ଓଡିଶା

odisha

ETV Bharat / state

ପାରାଦ୍ୱୀପରେ ଚାଞ୍ଚଲ୍ୟ, ଆଶାକର୍ମୀଙ୍କୁ ଅପହରଣ କରି ଗଣଦୁଷ୍କର୍ମ, ମୁଖ୍ୟ ଅଭିଯୁକ୍ତ ଅଟକ

ଜଗତସିଂହପୁର ଜିଲ୍ଲା ପାରାଦ୍ବୀପ ବନ୍ଦରାଞ୍ଚଳର ଆଶାକର୍ମୀଙ୍କୁ ଅପହରଣ କରି କାର୍‌ରେ ଗଣଦୁଷ୍କର୍ମ । ମୁଖ୍ୟ ଅଭିଯୁକ୍ତ ଅଟକ ପରେ ଅଧିକ ତଦନ୍ତ କରୁଛି ପୋଲିସ । ଅଧିକ ପଢନ୍ତୁ

ଆଶାକର୍ମୀଙ୍କୁ ଅପହରଣ କରି ଗଣଦୁଷ୍କର୍ମ, ମୁଖ୍ୟ ଅଭିଯୁକ୍ତ ଅଟକ
ଆଶାକର୍ମୀଙ୍କୁ ଅପହରଣ କରି ଗଣଦୁଷ୍କର୍ମ, ମୁଖ୍ୟ ଅଭିଯୁକ୍ତ ଅଟକ

By

Published : Aug 27, 2022, 6:37 PM IST

Updated : Aug 27, 2022, 6:59 PM IST

ପାରାଦ୍ବୀପ: ପାରାଦ୍ବୀପ ବନ୍ଦରାଞ୍ଚଳରେ ଜଣେ ଆଶାକର୍ମୀଙ୍କୁ (Asha worker gang raped in Paradip) ଅପହରଣ କରି କାର୍‌ ଭିତରେ ଗଣଦୁଷ୍କର୍ମ ଅଭିଯୋଗ । ସ୍ଥାନୀୟ ନେହେରୁବଙ୍ଗଳା ଅଞ୍ଚଳରେ ଘଟିଛି ଏହି ଲୋମଟାଙ୍କୁରା ଘଟଣା । ନିଛାଟିଆ ରାସ୍ତାରେ ଜଣେ ମହିଳାଙ୍କୁ ଏକୁଟିଆ ପାଇ ନିକଟ ଜଙ୍ଗଲକୁ ନେଇ ୪ ଜଣ ଯୁବକ ଦୁର୍ଷ୍କର୍ମ ଓ ପରେ ଫିଙ୍ଗିଦେଇଥିବା ଭଳି ଜଘନ୍ୟ ଘଟଣା ଜଣାପଡିବାପରେ ସାରା ଜିଲ୍ଲାରେ ଚର୍ଚ୍ଚାର ବିଷୟ ପାଲଟିଛି । ଏନେଇ ପୀଡିତା ମହିଳା ପାରାଦ୍ବୀପ ଆଦର୍ଶ ଥାନାରେ ଅଭିଯୋଗ କରିଛନ୍ତି । ଅଭିଯୋଗ ଆଧାରରେ ପୋଲିସ ଜଣେ ଅଭିଯୁକ୍ତକୁ ଅଟକ ରଖିବା ସହ ଡଗ ସ୍କ୍ବାର୍ଡ (Dog Squad) ସହାୟତାରେ ଅନ୍ୟ ୩ ଅଭିଯୁକ୍ତଙ୍କୁ ଧକିବାକୁ ବିଭିନ୍ନ ସ୍ଥାନରେ ଚଢାଉ ଜାରି ରଖିଛି ।

ସୂଚନା ଅନୁସାରେ, ପୀଡ଼ିତା ଜଣକ ଗତକାଲି(ଶୁକ୍ରବାର) ପାରାଦ୍ଵୀପ ନୂଆବଜାରରୁ ନିଜର କାମ ସାରି ସାଇକେଲରେ ଫେରୁଥିବାବେଳେ ଘଟିଛି ଏହି ଘଟଣା । ୪ ଜଣ ଯୁବକ ଏକ ନାଲି ରଙ୍ଗର କାରରେ ଆସି ତାଙ୍କୁ ଅପହରଣ କରିନେଇଥିଲେ । ସେମାନେ ତାଙ୍କୁ ନେହେରୁବଙ୍ଗଳା ନିକଟସ୍ଥ ଏକ ଜଙ୍ଗଲକୁ ନେଇ ଦୁଷ୍କର୍ମ କରିଥିବା ପୀଡ଼ିତା ଅଭିଯୋଗ କରିଛନ୍ତି । ସେମାନଙ୍କ ମଧ୍ୟରୁ ଜଣେ ଯୁବକ ତାଙ୍କୁ ବଳାତ୍କାର କରିଥିବାବେଳେ, ଅନ୍ୟ ୩ଜଣ ତାଙ୍କୁ ଶାରୀରିକ ନିର୍ଯାତନା ଦେଇଥିବା ନେଇ ସେ ଏତଲାରେ ଦର୍ଶାଇଛନ୍ତି ।

ଏହା ବି ପଢନ୍ତୁ- ଅବସରପ୍ରାପ୍ତ କର୍ମଚାରୀଙ୍କୁ ହନିଟ୍ରାପ ଘଟଣା, ଆଉ ୨ଜଣ ଗିରଫ

ପରେ ଯୁବକମାନେ ତାଙ୍କୁ ଆଣି ବ୍ୟାଙ୍କ ଲାଇନ୍ ନିକଟ ରାସ୍ତାରେ ଫିଙ୍ଗି ଚାଲିଯାଇଥିଲେ । ଏ ସମ୍ପର୍କରେ ଖବର ପାଇବା ପରେ ପାରାଦ୍ବୀପ ଆଦର୍ଶ ଥାନା ପକ୍ଷରୁ ଆଶାକର୍ମୀଙ୍କୁ ସେଠାରୁ ଉଦ୍ଧାର କରି ତଦନ୍ତ ଆରମ୍ଭ କରାଯାଇଥିଲା । ଗତକାଲି ରାତିରେ ମୁଖ୍ୟ ଅଭିଯୁକ୍ତକୁ ପୋଲିସ ଥାନାରେ ଅଟକ ରଖିବା ସହିତ ଡଗ୍ ସ୍କ୍ବାର୍ଡ ସହାୟତାରେ ଘଟଣାସ୍ଥଳରେ ତଦନ୍ତ କରାଯାଇଛି । ପୀଡ଼ିତାଙ୍କୁ ଡାକ୍ତରୀ ମାଇନା ଓ ବୟାନ ରେକର୍ଡ କରିବା ପରେ ପୋଲିସ ଅନ୍ୟ ଅଭିଯୁକ୍ତ ମାନଙ୍କୁ ଧରିବା ପାଇଁ ଚେଷ୍ଟା ଚଳାଇଛି ।

ଇଟିଭି ଭାରତ, ଜଗତସିଂହପୁର

Last Updated : Aug 27, 2022, 6:59 PM IST

ABOUT THE AUTHOR

...view details