ଜଗତସିଂହପୁର: ଶୁକ୍ରବାର ରାଜ୍ୟର 4 ହଜାର କମ୍ପ୍ୟୁଟର ଶିକ୍ଷକ ଛଟେଇ ପ୍ରତିବାଦରେ ଜଗତସିଂହପୁର ଜିଲ୍ଲାପାଳଙ୍କ ଅଫିସ ଆଗରେ ଜିଲ୍ଲାର ସମସ୍ତ ଛଟେଇ କମ୍ପ୍ୟୁଟର ଶିକ୍ଷକ ମାନେ ଧାରଣାରେ ବସିଥିଲେ । ଏହା ସହିତ ଜିଲ୍ଲାପାଳଙ୍କ ଅଫିସ ଘେରାଉ କରିଥିଲେ।
ସେମାନେ ଅଭିଯୋଗ କରିଛନ୍ତି ଯେ ଓଡ଼ିଶାର ଲକ୍ଷ ଲକ୍ଷ ଛାତ୍ରଛାତ୍ରୀ ବର୍ତ୍ତମାନ କମ୍ପ୍ୟୁଟର ଶିକ୍ଷାରୁ ବଞ୍ଚିତ ହୋଇଛନ୍ତି। ତା ସହ ରାଜ୍ୟରେ 4 ହଜାର ଓ ଜିଲ୍ଲାରେ 151 ଜଣ କମ୍ପ୍ୟୁଟର ଶିକ୍ଷକଙ୍କୁ ସରକାର ଛଟେଇ କରି ସାରିଛନ୍ତି। ଫଳରେ ସେମାନେ ଜୀବିକା ହରାଇବା ସହ କୋଭିଡ ସମୟରେ ହନ୍ତସନ୍ତ ହେଉଛନ୍ତି।
କମ୍ପ୍ୟୁଟର ଶିକ୍ଷକଙ୍କ ଛଟେଇ ପ୍ରତିବାଦରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରାଉ ଅନ୍ୟ ପକ୍ଷରେ ରାଜ୍ୟରେ 8 ଶହ କୋଟି ଟଙ୍କା ବ୍ୟୟରେ ନିର୍ମିତ ଆଇସିଟି ଲ୍ୟାବ ଗୁଡିକ ଅଚଳ ହୋଇ ଖତ ଖାଇବାକୁ ବସିଲାଣି। ଯାହାକୁ ନେଇ ଶିକ୍ଷା ବିଭାଗ କୌଣସି ପଦକ୍ଷେପ ନେଉନାହିଁ। ରାଜ୍ୟ ସରକାର ଏଥିପ୍ରତି ଦୃଷ୍ଟି ଦେବା ସହିତ ରାଜ୍ୟର ସମସ୍ତ 4 ହଜାର ଶିକ୍ଷକଙ୍କୁ ପୁନଃ ନିଯୁକ୍ତି ଦେବା ସହ ଅନ ଲାଇନ ପାଠପଢ଼ାରେ କମ୍ପ୍ୟୁଟର ଶିକ୍ଷକଙ୍କୁ ସାମିଲ କରିବାକୁ ସଙ୍ଘ ଦାବି କରିଛି। ଏହାକୁ ନେଇ ମୁଖ୍ୟମନ୍ତ୍ରୀ ଓ ଶିକ୍ଷା ମନ୍ତ୍ରୀଙ୍କୁ ଜିଲ୍ଲାପାଳଙ୍କ ମାଧ୍ୟରେ ଦାବିପତ୍ର ପ୍ରଦାନ କରିଛି ସଙ୍ଘ।
ଜଗତସିଂହପୁରରୁ ସୁଶାନ୍ତ କୁମାର ପାତ୍ର, ଇଟିଭି ଭାରତ