ଓଡିଶା

odisha

ETV Bharat / state

ଜଗତସିଂହପୁରର ବିଭିନ୍ନ ଶୈବପୀଠରେ ବଡଓଷା ପାଳିତ - ବିଭିନ୍ନ ଶୈବପୀଠରେ ବଡଓଷା ପାଳିତ

ଜଗତସିଂହପୁର ଜିଲ୍ଲାର ବିଭିନ୍ନ ଶୈବପୀଠରେ କୋଭିଡ କଟକଣା ମଧ୍ୟରେ ବଡଓଷା ପାଳନ କରାଯାଇଛି । ଅଧିକ ପଢନ୍ତୁ...

Bada osha celebrated in jagatsinghpur
ଜଗତସିଂହପୁରର ବିଭିନ୍ନ ଶୈବପୀଠରେ ବଡଓଷା ପାଳିତ

By

Published : Nov 28, 2020, 9:11 PM IST

ଜଗତସିଂହପୁର:ସାରା ରାଜ୍ୟରେ ଆଜି(ଶନିବାର) ବଡଓଷା ପାଳିତ ହୋଇଛି । ଏହି ଅବସରରେ ଜଗତସିଂହପୁର ଜିଲ୍ଲାର ବିଭିନ୍ନ ଶୈବପୀଠରେ ବି ବଡଓଷା ପାଳନ କରାଯାଇଛି । ସହରର ପ୍ରାଚୀନ ଶୈବପୀଠ ସୋମନାଥ ମହାଦେବଙ୍କ ପୀଠରେ ଶନିବାର ଏହି ଓଷା ପାଳିତ ହେଉଥିବା ବେଳେ ବିଅଳର ଗତେଶ୍ବର, କୁଜଙ୍ଗ ବ୍ଲକର ହରିଶଙ୍କର, ବିରିଡିର ଅଷ୍ଟସମ୍ଭୁ ମହାଦେବଙ୍କ ମନ୍ଦିରରେ ମଧ୍ୟ ସ୍ବତନ୍ତ୍ର ପୂଜାର୍ଚ୍ଚନା କରାଯାଇଛି । ତେବେ ପୀଠରେ କୋଭିଡ କଟକଣାକୁ ବେଶ ଗୁରୁତ୍ବ ଦିଆଯାଉଛି । ଭକ୍ତମାନେ ସାମାଜିକ ଦୂରତା ବଜାୟ ରଖି ପ୍ରଭୁଙ୍କୁ ଦର୍ଶନ କରି ଫେରୁଛନ୍ତି ।

ଜଗତସିଂହପୁରର ବିଭିନ୍ନ ଶୈବପୀଠରେ ବଡଓଷା ପାଳିତ

ଅଭିବକ୍ତ କଟକ ଜିଲ୍ଲାର ପ୍ରତ୍ୟେକ ଶୈବ ପୀଠମାନଙ୍କରେ କାର୍ତ୍ତିକ ମାସର ଶିବ ଚତୁର୍ଦ୍ଦଶୀ ତିଥିରେ ଗଜ ଓ ତରଣ ଭୋଗର ବିଧି ରହିଛି । ବ୍ରତଧାରୀମାନେ ଏହିଦିନ ଉପବାସ ରହି ଭଗବାନ ଶିବଙ୍କୁ ଆରଧନା କରିଥାନ୍ତି । ଅର୍ଦ୍ଧ ରାତ୍ରରେ ପ୍ରତ୍ୟେକ ଶିବ ମନ୍ଦିର ଚୂଡାରେ ମହାଦୀପ ପ୍ରଜ୍ବଳିତ କରାଯିବା ସହ ସୁଜି ଓ ଗୁଡରେ ତିଆରି ଗଜ ଓ ତରଣକୁ ନୈବେଦ୍ୟ ଭାବେ ଭଗବାନ ଶିବଙ୍କ ଠାରେ ଅର୍ପଣ କରାଯାଇଥାଏ । ତେବେ ଚଳିତ ବର୍ଷ କୋଭିଡ କଟକଣା ହେତୁ ଗଜ ଓ ତରଣ ଭୋଗକୁ ବାରଣ କରାଯାଇଛି ।

ଜଗତସିଂହପୁରରୁ ସୁଶାନ୍ତ କୁମାର ପାତ୍ର, ଇଟିଭି ଭାରତ

ABOUT THE AUTHOR

...view details