହମ୍ମଦଙ୍କ ଜୟନ୍ତୀ ପାଳିତ ହୋଇଛି। ଜଗତସିଂହପୁରରେ ମୁସଲମାନ ସମ୍ପ୍ରଦାୟର ବ୍ୟକ୍ତିମାନେ ଆନନ୍ଦ ଉଲ୍ଲାସର ସହିତ ଏହି ପର୍ବ ପାଳନ କରିଛନ୍ତି। ସକାଳୁ ସକାଳୁ ମୁସଲମାନମାନେ ହଜରଦ ମହମ୍ମଦଙ୍କ ଉଦ୍ଦେଶ୍ୟରେ ସାମୂହିକ ପ୍ରାର୍ଥନା କରିବା ସହିତ ନମାଜ ପାଠ କରିଥିଲେ। ଜଗତସିଂହପୁରର ମୁସଲିମ ସମ୍ପ୍ରଦାୟର ଲୋକମାନେ ସ୍ଥାନୀୟ ଥାନା ଛକ ନିକଟରେ ଏକତ୍ରିତ ହୋଇ ଶୋଭାଯାତ୍ରାରେ ଏକ ବାହାରିଥିଲେ । ପରେ ପରିବେଶ ସୁରକ୍ଷା ପାଇଁ ସଚେତନ କରାଇବା ସହ ବିଭିନ୍ନ ବୃକ୍ଷର ଚାରା ଲୋକମାନଙ୍କୁ ବାଣ୍ଟିଥିଲେ।

ସେହିପରି ବାଲିକୁଦା ଅଞ୍ଚଳରେ ମଧ୍ୟ ହଜରଦ ମହମ୍ମଦଙ୍କ ଜୟନ୍ତୀ ପାଳନ କରାଯାଇଛି । ବାଲିକୁଦା ବଜାର ନିକଟରେ ଥିବା ମସଜିଦରେ ଆଜି ହଜାର ହଜାର ସଂଖ୍ୟାରେ ମୁସଲମାନମାନେ ଏକାଠି ହୋଇ ନମାଜ ପାଠ କରିଥିଲେ। ପରେ ସହର ପରିକ୍ରମା କରି ହଜରଦ ମହମ୍ମଦଙ୍କ ବାର୍ତ୍ତା ପ୍ରଚାର କରିଥିଲେ। ପାରାଦ୍ୱୀପରେ ମଧ୍ୟ ହଜରଦ ମହମ୍ମଦଙ୍କ ଜୟନ୍ତୀ ଧୁମଧାମରେ ପାଳନ କରିଛନ୍ତି ମୁସଲମାନ ସମ୍ପ୍ରଦାୟର ଲୋକେ। ପାରାଦ୍ୱୀପ ସ୍ଥିତ ମସଜିଦରେ ସ୍ବତନ୍ତ୍ର ନମାଜ ପାଠର ଆୟୋଜନ କରାଯାଇଥିଲା। ଶହ ଶହ ମୁସଲମାନ ମାନେ ଏକାଠି ହୋଇ ନମାଜ ପାଠ କରିବା ସହିତ ଶୋଭାଯାତ୍ରାରେ ବାହାରି ସହର ପରିକ୍ରମା କରିଥିଲେ।

ଏହା ବି ପଢନ୍ତୁ...ଧର୍ମଗୁରୁ ମହମ୍ମଦଙ୍କ ଜୟନ୍ତୀ, ବିଶ୍ବରେ ଶାନ୍ତି ପ୍ରତିଷ୍ଠା ପାଇଁ ମୁସଲିମ ଧର୍ମାବଲମ୍ବୀଙ୍କ ପ୍ରାର୍ଥନା

ଏହି ରାଲି ମାଧ୍ୟମରେ ସେମାନେ ସମାଜରେ ସକରାତ୍ମକ ବାର୍ତ୍ତା ବାଣ୍ଟିଛନ୍ତି। ଶାନ୍ତି, ମୈତ୍ରୀର ପ୍ରଚାର କରିଥିଲେ ମହାପୁରୁଷ ହଜରଦ ମହମ୍ମଦ। ସେ ବିଶ୍ୱକୁ ଶାନ୍ତିର ମାର୍ଗ ଦେଖାଇଥିବା ମୁସଲମାନ ଧର୍ମଗୁରୁ ପ୍ରକାଶ କରିଛନ୍ତି। ପ୍ରଫେଟ ମହମ୍ମଦଙ୍କ ତ୍ଯାଗ ଓ ବଳିଦାନକୁ ମନେ ପକାଇବା ଉଦ୍ଦେଶ୍ୟରେ ତାଙ୍କର ଜୟନ୍ତୀରେ ଏହିଭଳି ଶୋଭାଯାତ୍ରାର ଆୟୋଜନ କରାଯାଇଥାଏ। ଏହାକୁ ନେଇ ଜଗତସିଂହପୁର ଓ ପାରାଦ୍ବୀପରେ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଥିଲା।

ଏହା ବି ପଢନ୍ତୁ...Eid Milad Un Nabi: ମହମ୍ମଦ ଜୟନ୍ତୀରେ ବାହାରିଲା ବିଶାଳ ଶୋଭାଯାତ୍ରା

ଏହା ବି ପଢନ୍ତୁ...ପ୍ରଫେଟ ମହମ୍ମଦଙ୍କ ଜୟନ୍ତୀ, ଭାଇଚାରାର ସନ୍ଦେଶ ବାଣ୍ଟିଲା ମୁସଲିମ କମିଟି

ମୁସଲମାନ ସମ୍ପ୍ରଦାୟର ଲୋକେ ଏକାଠି ହୋଇ ସମୂହ ନମାଜ ପାଠରେ ଶୋଭାଯାତ୍ରାରେ ସହର ପରିକ୍ରମା କରିଛନ୍ତି। ଶାନ୍ତି ଓ ଭାଇଚାରାର ବାର୍ତ୍ତା ବାଣ୍ଟି ଧର୍ମଗୁରୁ ମହମ୍ମଦଙ୍କୁ ସ୍ମରମ କରିଛନ୍ତି। ଧର୍ମୀୟ ଭାବନାକୁ ନେଇ ଯେପରି କୌଣସି ଅପ୍ରୀତିକର ପରିସ୍ଥିତି ସୃଷ୍ଟି ନହୁଏ ସେଥିପାଇଁ ଜଗତସିଂହପୁର ଓ ପାରାଦୀପ ପୋଲିସ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଥିଲା।



ଇଟିଭି ଭାରତ, ଜଗତସିଂହପୁର

ABOUT THE AUTHOR

...view details