ଜଗତସିଂହପୁର: ଶ୍ରମିକଙ୍କ ଦାବି ଆଗରେ ମୁଣ୍ତ ନୁଆଁଇଲେ IOCL କର୍ତ୍ତୃପକ୍ଷ । ପାରାଦୀପ ଆଇଓସିଏଲ୍ ମୁଖ୍ୟ ଫାଟକ ନିକଟରେ ୧୭ଦଫା ଦାବି ନେଇ ଶ୍ରମିକଙ୍କ ଧାରଣା ପ୍ରତ୍ୟାହୃତ ହୋଇଛି । ୪ ଦିନ ପରେ ଧାରଣାରୁ ଉଠିଛନ୍ତି ଆଇଓସିଏଲର ଠିକା ଶ୍ରମିକ । ଆଇଓସିଏଲ ଭଳି ଏକ କେନ୍ଦ୍ରୀୟ ଶିଳ୍ପ ସଂସ୍ଥାରେ କରାଯାଉଥିବା ଶ୍ରମିକ ଶୋଷଣ ବିରୋଧରେ ଧାରଣା ଦେଇଥିଲେ ଠିକା ଶ୍ରମିକ । ଶୀତ କାକରରେ ପଡ଼ି ଆନ୍ଦୋଳନ କରୁଥିବା ସାଢେ଼ ତିନି ହଜାର ଶ୍ରମିକଙ୍କ ଦାବିକୁ ମାନି ନେଇଛନ୍ତି ଆଇଓସିଏଲ କତ୍ତୃପକ୍ଷ । କାରଖାନା ପରିସରରେ ଶ୍ରମିକମାନଙ୍କୁ ଶୁଦ୍ଧ ପିଇବା ପାଣି, ଆଇଓସିଏଲର ମେଡିକାଲ ଚିକିତ୍ସା ଓ ସ୍କୁଲରେ ଶ୍ରମିକ ପିଲାଙ୍କ ପାଠପଢା ଭଳି ଦାବି ପୂରଣ ହୋଇଛି ।
ଶ୍ରମିକଙ୍କ ଦାବି ଆଗରେ ମୁଣ୍ତ ନୁଆଁଇଲେ IOCL କର୍ତ୍ତୃପକ୍ଷ, ଧାରଣା ପ୍ରତ୍ୟାହୃତ - ଶ୍ରମିକଙ୍କ ଦାବି ଆଗରେ ମୁଣ୍ତ ନୁଆଁଇଲେ IOCL କର୍ତ୍ତୃପକ୍ଷ
ଶ୍ରମିକଙ୍କ ଦାବି ଆଗରେ ମୁଣ୍ତ ନୁଆଁଇଲେ IOCL କର୍ତ୍ତୃପକ୍ଷ । ପାରାଦୀପ ଆଇଓସିଏଲ୍ ମୁଖ୍ୟ ଫାଟକ ନିକଟରେ ୪ ଦିନ ପରେ ଧାରଣାରୁ ଉଠିଛନ୍ତି ଆଇଓସିଏଲର ଠିକା ଶ୍ରମିକ । ଅଧିକ ପଢନ୍ତୁ
ଶ୍ରମିକଙ୍କ ଦାବି ଆଗରେ ମୁଣ୍ତ ନୁଆଁଇଲେ IOCL କର୍ତ୍ତୃପକ୍ଷ, ଧାରଣା ପ୍ରତ୍ୟାହୃତ
ଶ୍ରମିକଙ୍କ ଦାବି ଆଗରେ ମୁଣ୍ତ ନୁଆଁଇଲେ IOCL କର୍ତ୍ତୃପକ୍ଷ, ଧାରଣା ପ୍ରତ୍ୟାହୃତ
ସେହିପରି ମାସର ନିର୍ଦ୍ଧିଷ୍ଟ ତାରିଖରେ ଦରମା ଆଦି ୧୭ ଦଫା ଦାବିକୁ ନେଇ ଗତ ୪ ଦିନ ହେଲା ଧାରଣା ଦେଇଥିଲେ ଶ୍ରମିକ । ଶେଷରେ ଆଇଓସିଏଲ କର୍ତ୍ତୃପକ୍ଷ ଶ୍ରମିକଙ୍କ ସବୁ ଦାବିକୁ ପୂରଣ କରିବା ପାଇଁ ପ୍ରତିଶୃତି ଦେଇଛନ୍ତି । ଗତବର୍ଷ ଫେବୃଆରୀ ମାସଠାରୁ ଶ୍ରମିକମାନେ ବର୍ଦ୍ଧିତ ୨୭୦୦ ରୁ ୩୧୦୦ ଟଙ୍କାର ଦରମା ପାଇବା ସହିତ ବର୍ଷକୁ ୧୨ଟି ଛୁଟି ମଧ୍ୟ ପାଇବେ । ଗତ ତିନି ଦିନ ହେଲା ତିନୋଟି ପର୍ଯ୍ୟାୟରେ ଆଲୋଚନା ପରେ ଶ୍ରମିକଙ୍କ ସମସ୍ତ ଦାବିକୁ ମାନିବା ପାଇଁ କମ୍ପାନୀ ରାଜି ହୋଇଥିବା ଶ୍ରମିକ ନେତା ବାପି ସାର୍ଖେଲ ପ୍ରକାଶ କରିଛନ୍ତି ।
ଇଟିଭି ଭାରତ, ଜଗତସିଂହପୁର