ଓଡିଶା

odisha

ETV Bharat / state

ପାରାଦ୍ୱୀପ ପୌର ଉପାଧ୍ୟକ୍ଷ ପଦ ପାଇଁ 30 ଲକ୍ଷର ଡିଲ: ବାପି ସରଖେଲ - ପାରାଦ୍ୱୀପ ପୌର ଉପାଧ୍ୟକ୍ଷ ନିର୍ବାଚନ

ପୌର ନିର୍ବାଚନରେ ବିଜୟୀ ହୋଇଥିବା କାଉନସିଲରମାନଙ୍କୁ ନେଇ ଆସନ୍ତା 7 ତାରିଖରେ ଉପାଧ୍ୟକ୍ଷ ପଦ ପାଇଁ ନିର୍ବାଚନ ଅନୁଷ୍ଠିତ ହେବାକୁ ଯାଉଛି l ଯାହାକୁ ନେଇ ପାରାଦୀପର ରାଜନୀତିରେ ଆରୋପ ପ୍ରତ୍ୟାରୋପ ଚାଲିଛି l ଅଧିକ ପଢ଼ନ୍ତୁ

bapi sarkhel alleged on bjp and bjd for vice chairman election in paradeep
ପାରାଦ୍ୱୀପ ପୌର ଉପାଧ୍ୟକ୍ଷ ପଦ ପାଇଁ 30 ଲକ୍ଷର ଡିଲ: ବାପି ସରଖେଲ

By

Published : Apr 3, 2022, 8:08 AM IST

ଜଗତସିଂହପୁର: ପାରାଦୀପ ରାଜନୀତିରେ ଘଡିକେ ଘୋଡା ଛୁଠୁଛି l ପୌର ନିର୍ବାଚନରେ ବିଜୟୀ ହୋଇଥିବା କାଉନସିଲରମାନଙ୍କୁ ନେଇ ଆସନ୍ତା 7 ତାରିଖରେ ଉପାଧ୍ୟକ୍ଷ ପଦ ପାଇଁ ନିର୍ବାଚନ ଅନୁଷ୍ଠିତ ହେବାକୁ ଯାଉଛି l ଯାହାକୁ ନେଇ ପାରାଦୀପର ରାଜନୀତିରେ ଆରୋପ ପ୍ରତ୍ୟାରୋପ ଚାଲିଛି l

ପାରାଦ୍ୱୀପ ପୌର ଉପାଧ୍ୟକ୍ଷ ପଦ ପାଇଁ 30 ଲକ୍ଷର ଡିଲ: ବାପି ସରଖେଲ

ପୌରନିର୍ବାଚନରେ ପାରାଦୀପର 19ଟି ୱାର୍ଡରୁ ବିଜେଡି 7ଟି ୱାର୍ଡ ଦଖଲ କରିଥିବା ବେଳେ ଆମ ପାରାଦୀପ ଆମ ପ୍ରଗତି ବ୍ୟାନରରେ ବାପି ସରଖେଲଙ୍କ ନେତୃତ୍ବରେ ସ୍ବାଧୀନ ଭାବରେ 8 ଗୋଟି ୱାର୍ଡ ଦଖଲ କରିଥିବା ବେଳେ ବିଜେପି 3ଟି ଓ କଂଗ୍ରେସ ଗୋଟିଏ ୱାର୍ଡରେ କାଉନସିଲର ବିଜୟୀ ହୋଇଥିଲେ l ଯାହାକୁ ନେଇ ଆସନ୍ତା ଉପାଧ୍ୟକ୍ଷ ନିର୍ବାଚନ ପୂର୍ବରୁ ଭୁବନେଶ୍ବରରେ ବିଜେଡି ଓ ବିଜେପି ମଧ୍ୟରେ ଏକ ଡିଲ ହେବା ସହିତ 30 ଲକ୍ଷ ଟଙ୍କାର ଡିଲ ହୋଇଥିବା ନେଇ ବାପି ସରଖେଲ ଏକ ପ୍ରେସମିଟରେ ଅଭିଯୋଗ କରିଛନ୍ତି।

ସେ କହିଛନ୍ତି ବିଜେଡି ଓ ବିଜେପି ମିଳିତ ଭାବେ ଉପାଧ୍ୟକ୍ଷ ନିର୍ବାଚନରେ ଘୋଡା ବେପାର କରିବାକୁ ପ୍ରୟାସ ଆରମ୍ଭକରି ଦେଇଛନ୍ତି। ଅର୍ଥ ବଳରେ କାଉନସିଲରମାନଙ୍କୁ ଲକ୍ଷ ଲକ୍ଷ ଟଙ୍କାରେ କିଣିବା ପାଇଁ ପ୍ରୟାସ ଆରମ୍ଭ କରିଛନ୍ତି। ଯାହାକୁ ଖଣ୍ଡନ କରିଛନ୍ତି ବିଜେପି ନେତା ସମ୍ପଦ ସ୍ବାଇଁ। ବାପି ସରଖେଲଙ୍କ ପାଖରେ ଯଦି ପ୍ରମାଣ ଅଛି ତାହେଲେ ଏହାକୁ ସାମ୍ନାକୁ ଆଣନ୍ତୁ l ଯଦି ବିଜେପି ଓ ବିଜେଡି ନେତାଙ୍କ ମଧ୍ୟରେ ଡିଲ ହୋଇଛି ଏହାର ପ୍ରମାଣ ଦିଅନ୍ତୁ ବୋଲି ସମ୍ପଦ ସ୍ବାଇଁ କହିଛନ୍ତି।

ଜଗତସିଂହପୁରରୁ ସୁଶାନ୍ତ କୁମାର ପାତ୍ର, ଇଟିଭି ଭାରତ

ABOUT THE AUTHOR

...view details