ଓଡିଶା

odisha

ETV Bharat / state

୪ର୍ଥ ପର୍ଯ୍ୟାୟ ନିର୍ବାଚନ: ପାରାଦୀପରେ ଜମୁଛି ପ୍ରଚାର

ପାରାଦୀପ ନିର୍ବାଚନ ମଣ୍ଡଳୀରେ ଆଗାମୀ ମତଦାନ ପାଇଁ ପ୍ରଚାର ପ୍ରସାର ଜୋରଦାର ଚାଲିଛି । ପ୍ରମୁଖ ଦଳ ଗୁଡିକ ଭୋଟରଙ୍କୁ ଆକୃଷ୍ଟ କରବା ପାଇଁ ଡୋର ଟୁ ଡୋର କ୍ୟାମ୍ପେନ କରୁଛନ୍ତି ।

ଫଟୋ ସୌଜନ୍ୟ: ପ୍ରତିନିଧି, ଜଗତସିଂହପୁର

By

Published : Apr 25, 2019, 1:26 AM IST

ଜଗତସିଂହପୁର: ସରିଲା ତୃତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ମତଦାନ । ଆଗକୁ ଅଛି ୪ର୍ଥ ପର୍ଯ୍ୟାୟ ନିର୍ବାଚନ । ପାରାଦୀପ ନିର୍ବାଚନ ମଣ୍ଡଳୀରେ ଆଗାମୀ ମତଦାନ ପାଇଁ ପ୍ରଚାର ପ୍ରସାର ଜୋରଦାର ଚାଲିଛି । ପ୍ରମୁଖ ଦଳ ଗୁଡିକ ଭୋଟରଙ୍କୁ ଆକୃଷ୍ଟ କରବା ପାଇଁ ଡୋର ଟୁ ଡୋର ଯାଇ ଭୋଟ ମାଗିବା ସହ ଭୋଜିଭାତର ଆୟୋଜନ କରୁଛନ୍ତି ।

ଭିଡିଓ ସୌଜନ୍ୟ: ପ୍ରତିନିଧି, ଜଗତସିଂହପୁର

ପାରାଦୀପ ନିର୍ବାଚନ ମଣ୍ଡଳୀରେ ବିଜେଡି ବିଜେପି ଓ କଂଗ୍ରେସ ମଧ୍ୟରେ କଡା ଟକ୍କର ହେଉଥିବା ଦେଖିବାକୁ ମିଳୁଛି । ଏହି ନିର୍ବାଚନ ମଣ୍ଡଳୀରେ ୨ ଲକ୍ଷ ୧୧ ହଜାର ୬୦୦ ଭୋଟର ଆସନ୍ତା ୨୯ ତାରିଖ ଦିନ ପ୍ରମୁଖ ତିନି ରାଜନୈତିକ ଦଳର ଭାଗ୍ୟ ନିର୍ଦ୍ଧାରଣ କରିବେ । ତେବେ ପ୍ରମୁଖ ରାଜନୈତିକ ଦଳ ମଧ୍ୟରେ କଂଗ୍ରେସର ବାପିସର୍ଖେଲ୍ ନିର୍ବାଚନ ମଇଦାନକୁ ଓହ୍ଲାଇଛନ୍ତି ।

ସେପଟେ ବିଜେଡି ପ୍ରାର୍ଥୀ ଭାବରେ ଉଭା ହୋଇଛନ୍ତି ବରିଷ୍ଠ ନେତା ଦାମୋଦର ରାଉତଙ୍କ ପୁଅ ସମ୍ବିତ ରାଉତ । ତେବେ ବିଜେପି ମଧ୍ୟ ପଛରେ ପଡିନାହିଁ । ବିଜେପି ଏହି ଦୁଇ ଦଳକୁ କାଉଣ୍ଟର କରିବା ପାଇଁ ସମାଜ ସେବୀ ସମ୍ପଦ ସ୍ବାଇଁଙ୍କୁ ପ୍ରାର୍ଥୀ କରିଛି । ବେକାରୀ, ପାନୀୟ ଜଳ, ପ୍ରଦୂଷଣ, ଓ ଆଇଓସିଏଲରେ ନିଯୁକ୍ତିକୁ ମୁଦ୍ଦା କରି ବିଜେପି ଓ ବିଜେଡି ନିର୍ବାଚନୀ ମଇଦାନକୁ ଓଲ୍ହାଇଥିବା ବେଳେ କଂଗ୍ରେସ ଦୁର୍ନୀତିକୁ ମୁଖ୍ୟ ପ୍ରସଙ୍ଗ କରି ନିର୍ବାଚନ ରଣାଙ୍ଗନରେ ଅବତୀର୍ଣ୍ଣ ହୋଇଛି ।

ଜଗତସିଂହପୁରରୁ ସୁଶାନ୍ତ ପାତ୍ର, ଇଟିଭି ଭାରତ

ABOUT THE AUTHOR

...view details