ଜଗତସିଂହପୁର:ଜିଲ୍ଲା ପ୍ରଶାସନ ପକ୍ଷରୁ ଆଜାଦୀ କା ଅମୃତ ଦିବସ ପାଳିତ ହୋଇଛି । ଏହି ଉତ୍ସଵରେ ଜିଲ୍ଲାପାଳ ସଂଗ୍ରାମ କେଶରୀ ମହାପାତ୍ର ଯୋଗ ଦେଇ ସ୍ୱାଧୀନତାର ୭୫ବର୍ଷ ପୂର୍ତ୍ତି ଓ ସ୍ୱାଧୀନତା ସଂଗ୍ରାମୀ ମାନଙ୍କ ବଳିଦାନ ଉପରେ ଆଲୋକପାତ କରିଥିଲେ। ଦେଶ ସ୍ଵାଧୀନ ପାଇଁ ସେ ସମୟରେ ଅନେକ ଯୁବକ ବ୍ରିଟିଶ ବିରୋଧରେ ସଂଗ୍ରାମ କରିବା ପାଇଁ ଆଗେଇ ଆସିଥିଲେ। ସେହିଭଳି ଦେଶ ଓ ରାଜ୍ୟକୁ ଆଗେଇ ନେବା ଓ ସମୃଦ୍ଧ ଓଡିଶା ତିଆରି କରିବାରେ ଯୁବଶକ୍ତି ଭୂମିକା ଗୁରୁତ୍ୱପୂର୍ଣ୍ଣ ରହିଥିବା ଜିଲ୍ଲାପାଳ ପ୍ରକାଶ କରିଥିଲେ।
ଆଜାଦୀ କା ଅମୃତ ମହୋତ୍ସବ ପାଳିଲା ଜଗତସିଂହପୁର - ସମୃଦ୍ଧ ଓଡିଶା
ଜଗତସିଂହପୁର ଜିଲ୍ଲା ପ୍ରଶାସନ ପକ୍ଷରୁ ଆଜାଦୀ କା ଅମୃତ ଦିବସ ପାଳିତ ହୋଇଛି । ସ୍ୱାଧୀନତାର ୭୫ବର୍ଷ ପୂର୍ତ୍ତି ଓ ସ୍ୱାଧୀନତା ସଂଗ୍ରାମୀ ମାନଙ୍କ ବଳିଦାନ ଉପରେ ଆଲୋକପାତ କଲେ ଜିଲ୍ଲାପାଳ । ଅଧିକ ପଢନ୍ତୁ...
ଆଜାଦି କା ଅମୃତ ଦିବସ ପାଳିତ; ସମୃଦ୍ଧ ଓଡିଶା ଗଠନରେ ଯୁବଶକ୍ତିର ରହିଛି ଗୁରୁତ୍ୱପୂର୍ଣ୍ଣ ଭୂମିକା
ଏହି ଅବସରରେ ସ୍ଥାନୀୟ ଗାନ୍ଧୀଛକ ଠାରୁ ଏକ ପଦଯାତ୍ରା ଆରମ୍ଭ ହୋଇ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପର୍ଯ୍ୟନ୍ତ ଆସିଥିଲା । ପରେ ମହାପୁରୁଷଙ୍କ ପ୍ରତିମୂର୍ତ୍ତିକୁ ମାଲ୍ୟାର୍ପଣ ପରେ ଜିଲ୍ଲାପାଳ ଏକ ପ୍ରଥପ୍ରାନ୍ତ ସଭା କରିଥିଲେ । ଏଥିରେ ଅତିରିକ୍ତ ଜିଲ୍ଲାପାଳ ସଚ୍ଚିଦାନନ୍ଦ ସାହୁ, ଉପଜିଲ୍ଲାପାଳ ଧର୍ମେନ୍ଦ୍ର ମଲ୍ଲିକ, ପ୍ରମୁଖ ଉପସ୍ଥିତ ଥିଲେ।
ଜଗତସିଂହପୁରରୁ ସୁଶାନ୍ତ କୁମାର ପାତ୍ର,ଇଟିଭି ଭାରତ