ଜଗତସିଂହପୁର:ଅତୀତର ଉତ୍କଳୀୟ ନୌବାଣିଜ୍ୟ ପରମ୍ପରାକୁ ଉଜ୍ଜୀବିତ କରିବା ପାଇଁ କାର୍ତ୍ତିକ ପୂର୍ଣ୍ଣିମା ଅବସରରେ ବାଲିଯାତ୍ରାର ଆୟୋଜନ କରାଯାଉଛି । ଦୁଇବର୍ଷ ଧରି କୋରୋନା ମହାମାରୀ କାରଣରୁ ବନ୍ଦ ରହିଥିବା ବେଳେ ଚଳିତ ବର୍ଷ ପାରାଦ୍ବୀପ କଳିଙ୍ଗ ବାଲିଯାତ୍ରା ପାଇଁ ବାଲିଯାତ୍ରା ପଡିଆରେ ଭୂମିପୂଜନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି l
କଳିଙ୍ଗ ବାଲିଯାତ୍ରାର ଅଧ୍ୟକ୍ଷ ତଥା ଜିଲ୍ଲାପାଳଙ୍କ ଅନୁପସ୍ଥିତରେ ଅତିରିକ୍ତ ଜିଲ୍ଲାପାଳ କାହ୍ନୁ ଚରଣ ଧୀର କର୍ତ୍ତା ଭାବରେ ଭୂମିପୂଜନ କରିଛନ୍ତି l ଚଳିତ ବାଲିଯାତ୍ରା ପାଇଁ ଭୂମିପୂଜନ କାର୍ଯ୍ୟକ୍ରମରେ ପାରାଦୀପ ପୌରାଧ୍ୟକ୍ଷ ବସନ୍ତ ବିଶ୍ୱାଳ, ପୌରପାଳିକା ଉପାଧ୍ୟକ୍ଷା ଛବିଲତା ରାଉତଙ୍କ ସହିତ କଳିଙ୍ଗ ବାଲିଯାତ୍ରା କମିଟିର ଅନେକ ସଦସ୍ୟମାନେ ଉପସ୍ଥିତ ରହିଥିଲେ l ତେବେ ଦୁଇବର୍ଷ ଧରି କୋଭିଡ କାରଣରୁ ପାରାଦ୍ବୀପ କଳିଙ୍ଗ ବାଲିଯାତ୍ରା ବନ୍ଦ ରହିଥିବା ବେଳେ ଚଳିତବର୍ଷ ଧୁମଧାମରେ ବାଲିଯାତ୍ରା ମହୋତ୍ସବ ପାଳନ ନେଇ ପୌରାଧ୍ୟକ୍ଷ ବସନ୍ତ ବିଶ୍ୱାଳ କହିଛନ୍ତି l