ଜଗତସିଂହପୁର: ରାଜସ୍ଥାନର ଉଦୟପୁରରେ ହୋଇଥିବା ବର୍ବରୋଚିତ ହତ୍ୟା ଘଟଣାକୁ ତିବ୍ର ବିରୋଧ କରିଛି ବିଶ୍ବହିନ୍ଦୁ ପରିଷଦ । ଜଗତସିଂହପୁର ସହରର ଥାନା ଛକ ନିକଟରେ ବିଶ୍ବହିନ୍ଦୁ ପରିଷଦ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ ସହିତ ହତ୍ୟାକାରୀ ରିୟାଜ ଅନସାରୀ ଓ ଘୋଷ ମହମ୍ମଦଙ୍କ କୁଶ ପୁତ୍ତଳିକା ଦାହ କରାଯାଇଛି ।
Udaipur Tailor Murder Case: ଜଗତସିଂହପୁରରେ ବିଶ୍ବହିନ୍ଦୁ ପରିଷଦର ବିରୋଧ - ଜଗତସିଂହପୁର ବିଶ୍ବହିନ୍ଦୁ ପରିଷଦ ପ୍ରତିବାଦ
ରାଜସ୍ଥାନର ଉଦୟପୁରରେ କହ୍ନେୟାଲାଲଙ୍କୁ ହୋଇଥିବା ହତ୍ୟାକାଣ୍ଡକୁ ଘୋର ବିରୋଧ କରିଛି ଜଗତସିଂହପୁର ବିଶ୍ବ ହିନ୍ଦୁ ପରିଷଦ । ଅଧିକ ପଢନ୍ତୁ
କହ୍ନେୟାଲାଲ ହତ୍ୟାକୁ ବିଶ୍ବହିନ୍ଦୁ ପରିଷଦର ବିରୋଧ
ବିଶ୍ବହିନ୍ଦୁ ପରିଷଦ ଅଭିଯୋଗ କରିଛି ଯେ, ରାଜସ୍ଥାନ ଉଦୟପୁର ଅଞ୍ଚଳର କହ୍ନେୟାଲାଲଙ୍କୁ ନାମକ ଜଣେ ଦର୍ଜିଙ୍କୁ ଯେଭଳି ଭାବରେ ଅତି ନିର୍ମମ ଭାବେ ହତ୍ୟା କରାଗଲା, ତାକୁ କେବେ ବରଦାସ୍ତ କରାଯିବ ନାହିଁ । ଭାରତ ଏକ ଶାନ୍ତିପ୍ରିୟ ଦେଶ, ଏଠାରେ ଜାତି, ଧର୍ମ, ବର୍ଣ୍ଣ ଓ ନିର୍ବିଶେଷରେ ସମସ୍ତେ ଭାରତୀୟ । କିନ୍ତୁ, ଯେପରି ଦୁଇ ହତ୍ୟାକାରୀ କହ୍ନେୟାଲାଲଙ୍କୁ ହତ୍ୟା କରି ସୋସିଆଲ ମିଡ଼ିଆରେ ଭିଡିଓ ଭାଇରାଲ କଲେ, ତାକୁ ନିନ୍ଦା କରିବା ସହିତ ଦୋଷୀଙ୍କୁ କଠୋର ଦଣ୍ଡ ପ୍ରଦାନ କରିବାକୁ ବିଶ୍ବହିନ୍ଦୁ ପରିଷଦ ଦାବି କରିଛି ।
ଇଟିଭି ଭାରତ, ଜଗତସିଂହପୁର