ଓଡିଶା

odisha

ETV Bharat / state

ପାରାଦ୍ୱୀପରେ ହେବ 7 ମିଲିୟନ ଟନ କ୍ଷମତା ବିଶିଷ୍ଟ ଷ୍ଟିଲ ପ୍ଲାଣ୍ଟ, ବିସ୍ଥାପିତ ହେବେ ୧୪୭୬ ପରିବାର - ଷ୍ଟିଲ ପ୍ଲାଣ୍ଟ

ପାରାଦ୍ବୀପ ଠାରେ ପ୍ରତିଷ୍ଠା ହେବାକୁ ଥିବା 7 ମିଲିୟନ ଟନ କ୍ଷମତା ବିଶିଷ୍ଟ ଷ୍ଟିଲ ପ୍ଲାଣ୍ଟ ପାଇଁ ଆରପିଡିଏସି ବୈଠକ ବସିଛି । ଅଧିକ ପଢନ୍ତୁ

ପାରାଦ୍ୱୀପରେ ହେବ 7 ମିଲିୟନ ଟନ କ୍ଷମତା ବିଶିଷ୍ଟ ଷ୍ଟିଲ ପ୍ଲାଣ୍ଟ
ପାରାଦ୍ୱୀପରେ ହେବ 7 ମିଲିୟନ ଟନ କ୍ଷମତା ବିଶିଷ୍ଟ ଷ୍ଟିଲ ପ୍ଲାଣ୍ଟ

By ETV Bharat Odisha Team

Published : Aug 25, 2023, 10:00 AM IST

ପାରାଦ୍ୱୀପରେ ହେବ 7 ମିଲିୟନ ଟନ କ୍ଷମତା ବିଶିଷ୍ଟ ଷ୍ଟିଲ ପ୍ଲାଣ୍ଟ

ଜଗତସିଂହପୁର: ଜଗତସିଂହପୁର ଜିଲ୍ଲା ପାରାଦ୍ବୀପ ଠାରେ ଆର୍ସେଲର ମିତ୍ତଲ ନିପ୍ପନ ଷ୍ଟିଲ (ଏଏମଏନଏସ) କମ୍ପାନୀର ବାର୍ଷିକ 7ମିଲିୟନ ଟନ କ୍ଷମତା ବିଶିଷ୍ଟ ଷ୍ଟିଲ ପ୍ଲାଣ୍ଟ ସ୍ଥାପିତ ହେବାକୁ ଯାଉଛି । ଏନେଇ ବିସ୍ଥାପିତ ହେବାକୁ ଥିବା ଗ୍ରାମବାସୀଙ୍କ ଥଇଥାନ ଓ ପାରିପାର୍ଶ୍ବିକ ଉନ୍ନୟନ ପରାମର୍ଶଦାତା କମିଟି (ଆରପିଡିଏସି) ବୈଠକ ବସିଛି । ଏହି ପ୍ରକଳ୍ପ ପାଇଁ 1476 ପରିବାର ବିସ୍ଥାପିତ ହେବ ବୋଲି ସୂଚନା ମିଳିଛି ।

ପ୍ଲାଣ୍ଟ ପ୍ରତିଷ୍ଠା ହେଲେ ପାରାଦ୍ୱୀପର କେଉଁ କେଉଁ ଅଞ୍ଚଳର ଲୋକେ ବିସ୍ଥାପିତ ହେବେ ତାକୁ ନେଇ ଏକ ଉଚ୍ଚସ୍ତରୀୟ ବୈଠକ ଜଗତସିଂହପୁର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ସଦଦ୍ଭାବନା ସଭାଗୃହରେ ଅନୁଷ୍ଠିତ ହୋଇଥିଲା । ଏଥିରେ କେନ୍ଦ୍ରାଞ୍ଚଳ ରାଜସ୍ୱ କମିଶନର ଡ଼ ସୁରେଶ ଚନ୍ଦ୍ର ଦଳାଇ ଯୋଗ ଦେଇ କହିଥିଲେ ଯେ, ''ଜଗତସିଂହପୁର ଜିଲ୍ଲାରେ ଆର୍ସେଲର ମିତଲ ନିପ୍ପନ ଷ୍ଟିଲ କମ୍ପାନୀ ବାର୍ଷିକ ୭ମିଲିୟନ ଟନ କ୍ଷମତା ବିଶିଷ୍ଟ ଇସ୍ପାତ କାରଖାନା ପ୍ରତିଷ୍ଠା କରିବାକୁ ଯାଉଛି । ଏହି ପ୍ରକଳ୍ପ ଦ୍ବାରା ବିସ୍ଥାପିତ ହେବାକୁ ଥିବା ବିଜୟଚନ୍ଦ୍ରପୁର, ଉଦୟବଟ ଗ୍ରାମର ପଡା ଗ୍ରାମ ଭୀମନାଶି, ଗୋରଡି, ମୁଣ୍ଡ କାଟି, ନୂଆଗଡ଼, ଶୁଖୁଆ ଖଳା, ପଡାଗ୍ରାମ ହାଣ୍ଡିଆ ଆଦି ଗ୍ରାମର ୧୪୭୬ ପରିବାର ବିସ୍ଥାପିତ ହେବେ । ଏମାନଙ୍କୁ ନରେନ୍ଦ୍ରପୁର ଠାରେ ଥାଇଥାନ କରାଯିବ । ଭିଟାମାଟି ଛାଡୁଥିବା ସମସ୍ତ ଲୋକମାନଙ୍କର ସମସ୍ତ ସୁବିଧା କମ୍ପାନୀ କରିବ । ସର୍ଭେ କରାଯାଇ 1476 ପରିବାରଙ୍କ ଚିଠା ପ୍ରସ୍ତୁତ କରାଯାଇଛି ।''

ଏହି ଚିଠା 15ଦିନ ପରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଠାରୁ ପଞ୍ଚାୟତ କାର୍ଯ୍ୟାଳୟ ପର୍ଯ୍ୟନ୍ତ ସବୁଠାରେ ପ୍ରକାଶିତ ହେବ । 15ଦିନ ମଧ୍ୟରେ ଲୋକଙ୍କ ଆପତ୍ତି ଅଭିଯୋଗ ଗ୍ରହଣ କରାଯାଇ ଶୁଣାଣି ପରେ ଚୂଡାନ୍ତ ତାଲିକା ପ୍ରସ୍ତୁତ କରାଯିବ । ସରକାରୀ ଅଧିକାରୀମାନେ ଏହାକୁ ଯାଞ୍ଚ କରିବେ ଓ କମ୍ପାନୀ କର୍ତ୍ତୃପକ୍ଷ ଗ୍ରାମବାସୀଙ୍କ ସହ ଆଲୋଚନା କରିବେ ।

ବୈଠକରେ ସରକାରୀ ଦଳର ମୁଖ୍ୟ ସଚେତକ ପ୍ରଶାନ୍ତ ମୁଦୁଲି ଯୋଗ ଦେଇ କହିଛନ୍ତି, '' ପ୍ରଭାବିତଙ୍କୁ ସମସ୍ତ ଉପଯୁକ୍ତ ସୁବିଧା, ସହଯୋଗ ସହ ସ୍ଥାନୀୟ ଲୋକଙ୍କୁ ନିଯୁକ୍ତି ଦିଆଯିବ । ଆଗାମୀ ଦିନରେ ଏହି ପ୍ଲାଣ୍ଟ ହେବା ଦ୍ବାରା ରାଜ୍ୟ ଅଧିକ ଲାଭାନ୍ବିତ ହେବ । ଏହା ଏକ ସ୍ବାଗତଯୋଗ୍ୟ କାର୍ଯ୍ୟକ୍ରମ । କମ୍ପାନୀ ବିସ୍ଥାପିତ ଲୋକଙ୍କୁ ଅଗ୍ରାଧିକାର ଭିତ୍ତିରେ ନିଯୁକ୍ତି ଦେବା ସହିତ ନିର୍ଦ୍ଧାରିତ ସମୟ କ୍ଷତି ପୂରଣ ବାବଦ ଅର୍ଥ ପ୍ରଦାନ କରିବାକୁ ନିବେଦନ କରିଥିଲେ ।

ସେହିପରି ବାଲିକୁଦା ବିଧାୟକ ରଘୁନନ୍ଦନ ଦାସ କହିଥିଲେ ଯେ,'' ବିଭିନ୍ନ କମ୍ପାନୀ ମାନେ ଆସିବା ସମୟରେ ବିଭିନ୍ନ କଥା କହି ଜମିଅଧିଗ୍ରହଣ କରି ନିଅନ୍ତି କିନ୍ତୁ ପ୍ରତିଶୃତି ମୁତାବକ କାର୍ଯ୍ୟ କରିବାରେ ଅବହେଳା ପଦର୍ଶନ କରିବାରର ବହୁ ଉଦାହରଣ ରହିଛି । ଫଳରେ ଲୋକେ କମ୍ପାନୀକୁ ସହଜରେ ବିଶ୍ୱାସକୁ ନେଉ ନାହାଁନ୍ତି । ଫଳରେ ଜମି ଅଧିଗ୍ରହଣ ସମୟରେ ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହେଉଛି । ସେଥିପାଇଁ ଜିଲ୍ଲା ପ୍ରଶାସନ ଓ କମ୍ପାନୀ କତ୍ତୃପକ୍ଷ ବିସ୍ଥାପିତ ଲୋକଙ୍କ ସହ ଆଲୋଚନା କରି କାର୍ଯ୍ୟ କରିବା ଉଚିତ ।

ଏହା ବି ପଢନ୍ତୁ...ପଣ୍ୟ କାରବାରରେ ପାରାଦ୍ୱୀପ ବନ୍ଦରର ରେକର୍ଡ, ଦେଶର ସମସ୍ତ ପୋର୍ଟକୁ ପଛରେ ପକାଇଲା

ଏହି ବୈଠକରେ ସରକାରୀ ଦଳର ମୁଖ୍ୟ ସଚେତକ ପ୍ରଶାନ୍ତ ମୁଦୁଲି, ଜିଲ୍ଲାପାଳ ପାରୁଲ ପଟୁୱାରୀ, ମିତଲ କମ୍ପାନୀର କାର୍ଯ୍ୟ ନିର୍ବାହି ନିର୍ଦେଶକ ରାଜୀବ ଭଟ ନଗର, ପାରାଦ୍ୱୀପର ଅତିରିକ୍ତ ଜିଲ୍ଲାପାଳ ଲଗ୍ନଜିତ ରାଉତ, ଜିଲ୍ଲା ପରିଷଦ ଅଧ୍ୟକ୍ଷ ମନୋଜ କୁମାର ଭୋଇ, ବିଧାୟକ ସମ୍ବିତ ରାଉତରାୟ, ବାଲିକୁଦା ବିଧାୟକ ରଘୁନନ୍ଦନ ଦାସ ପ୍ରମୁଖ ଉପସ୍ଥିତ ଥିଲେ ।

ଇଟିଭି ଭାରତ, ଜଗତସିଂହପୁର

ABOUT THE AUTHOR

...view details