ଜଗତସିଂହପୁର: ସହର ଉପକଣ୍ଠ ମୁକୁନ୍ଦପୁର ଗ୍ରାମର ବାସୁଦେବ ଷଡ଼ଙ୍ଗୀ। ପେସାରେ ଓକିଲ କିନ୍ତୁ ନିଶା କିନ୍ତୁ ସମାଜ ସେବା। ବୟସ 70 ଛୁଇଁଲାଣି । କିନ୍ତୁ ଅନ୍ୟାୟ ଦେଖିଲେ ସହି ପାରନ୍ତିନି ସେ। ଏକା ଏକା ଗାନ୍ଧୀଙ୍କ ଫୋଟୋ ଟିଏ ଧରି ବାହାରି ପଡନ୍ତି ।
ଅନଶନ କରନ୍ତି ,ଧାରଣାରେ ବି ବସନ୍ତି। ଯେ ପର୍ଯ୍ୟନ୍ତ ଅନ୍ୟାୟ ହୋଇଥିବା ଲୋକ ଟିକୁ ନ୍ୟାୟ ନମିଳିଛି। ଅନ୍ୟାୟ ବିରୋଧ ରେ ସଂଗ୍ରାମ କରି ସେ ଏକାଧିକ ବାର ଜେଲ ମଧ୍ୟ ଯାଇଛନ୍ତି। କିନ୍ତୁ ପଛକୁ ହଟି ନାହାଁନ୍ତି । ଏବେ ସେ ଆଉ ଏକ କାର୍ଯ୍ୟକୁ ନେଇ ସେ ଚର୍ଚ୍ଚାକୁ ଆସିଛନ୍ତି। ଜୀବନର ସମସ୍ତ କଷ୍ଟର୍ଜିତ ଅର୍ଥକୁ ସମାଜ ପାଇଁ ଉତ୍ସର୍ଗ କରି ଦେଇଛନ୍ତି।