ଓଡିଶା

odisha

ETV Bharat / state

କଳିଙ୍ଗ ବାଲିଯାତ୍ରା ପାଇଁ ପ୍ରସ୍ତୁତି, ସମ୍ପନ୍ନ ହେଲା ଭୂମିପୂଜନ - ବାଲିଯାତ୍ରା 2023

ଜଗତସିଂହପୁର ଜିଲ୍ଲାର ପାରାଦ୍ୱୀପ ବିଜୁ ମୈଦାନରେ ଗତକାଲି ବାଲିଯାତ୍ରା ପାଇଁ ଭୂମି ପୂଜନ କାର୍ଯ୍ୟ ସମ୍ପାଦନ ହୋଇଛି । ଏହି କାର୍ଯ୍ୟକ୍ରମରେ ପାରାଦ୍ୱୀପର ଅତିରିକ୍ତ ଜିଲ୍ଲାପାଳ ନିରଞ୍ଜନ ବେହୁରା କର୍ତ୍ତା ଭାବେ ଯୋଗଦେଇ ଭୂମି ପୂଜନ କାର୍ଯ୍ୟ କରିଥିଲେ। ଅଧିକ ପଢନ୍ତୁ

କଳିଙ୍ଗ ବାଲିଯାତ୍ରା ପାଇଁ ପ୍ରସ୍ତୁତି
କଳିଙ୍ଗ ବାଲିଯାତ୍ରା ପାଇଁ ପ୍ରସ୍ତୁତି

By ETV Bharat Odisha Team

Published : Nov 9, 2023, 9:22 AM IST

କଳିଙ୍ଗ ବାଲିଯାତ୍ରା ପାଇଁ ପ୍ରସ୍ତୁତି

ଜଗତସିଂହପୁର: ପାଖେଇ ଆସୁଛି ବାଲିଯାତ୍ରା । ବନ୍ଦର ନଗରୀ ପାରାଦ୍ବୀପ ସମୁଦ୍ରକୂଳରେ ଜମିବ ଯାତ୍ରା । ଲାଗିବ ଗହଳି ଖୋଲିବ ଭଳି କି ଭଳି ଦୋକାନ । ତେବେ ଗତକାଲି ବାଲିଯାତ୍ରା ପାଇଁ ଜଗତସିଂହପୁର ଜିଲ୍ଲାର ପାରାଦ୍ୱୀପ ବିଜୁ ମଇଦାନରେ ଭୂମି ପୂଜନ କାର୍ଯ୍ୟ ସମ୍ପାଦନ ହୋଇଛି । ଏହି କାର୍ଯ୍ୟକ୍ରମରେ ପାରାଦ୍ୱୀପର ଅତିରିକ୍ତ ଜିଲ୍ଲାପାଳ ନିରଞ୍ଜନ ବେହୁରା କର୍ତ୍ତା ଭାବେ ଯୋଗଦେଇ ଭୂମି ପୂଜନ କାର୍ଯ୍ୟ କରିଥିଲେ ।

ତେବେ କଳିଙ୍ଗ ବୀରତ୍ୱର ଗାଥା ବହନ କରୁଥିବା ଏହି ବାଲିଯାତ୍ରା ଚଳିତ ମାସ 26 ତାରିଖ ସନ୍ଧ୍ୟାରୁ ଆନୁଷ୍ଠାନିକ ଭାବେ ଆରମ୍ଭ ହେବାକୁ ଥିବାବେଳେ ଡିସେମ୍ବର ମାସ 3 ତାରିଖ ପର୍ଯ୍ୟନ୍ତ ଚାଲିବ । ଏହି ବାଲିଯାତ୍ରାରେ ହଜାର ହଜାର ଅସ୍ଥାୟୀ ଦୋକାନ ବଜାର ବସିବା ସହିତ ରାଜ୍ୟ ଓ ରାଜ୍ୟ ବାହାରୁ ବହୁ କଳାକାର ଆସି ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯିବାର କାର୍ଯ୍ୟକ୍ରମ ରହିଛି ।

ପାରାଦ୍ୱୀପ ବନ୍ଦର ପ୍ରତିଷ୍ଠା ହେବାପରେ ପୂର୍ବତନ ମୁଖ୍ୟମନ୍ତ୍ରୀ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକ କଳିଙ୍ଗ ବାଲିଯାତ୍ରାର ପରିକଳ୍ପନା କରିଥିଲେ । ଉତ୍କଳୀୟ ପରମ୍ପରା ଅନୁସାରେ କାର୍ତ୍ତିକ ପୂର୍ଣ୍ଣିମା ଦିନ ସାତ ସାଧବଙ୍କୁ ସ୍ମରଣ କରି ବୋଇତ ବନ୍ଦାଣ ଉତ୍ସବ ପାଳନ କରାଯାଇ ଥାଏ । ଏହି ଦିନଠାରୁ ସାଧବମାନେ ସାତ ସମୁଦ୍ର ପାର ହୋଇ ଜାଭା, ସୁମାତ୍ରା ଆଦି ଦେଶକୁ ବାଣିଜ୍ୟ କରିବା ପାଇଁ ଯାଉଥିଲେ । ତାହା ସ୍ମୃତି ହୋଇ ରହିଥିଲେ ମଧ୍ୟ ପୂର୍ବଶ୍ରୀ ମାନଙ୍କ କାର୍ଯ୍ୟଧାରାକୁ ସ୍ମରଣ ଉଦ୍ଦେଶ୍ୟରେ ପାରାଦ୍ୱୀପ ଠାରେ ଏହାର ଆୟୋଜନ ହୋଇ ଆସୁଛି । ତେବେ ବାଲିଯାତ୍ରା କିଭଳି ସୂଚାର ରୂପେ କରାଯାଇ ପାରିବ ତାହାକୁ ନେଇ ପ୍ରଶାସନ ପ୍ରସ୍ତୁତ ବୋଲି ଅତିରିକ୍ତ ଜିଲ୍ଲାପାଳ କହିଛନ୍ତି । ଏଥିସହ ନୌବାଣିଜ୍ୟ ପରମ୍ପରା ହିଁ ପାରାଦ୍ୱୀପରୁ ଆରମ୍ଭ ହୋଇଥିଲା । ଏହାକୁ ନେଇ ଉତ୍କଳୀୟ ପରମ୍ପରା ଆରମ୍ଭ ହୋଇଥିବା ଅତିରିକ୍ତ ଜିଲ୍ଲାପାଳ କହିଥିଲେ ।

ଏହା ମଧ୍ୟ ପଢନ୍ତୁ-ପାରାଦ୍ବୀପରେ ଜମିବ କଳିଙ୍ଗ ବାଲିଯାତ୍ରା, ଏଥର 8 ଦିନ ମହୋତ୍ସବ ବୁଲିବେ ଲୋକେ

ପ୍ରକାଶ ଥାଉକି, ଚଳିତ ବର୍ଷ ନଭେମ୍ବର ୨୭ରୁ ୮ ଦିନ ବ୍ୟାପି ଚାଲିବ କଳିଙ୍ଗ ବାଲିଯାତ୍ରା । ପ୍ରତ୍ୟେକ ବର୍ଷ କଳିଙ୍ଗ ବାଲିଯାତ୍ରା ୭ ଦିନ ଧରି ପାଳନ କରାଯାଉଥିବା ବେଳେ ଚଳିତ ବର୍ଷ ଆଉ ଏକ ଦିନକୁ ବଢ଼ାଇ ଦିଆଯାଇଛି । ଏଥିସହ ମହୋତ୍ସବରେ ରାଜ୍ୟ ତଥା ରାଜ୍ୟ ବାହାରୁ ବିଭିନ୍ନ କଳାକାରମାନଙ୍କୁ ନିମନ୍ତ୍ରିତ କରାଯିବ । ଓଡ଼ିଶାର ଲୋକକଳାକୁ ବିଶେଷ ପ୍ରାଧାନ୍ୟ ଦିଆଯିବ । କଳା ସଂସ୍କୃତି, ଐତିହ୍ୟ ପରମ୍ପରାକୁ ନେଇ ପାରାଦ୍ୱୀପ ବିଜୁ ମୈଦାନରେ ଆୟୋଜିତ ହୋଇ ଆସୁଥିବା କଳିଙ୍ଗ ବାଲିଯାତ୍ରା ଓଡ଼ିଶାରେ ଅନ୍ୟତମ । ଯାହାକୁ ଦେଖିବା ପାଇଁ ରାଜ୍ୟର ବିଭିନ୍ନ ଜିଲ୍ଲାରୁ ଲୋକେ ଆସିଥାଆନ୍ତି । ଯାହାକୁ ଦୃଷ୍ଟିରେ ରଖି ଚଳିତ ବର୍ଷ ୮ଦିନ ଧରି ଚାଲିବ ବାଲିଯାତ୍ରା ।

ଇଟିଭି ଭାରତ, ଜଗତସିଂହପୁର

ABOUT THE AUTHOR

...view details