ଜଗତସିଂହପୁର:ସଡ଼କ ସୁରକ୍ଷା ସପ୍ତାହ ପାଳନ ପରିପ୍ରେକ୍ଷୀରେ ଜଗତସିଂହପୁର ଜିଲ୍ଲା ପୋଲିସ ଓ ଆଞ୍ଚଳିକ ପରିବହନ ବିଭାଗ ପକ୍ଷରୁ ଏକ ବିଶାଳ ସାଇକେଲ ମାରାଥନ ରାଲି ଅନୁଷ୍ଠିତ ହୋଇଯାଇଛି । ଜଗତସିଂହପୁର ଜିଲ୍ଲା ଏସପି ପ୍ରକାଶ ଆର ଆନୁଷ୍ଠାନିକ ଭାବେ ଏହି ସାଇକେଲ ମାରାଥନକୁ ଉଦଘାଟନ କରିଥିଲେ ।
ଜିଲ୍ଲା ପୋଲିସ ମୁଖ୍ୟ କାର୍ଯ୍ୟାଳୟ ଠାରୁ ଏହି ସାଇକେଲ ମାରାଥନ ରାଲି ଆରମ୍ଭ ହୋଇ ବାଲିଭଉଁରୀ ପର୍ଯ୍ୟନ୍ତ ଯାଇଥିବା ଜଣାପଡ଼ିଛି । ଜଗତସିଂହପୁର ଏସ.ପି ପ୍ରକାଶ ଆର ଏହି ରାଲିର ନେତୃତ୍ୱ ନେଇ ନିଜେ ସାଇକେଲ ଚଳାଇ ବାଲିଭଉଁରୀ ପର୍ଯ୍ୟନ୍ତ ଯାଇ ଜନସାଧାରଣଙ୍କୁ ସଡ଼କ ସୁରକ୍ଷା ସଚେତନତା ବାର୍ତ୍ତା ବଣ୍ଟିଥିଲେ ।