ଓଡିଶା

odisha

ETV Bharat / state

ପ୍ରସିଦ୍ଧ ଶକ୍ତିପୀଠ କନକ ଦୁର୍ଗାଙ୍କ ପୀଠରେ ବାରୁଣୀ ସ୍ନାନ, ବୁଡ଼ ପକାଇଲେ ଶ୍ରଦ୍ଧାଳୁ - ଜଗତସିଂହପୁର କନକ ଦୁର୍ଗା ପୀଠ

ଜଗତସିଂହପୁର ପିତେଇପୁର ଠାରେ ଥିବା ପ୍ରସିଦ୍ଧ ଶକ୍ତିପୀଠ କନକ ଦୁର୍ଗା ମନ୍ଦିରରେ ପବିତ୍ର ବାରୁଣୀ ସ୍ନାନ ଉତ୍ସବ ଅନୁଷ୍ଠିତ ହୋଇଛି । ଅଧିକ ପଢ଼ନ୍ତୁ

ପ୍ରସିଦ୍ଧ ଶକ୍ତିପୀଠ କନକ ଦୁର୍ଗାଙ୍କ ପୀଠରେ ବାରୁଣୀ ସ୍ନାନ
ପ୍ରସିଦ୍ଧ ଶକ୍ତିପୀଠ କନକ ଦୁର୍ଗାଙ୍କ ପୀଠରେ ବାରୁଣୀ ସ୍ନାନ

By

Published : Mar 20, 2023, 6:43 AM IST

ପ୍ରସିଦ୍ଧ ଶକ୍ତିପୀଠ କନକ ଦୁର୍ଗାଙ୍କ ପୀଠରେ ବାରୁଣୀ ସ୍ନାନ

ଜଗତସିଂହପୁର: ସଦର ବ୍ଲକ ଅନ୍ତର୍ଗତ ପିତେଇପୁର ଠାରେ ଥିବା ପ୍ରସିଦ୍ଧ ଶକ୍ତିପୀଠ କନକ ଦୁର୍ଗା ମନ୍ଦିରରେ ପବିତ୍ର ବାରୁଣୀ ସ୍ନାନ ଉତ୍ସବ ମହାସମାରୋହରେ ପାଳିତ ହେଉଛି । ଚଳିତ ଥର କଟକଣା ନଥିବାରୁ ହଜାର ହଜାର ଶ୍ରଦ୍ଧାଳୁ ମନ୍ଦିର ନିକଟରେ ଥିବା ପୁଷ୍କରିଣୀରେ ବୁଡ଼ ପକାଇ ମାଆଙ୍କ ଆଶିଷ ଲାଭ କରିଛନ୍ତି । ମାଆଙ୍କ ଦର୍ଶନ ପାଇଁ ଶ୍ରଦ୍ଧାଳୁଙ୍କ ଭିଡ଼ ପରିଲକ୍ଷିତ ହୋଇଥିଲା ।

ଏହା ମଧ୍ୟ ପଢ଼ନ୍ତୁ:ମହାନଦୀ ଟ୍ରିବ୍ୟୁନାଲ ପ୍ରସଙ୍ଗ: ନରସିଂହ କହିଲେ ରାଜ୍ୟ ସରକାର କେନ୍ଦ୍ରର ହସ୍ତକ୍ଷେପ ଲୋଡ଼ନ୍ତୁ

ପବିତ୍ର ବାରୁଣୀ ସ୍ନାନ ଉତ୍ସବ ଅବସରରେ ଭକ୍ତମାନେ ସକାଳୁ ବୁଡ଼ ପକାଇ ମାଆଙ୍କ ଦର୍ଶନ କରିଛନ୍ତି । ଧୂପ,ଦୀପ ଦେଇ ପୂଜା କରିବା ସହି ଆଶିଷଲାଭ କରିଛନ୍ତି । ବିଶ୍ୱାସ ରହିଛି ଯେ, ଏହି ପୀଠରେ ବାରୁଣୀ ସ୍ନାନ ଦିନ ଝାଡୁରେ ମାଆଙ୍କ ପୀଠକୁ ପହରିଲେ ବିଭିନ୍ନ ରୋଗର ଉପଶମ ମିଳିଥାଏ । ସେହିପରି ଏହି ପୀଠରେ ମାନସିକଧାରୀମାନେ କୁକୁଡ଼ା ଉଡାଇବାର ପରମ୍ପରା ରହିଛି । 80 ଦଶକରେ ଏହି ପୀଠରେ ହଜାର ହଜାର ସଂଖ୍ୟାରେ ପଶୁ ଓ କୁକୁଡ଼ା ବଳି ପ୍ରଦାନ କରାଯାଉଥିଲା । କାଳକ୍ରମେ ବଳି ପରମ୍ପରା ବନ୍ଦ ହୋଇଯିବା ଫଳରେ ବଳି ପାଇଁ ଆସୁଥିବା କୁକୁଡ଼ା ଓ ଛେଳିକୁ ଶ୍ରଦ୍ଧାଳୁମାନେ ଏଠାରେ ମାଆଙ୍କୁ ଉତ୍ସର୍ଗ କରି ଛାଡିଦେଇ ଚାଲିଯାଆନ୍ତି ।

ଏହା ମଧ୍ୟ ପଢ଼ନ୍ତୁ:ବିଜେପିର ଗାଁ ଚାଲ ଅଭିଯାନ, ମୋଦି ସରକାରଙ୍କ ଜନକଲ୍ୟାଣକାରୀ ଯୋଜନାକୁ ନେଇ ଲୋକଙ୍କ ପାଖକୁ ଯିବ ଦଳ


ସେହିପରି ଏଠାରେ ମାଆଙ୍କର ଆଉ ଏକ ଔଲକିଆକତା ଦେଖିବାକୁ ମିଳିଥାଏ । ଯେଉଁ ଛୋଟ ପିଲାଙ୍କର ପାଟି ଫିଟିବାରେ ବିଳମ୍ବ ହୁଏ, ବାପା ମାଆମାନେ କନକ ଦୁର୍ଗାଙ୍କ ଠାରେ ଲଡୁ ଭୋଗ କରି ପିଲାକୁ ଦେଇଥାନ୍ତି । ଏହାପରେ ପିଲାଟି କଥା କହିଥାଏ ବୋଲି ସ୍ଥାନୀୟ ଲୋକଙ୍କ ଅଖଣ୍ଡ ବିଶ୍ୱାସ ରହିଛି । ଅନ୍ୟପକ୍ଷରେ ଏହି ପୀଠରେ ସର୍ପଘାତ ରୋଗୀ ମଧ୍ୟ ଆସିଥାନ୍ତି । ଯେଉଁ ବ୍ୟକ୍ତିକୁ ବିଷାକ୍ତ ସର୍ପ ଦଂଶନ କରିଥାଏ ସେ ମାଆ କନକ ଦୁର୍ଗାଙ୍କ ପାଦୁକା ସେବନରେ ଆରୋଗ୍ୟ ଲାଭ କରିଥାନ୍ତି ବୋଲି ମଧ୍ୟ ବିଶ୍ୱାସ ରହିଛି । ମାଆଙ୍କ ମହିମା ଅକାଳନୀୟ, ସେହି ବିଶ୍ୱାସକୁ ପାଥେୟ କରି ହଜାର ହଜାର ଭକ୍ତ ଏହିଦିନ ଏହି ପୀଠରେ ରୁଣ୍ଡ ହୋଇଥାନ୍ତି । ଦୁଃଖରେ ପଡି ମାଆଙ୍କ ଶରଣାପନ୍ନ ହେଲେ ସେ ଦୁଃଖ ଦୂର କରନ୍ତି ବୋଲି ଶ୍ରଦ୍ଧାଳୁ ମାନେ କହିଛନ୍ତି ।

ଇଟିଭି ଭାରତ, ଜଗତସିଂହପୁର

ABOUT THE AUTHOR

...view details