ଓଡିଶା

odisha

ETV Bharat / state

ନିୟମକୁ ଫୁ: ଅବାଧରେ ଚାଲିଛି ପଲିଥିନ ବିକ୍ରି - single use plastic ban

ଅବାଧରେ ବ୍ୟବହାର ହେଉଛି ପ୍ଲାଷ୍ଟିକ ଓ ପାଲିଥିନ୍‌ । ପ୍ରଶାସନର ନାକ ତଳେ ଚାଲିଛି ପଲିଥିନ୍ ବ୍ୟାଗ କାରବାର । ଜଗତସିଂହପୁର ଓ ପାରାଦ୍ବୀପରେ ବହୁଳ ମାତ୍ରରେ ପଲିଥିନ୍‌ ବ୍ୟାଗ ବ୍ୟବହାର କରାଯାଉଛି ।

ନିୟମକୁ ଫୁ: ଅବାଧରେ ଚାଲିଛି ପଲିଥିନ ବିକ୍ରି

By

Published : Oct 17, 2019, 4:13 AM IST

ଜଗତସିଂହପୁର: ମାନୁ ନାହାଁନ୍ତି ସରକାରୀ କଟକଣା । ଅବାଧରେ ବ୍ୟବହାର ହେଉଛି ପ୍ଲାଷ୍ଟିକ ଓ ପାଲିଥିନ୍‌ କାରବାର । ପ୍ରଶାସନର ନାକ ତଳେ ଚାଲିଛି ପଲିଥିନ୍ ବ୍ୟାଗ । ହୋଲସେଲର ମାନେ ବହୁଳ ଭାବେ ପାଲିଥିନ୍‌ ଗଚ୍ଛିତ ରଖି କରୁଛନ୍ତି ବ୍ୟବସାୟ । ଯାହାକୁ ନେଇ ଉଦବେଗ ପ୍ରକାଶ କରିଛନ୍ତି ପରିବେଶବିତ୍ ।

ନିୟମକୁ ଫୁ: ଅବାଧରେ ଚାଲିଛି ପଲିଥିନ ବିକ୍ରି

ଜଗତସିଂହପୁର ଓ ପାରାଦ୍ବୀପରେ ବହୁଳ ମାତ୍ରରେ ପଲିଥିନ୍‌ ବ୍ୟାଗ ବ୍ୟବହାର କରାଯାଉଛି । ଅକ୍ଟୋବର2 ତାରିଖରୁ ସରକାର ପଲିଥିନକୁ ସମ୍ପୂର୍ଣ୍ଣ ନିଷେଧ କରିଥିଲେ ମଧ୍ୟ ଜିଲ୍ଲାରେ ବହୁଳ ଭାବରେ ବ୍ୟବହାରକୁ ନେଇ ପରିବେଶବିତ ଉଦ୍‌ବେଗ ପ୍ରକାଶ କରିଛନ୍ତି ।

ଜିଲ୍ଲା ପ୍ରଶାସନ ଆଇନକୁ କଡାକଡି ଭାବେ ପାଳନ କରିବାରେ ବିଫଳ ହୋଇଥିବା ସେମାନେ ଅଭିଯୋଗ କରିଛନ୍ତି । ଏ ସମ୍ପର୍କରେ ଆମ ପ୍ରତିନିଧି ପୌର କାର୍ଯ୍ୟନିର୍ବାହୀ ଅଧିକାରୀ ବଳଦେବ ବେହେରାଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । ଏନେଇ ସେ କହିଛନ୍ତି, ଯେ ଗୁରୁବାରଠାରୁ ପୋଲିସ ସହାୟତାରେ ବିଭିନ୍ନ ବାଣିଜୀକ ପ୍ରତିଷ୍ଠାନ ଓ ପଲିଥିନ୍‌ ଗୋଦାମରେ ଚଢ଼ାଉ କରାଯିବ ସହ ପଲିଥିନ୍‌ ବ୍ୟବହାରକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।

ଜଗତସିଂହପୁରରୁ ସୁଶାନ୍ତ ପାତ୍ର, ଇଟିଭି ଭାରତ

ABOUT THE AUTHOR

...view details