ଓଡିଶା

odisha

ETV Bharat / state

ଆରମ୍ଭ ହେଲା ବୟନିକା ହସ୍ତତନ୍ତ ମେଳା, ଲୁଗା କିଣିଲେ ଜିଲ୍ଲାପାଳ - ଜଗତସିଂହପୁର ଖବର

ଜଗତସିଂହପୁରରେ ମଙ୍ଗଳବାର ଠାରୁ ଆରମ୍ଭ ହୋଇଛି ବୟନିକାର ହସ୍ତତନ୍ତ ମେଳା । ଅଧିକ ପଢନ୍ତୁ

ଆରମ୍ଭ ହେଲା ବୟନିକା ହସ୍ତତନ୍ତ ମେଳା; ପ୍ରଥମ ଦିନରେ ଜମିଲା ଗହଳି
ଆରମ୍ଭ ହେଲା ବୟନିକା ହସ୍ତତନ୍ତ ମେଳା; ପ୍ରଥମ ଦିନରେ ଜମିଲା ଗହଳି

By

Published : Jun 8, 2022, 9:39 AM IST

ଜଗତସିଂହପୁର: ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ମଙ୍ଗଳବାର ଠାରୁ ଆରମ୍ଭ ହୋଇଛି ବୟନିକାର ହସ୍ତତନ୍ତ ମେଳା । ରଜ ଉପଲକ୍ଷେ ଆରମ୍ଭ ହୋଇଥିବା ଏହି ମେଳାକୁ ଜିଲ୍ଲାପାଳ ପାରୁଲ ପଟଓ୍ବାରୀ ଉଦଘାଟନ କରିଥିଲେ । ଜିଲ୍ଲାପାଳ ବିଭିନ୍ନ ଷ୍ଟଲ ବୁଲି ଦେଖିବା ସହ ବୁଣାକାରଙ୍କ ଦ୍ଵାରା ପ୍ରସ୍ତୁତ ବିଭିନ୍ନ କିସମର ଶାଢ଼ୀ ଜିଲ୍ଲାପାଳ କିଣିଥିଲେ ।

ଆରମ୍ଭ ହେଲା ବୟନିକା ହସ୍ତତନ୍ତ ମେଳା; ପ୍ରଥମ ଦିନରେ ଜମିଲା ଗହଳି

କେନ୍ଦ୍ର ସରକାରଙ୍କ ହସ୍ତତନ୍ତ ବିକାଶ ଯୋଜନାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ 30ଟି ଷ୍ଟଲ ଖୋଲିବା ସହ ବିଭିନ୍ନ ପ୍ରକାରର ଶାଢ଼ୀ ସହ ଅନ୍ୟାନ୍ୟ ବସ୍ତ୍ର ପ୍ରଭୃତି ଉପଲବ୍ଧ ହେଉଛି । ରାଜ୍ୟ ହସ୍ତତନ୍ତ ବୁଣାକାର ସମବାୟ ସମିତି ଦୀର୍ଘ 66 ବର୍ଷ ଧରି ଓଡିଶାର କଳା ଓ ସଂସ୍କୃତି ଓ ବାନ୍ଧ କଳାର ପ୍ରସାର କରୁଥିବା ଜିଲ୍ଲାପାଳ କହିଥିଲେ । ଏହି ଉଦଘାଟନୀ ଉତ୍ସବରେ ବୟନିକାର ପରିଚାଳନା ନିର୍ଦ୍ଦେଶକ ଶ୍ୟାମ ଭକ୍ତ ମିଶ୍ର ,ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ କାମିନୀ ରଞ୍ଜନ ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ଥିଲେ ।

ABOUT THE AUTHOR

...view details