ଓଡିଶା

odisha

ETV Bharat / state

ପାରାଦ୍ୱୀପ ପୌର ଉପାଧ୍ୟକ୍ଷ ନିର୍ବାଚନରେ ବାପି ସର୍ଖେଲଙ୍କ ଆମ ପାରାଦ୍ୱୀପ ଆମ ପ୍ରଗତି ବିଜୟୀ - ଆମ ପାରାଦ୍ୱୀପ ଆମ ପ୍ରଗତି

ପାରାଦ୍ବୀପ ପୌର ପରିଷଦର 19ଟି ୱାର୍ଡରୁ 10ଟି ୱାର୍ଡର ଏକତରଫା ବିଜୟକୁ ନେଇ ଆମ ପାରାଦ୍ବୀପ ଆମ ପ୍ରଗତିର ସ୍ବାଧୀନ ପ୍ରାର୍ଥୀ ପୌର ଉପାଧ୍ୟକ୍ଷ ନିର୍ବାଚନରେ ବିଜୟୀ ହୋଇଛନ୍ତି l ଅଧିକ ପଢନ୍ତୁ

Bapi Sarkhel's Ama paradeep Ama pragati won paradip municipality deputy chairman post
ପାରାଦ୍ୱୀପ ପୌର ଉପାଧ୍ୟକ୍ଷ ନିର୍ବାଚନରେ ବାପି ସର୍ଖେଲଙ୍କ ଆମ ପାରାଦ୍ୱୀପ ଆମ ପ୍ରଗତିର ବାଜିମାତ

By

Published : Apr 7, 2022, 10:26 PM IST

ପାରାଦୀପ:ପାରାଦ୍ବୀପ ପୌରପରିଷଦର ଉପାଧ୍ୟକ୍ଷ ନିର୍ବାଚନରେ (paradeep municipality deputy chairman) ସ୍ବାଧୀନ ପ୍ରାର୍ଥୀଙ୍କ ବାଜିମାତ୍‌ । ପାରାଦ୍ବୀପ ରାଜନୀତିରେ ଘଡିକେ ଘୋଡା ଛୁଟୁଛି l ପାରାଦ୍ବୀପ ପୌର ପରିଷଦର 19ଟି ୱାର୍ଡରୁ 10ଟି ୱାର୍ଡର ଏକତରଫା ବିଜୟକୁ ନେଇ ଆମ ପାରାଦ୍ବୀପ ଆମ ପ୍ରଗତିର(Ama paradeep Ama pragati ) ସ୍ବାଧୀନ ପ୍ରାର୍ଥୀ ପୌର ଉପାଧ୍ୟକ୍ଷ ନିର୍ବାଚନରେ ବିଜୟୀ ହୋଇଛନ୍ତି l ତେବେ ସବୁଠୁ ଉତ୍କଣ୍ଠାର ବିଷୟ ହୋଇଛି ପାରାଦ୍ବୀପ ବିଜେଡିରେ ଅନ୍ତର୍ଦ୍ବନ୍ଦ୍ବ ସ୍ପଷ୍ଟ ଭାବରେ ପଦାରେ ପଡିଛି ।

ଆଜିର ପୌରଉପାଧ୍ୟକ୍ଷ ନିର୍ବାଚନରେ ପାରାଦ୍ବୀପ ପୌରପରିଷଦର 19ଟି ୱାର୍ଡ ମଧ୍ୟରୁ ବିଜେଡିରୁ ପ୍ରଭାତୀ ନାୟକ, ବିଜେପିରୁ ରୁନୁ ପରିଡା ଏବଂ ସ୍ବାଧୀନ ପ୍ରାର୍ଥୀନୀ ଭାବରେ ଛବିଲତା ରାଉତ ନିଜର ପ୍ରାର୍ଥୀପତ୍ର ଦାଖଲ କରିଥିଲେ । ମାତ୍ର ବିଜେପି ପ୍ରାର୍ଥୀ ନିର୍ବାଚନରୁ ଓହରି ଯିବା ସହିତ ପୌରଉପାଧ୍ୟକ୍ଷ ନିର୍ବାଚନରୁ ମଧ୍ୟ ବିରତ ରହିଥିଲେ l

ପରବର୍ତ୍ତୀ ପର୍ଯ୍ୟାୟରେ ବିଜେପିର 3ଟି ୱାର୍ଡ ଛାଡିବା ପରେ ପାରାଦ୍ବୀପ ପୌର ଉପାଧ୍ୟକ୍ଷ ପଦ ପାଇଁ ବିଜେଡି ଓ ଆମ ପାରାଦୀପ ଆମ ପ୍ରଗତିର ସ୍ବାଧୀନ ପ୍ରାର୍ଥୀଙ୍କ ମଧ୍ୟରେ ସିଧାସଳଖ ଲଢେଇରେ ସ୍ବାଧୀନ ପ୍ରାର୍ଥୀନୀ ଛବିଲତା ରାଉତଙ୍କ ସପକ୍ଷରେ 10 ଖଣ୍ଡ ଭୋଟ ପଡିଥିଲା । ଫଳରେ ସେ ମ୍ୟାଜିକ ନମ୍ବର ହାସଲ କରିବା ସହ ବିଜୟୀ ହୋଇଥିଲେ l ପୌରନିର୍ବାଚନରେ ପୌରାଧ୍ୟକ୍ଷ ଭାବରେ ଏକତରଫା ଭାବେ ବିଜେଡିର ବସନ୍ତ ବିଶ୍ବାଳ ବିଜୟୀ ହୋଇଥିଲେ । ତେବେ ଉପାଧ୍ୟକ୍ଷ ନିର୍ବାଚନରେ ସ୍ବାଧୀନ ପ୍ରାର୍ଥୀଙ୍କ ବିଜୟକୁ ନେଇ ପାରାଦ୍ବୀପରେ ଚର୍ଚ୍ଚା ଜୋର ଧରିଛି l

ଜଗତସିଂହପୁରରୁ ସୁଶାନ୍ତ କୁମାର ପାତ୍ର, ଇଟିଭି ଭାରତ

ABOUT THE AUTHOR

...view details