ଓଡିଶା

odisha

ETV Bharat / state

ମହାନଦୀରେ ହେବ ଆନିକଟ, ସରକାରଙ୍କୁ କୃତଜ୍ଞତା ଜଣାଇଲେ ବିଧାୟକ - କ୍ୟାବିନେଟର ନିଷ୍ପତ୍ତି

ମହାନଦୀରେ ଆନିକଟ ନିର୍ମାଣ ପାଇଁ ରାଜ୍ୟ ସରକାର ୩୪୪.୬୭ କୋଟି ଟଙ୍କା ଅନୁମୋଦନ କରିଛନ୍ତି ।ମୁଖ୍ୟମନ୍ତ୍ରୀଙ୍କ ଏଭଳି ନିଷ୍ପତ୍ତି ପାଇଁ ସମସ୍ତ ପାରାଦ୍ବୀପ ବିଧାୟକ ଧନ୍ୟବାଦ ଜଣାଇଛନ୍ତି । ଅଧିକ ପଢନ୍ତୁ

ମହାନଦୀରେ ହେବ ଆନିକଟ
ମହାନଦୀରେ ହେବ ଆନିକଟ

By

Published : Dec 31, 2022, 11:18 AM IST

ମହାନଦୀରେ ହେବ ଆନିକଟ

ଜଗତସିଂହପୁର: ମହାନଦୀରେ ହେବ ଆନିକଟ ନିର୍ମାଣ । ଯାହାକୁ ନେଇ ପ୍ରକ୍ରିୟା ଆରମ୍ଭ ହୋଇଛି । ଜଗତସିଂହପୁର ଜିଲ୍ଲାର କୁଜଙ୍ଗ ବ୍ଲକ ଚୌଧୁରୀ ଗଡା ନିକଟରେ ମହାନଦୀ ଉପରେ ନିର୍ମାଣ ହେବ ବନ୍ଧ । ୩୬ ମାସରେ ଏହି ପ୍ରକଳ୍ପର କାମ ଶେଷ ହେବ ବୋଲି ଜଣାପଡ଼ିଛି । ଆନିକଟ ନିର୍ମାଣ ପାଇଁ ରାଜ୍ୟ ସରକାର ୩୪୪.୬୭ କୋଟି ଟଙ୍କା ଅନୁମୋଦନ କରିଛନ୍ତି । ଏ ସଂକ୍ରାନ୍ତୀୟ ପ୍ରସ୍ତାବକୁ ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କ୍ୟାବିନେଟର ମୋହର ବାଜିଛି ।

ଏହି ଆନିକଟ ନିର୍ମାଣ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅନୁମୋଦନ କରିବା ପରେ ଜଳ ସଂରକ୍ଷଣ ନେଇ ଆଶା ଉଜ୍ବିବୀତ ହୋଇଛି। ଏହି ପ୍ରକଳ୍ପ ନିର୍ମାଣ ହେଲେ ଜଗତସିଂହପୁର ଜିଲ୍ଲାର ପାରାଦ୍ୱୀପ ପୌରାଞ୍ଚଳ, ସମେତ କୁଜଙ୍ଗ ଓ ଏରସମା ବ୍ଲକ ରେ ପାନୀୟ ଜଳ ଯୋଗାଣ ସୁଗମ ହେବ। ସେହିପରି ପଡୋଶୀ କେନ୍ଦ୍ରାପଡା ଜିଲ୍ଲାର ମାର୍ଶାଘାଇ ଓ ମହାକାଳ ପଡା ବ୍ଲକର ୮୯ ଟି ଗ୍ରାମର ଜନ ସାଧାରଣ ଉପକୃତ ହେବେ। ଏହାସହ ଭୂତଳ ଜଳ ପୁନଃ ଭରଣ ମାଛଚାଷ ସାମାଜିକଓ ଆର୍ଥିକ ଉନ୍ନତି ଦିଗରେ ବେଶ ସହାୟକ ହେବ ବୋଲି କୁହାଯାଇଛି।

ଏହା ମଧ୍ୟ ପଢନ୍ତୁ: Heeraben Demise: ମୋଦିଙ୍କୁ ସମବେଦନା ଜଣାଇଲେ ବିଶ୍ୱର ପ୍ରମୁଖ ନେତା

ଖରାଦିନେ ସମୁଦ୍ରର ଲୁଣା ଜୁଆର କୁଜଙ୍ଗ ବ୍ଲକ ଚୌଧୁରୀ ଗଡା ପର୍ଯ୍ୟନ୍ତ ଆସୁଥିବାରୁ ସ୍ତାନୀୟ ଲୋକେ ମଧୁର ଜଳ ପାଇଁ ବିଭିନ୍ନ ସମସ୍ୟାର ସମ୍ମୁଖୀନ ହେଉଛନ୍ତି । ଏହି ପ୍ରକଳ୍ପ ପାଇଁ ବହୁ ଆଗରୁ ଦାବି ହୋଇ ଆସୁଥିବା ବେଳେ ସରକାର ଏହାକୁ ଅନୁମୋଦନ କରିଛନ୍ତି। ଚୌଧୁରୀ ଗଡା ନିକଟରେ ନିର୍ମାଣ ହେବାକୁ ଥିବା ଏହି ପ୍ରକଳ୍ପ ପାଇଁ ୩୪୪କୋଟି ୬୭ ଲକ୍ଷ ଟଙ୍କା ବ୍ୟୟବରାଦ ହୋଇଥିବା ବେଳେ ଏହାର ରକ୍ଷଣାବେକ୍ଷଣ ପାଇଁ ୫ ବର୍ଷ ରେ ୩ କୋଟି ୪୨ ଲକ୍ଷ ଟଙ୍କାର ଅନୁଦାନ ଅନୁମୋଦିତ ହୋଇଛି । ଏନେଇ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଲେ ବିଧାୟକ ।

ଇଟିଭି ଭାରତ, ଜଗତସିଂହପୁର

ABOUT THE AUTHOR

...view details