ଓଡିଶା

odisha

ETV Bharat / state

ଗୋ ଚାଲାଣକୁ ବିରୋଧ, ବଜରଙ୍ଗ ଦଳ ପକ୍ଷରୁ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରାଉ - ରୋହିଙ୍ଗ୍ୟାମାନଙ୍କୁ ହଟାଇବା ଦାବି

ଜଗତସିଂହପୁର ଜିଲ୍ଲାରେ ଗୋ ଚାଲାଣକୁ ବିରୋଧୀ କରି ବଜରଙ୍ଗ ଦଳ ପକ୍ଷରୁ ପାରାଦ୍ୱୀପ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରାଉ । ଅଧିକ ପଢନ୍ତୁ

bajrang dal protest
bajrang dal protest

By

Published : Aug 1, 2023, 8:10 AM IST

bajrang dal protest

ଜଗତସିଂହପୁର : ଗୋ ଚାଲାଣକୁ ବିରୋଧ । ନିର୍ଦ୍ଦିଷ୍ଟ ସମ୍ପ୍ରଦାୟର କିଛି ଲୋକ ଜଗତସିଂହପୁର ଜିଲ୍ଲାରୁ ପ୍ରତ୍ୟେକ ଦିନ ଶହଶହ ଗୋରୁ କୋଲକାତାକୁ ଚାଲାଣ କରୁଛନ୍ତି । ହେଲେ ଏହା ଜାଣି ସୁଦ୍ଧା ପ୍ରଶାସନ ପକ୍ଷରୁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ନଥିବା ଅଭିଯୋଗ ହୋଇଛି । ଯାହାକୁ ବିରୋଧ କରି ବଜରଙ୍ଗ ଦଳ ପାରାଦ୍ବୀପ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରାଉ କରିଛି ।

ସୂଚନା ମୁତାବକ, ଜିଲ୍ଲାରେ କିଛି ନିର୍ଦ୍ଦିଷ୍ଟ ଗୋଷ୍ଠୀ ପକ୍ଷରୁ ପ୍ରତିଦିନ ଜଗତସିଂହପୁର ଭାୟା ପାରାଦ୍ୱୀପ ଦେଇ ପଶ୍ଚିମବଙ୍ଗକୁ ଗୋ ଚାଲାଣ କରାଯାଉଛି । ଏହାକୁ ନେଇ ବିଭିନ୍ନ ସଂଗଠନ ପକ୍ଷରୁ ବାରମ୍ବାର ବିରୋଧ କରାଯାଉ ଥିଲେ ମଧ୍ୟ କୌଣସି ସୁଫଳ ମିଳୁ ନଥିବା ଅଭିଯୋଗ ହୋଇ ଆସୁଛି । ତେଣୁ ଏହାକୁ ନେଇ ଗତକାଲି ପାରାଦ୍ବୀପ ବଜରଙ୍ଗ ଦଳ ଗୋ-ସୁରକ୍ଷା ଓ ରୋହିଙ୍ଗ୍ୟାମାନଙ୍କୁ ହଟାଇବା ଦାବିରେ ଶୋଭାଯାତ୍ରା ଓ ଅତିରିକ୍ତ ଜିଲ୍ଲାପାଳଙ୍କ ଉଦ୍ଦେଶ୍ୟରେ ଦାବିପତ୍ର ପ୍ରଦାନ କରିଛନ୍ତି ।

ସେହିପରି ବିଶ୍ବ ହିନ୍ଦୁ ପରିଷଦ ପାରାଦ୍ବୀପ ବଜରଙ୍ଗ ଦଳର ଶତାଧିକ ଯୁବଗୋଷ୍ଠୀ ପାରାଦ୍ବୀପ ଥାନା ଛକଠାରୁ ଏକ ବିଶାଳ ଶୋଭାଯାତ୍ରାରେ ବାହାରି ପାରାଦ୍ବୀପ ଅତିରିକ୍ତ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ନିକଟରେ ପହଞ୍ଚିଥିଲେ । ପାରାଦ୍ବୀପ ଅଞ୍ଚଳରୁ ରୋହିଙ୍ଗ୍ୟା ଅନୁପ୍ରବେଶକାରୀଙ୍କୁ ହଟାଇବା ସହ ଗୋସୁରକ୍ଷା ଓ ଆହାତ ଗୋବଂଶମାନଙ୍କୁ ଉଦ୍ଧାର ନିମନ୍ତେ ସ୍ବତନ୍ତ୍ର ଆମ୍ବୁଲାନ୍ସ ସେବା ଯୋଗାଇ ଦେବାପାଇଁ ବଜରଙ୍ଗ ଦଳ ପକ୍ଷରୁ ଦାବି କରାଯାଇଛି । ତେବେ ପାରାଦ୍ବୀପ ଏକ ଶିଳ୍ପ ସମୃଦ୍ଧ ସହର ହୋଇଥିବା ବେଳେ ଏହି ଅଞ୍ଚଳକୁ ବହୁ ରୋହିଙ୍ଗ୍ୟା ମୁସଲମାନମାନେ ପ୍ରବେଶ କରି ବିଭିନ୍ନ ବ୍ୟବସାୟ ମାଧ୍ୟମରେ ପ୍ରଲୋଭନ ଦେଖାଇ ହିନ୍ଦୁ ମାନଙ୍କୁ ଧର୍ମାନ୍ତରୀକରଣ କରିବାକୁ ବାଧ୍ୟ କରିବା ସହିତ ଅବୈଧ ଗୋଚାଲାଣ କରୁଥିବା ଅଭିଯୋଗ ହୋଇଛି । ତେଣୁ ଏଭଳି ବେଆଇନ ଧର୍ମାନ୍ତରୀକରଣକୁ ରୋକିବା ପାଇଁ ବିଶ୍ବ ହିନ୍ଦୁ ପରିଷଦ ବଜରଙ୍ଗ ଦଳ ପକ୍ଷରୁ ପାରାଦ୍ବୀପ ଅତିରିକ୍ତ ଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ କରାଯାଇଛି ।

ଏହା ମଧ୍ୟ ପଢନ୍ତୁ- ଖୋର୍ଦ୍ଧାରେ ବେଆଇନ ଗୋରୁ ଚାଲାଣ, 2 ଜଣଙ୍କୁ ଗଛରେ ବାନ୍ଧିଲେ ଲୋକେ

ପ୍ରକାଶ ଥାଉକି, ଗତ କିଛି ମାସ ପୂର୍ବେ ଯାଜପୁର ଜିଲ୍ଲା ପାଣି କୋଇଲିରୁ ଟ୍ରକଟି ପଶ୍ଟିମବଙ୍ଗ ଯାଉଥିବା ବେଳେ ଯାଜପୁର ଜିଲ୍ଲା ପାଣି କୋଇଲି ଥାନା ଅନ୍ତର୍ଗତ ସାହା ପଡିଆ ହାଟ ନିକଟରେ ଠାବ କରିଥିଲା ଏସଟିଏଫ୍ ଟିମ୍ । ଏହି ଘଟଣାରେ 2 ଅଭିଯୁକ୍ତଙ୍କୁ ଗିରଫ କରିବା ସହ 34 ହଜାର ନଗଦ ଟଙ୍କା ଜବତ କରାଯାଇଥିଲା। ୧୬ ଚକିଆ ଟ୍ରକରେ ୧୫୫ଟି ଗୋରୁ ଚାଲାଣ ହେଉଥିଲା ।

ଇଟିଭି ଭାରତ, ଜଗତସିଂହପୁର

ABOUT THE AUTHOR

...view details