ଜଗତସିଂହପୁର: ପାରାଦୀପରେ ଅନୁଷ୍ଠିତ ହୋଇଯାଇଛି ୨୨ ତମ ଆଦିବାସୀ ମହୋତ୍ସବ । ସୋମବାର ନିକଟସ୍ଥ ଗଲ୍ଫ ପଡିଆରେ ଆରମ୍ଭ ହୋଇଥିବା ଏହି ଆଦିବାସୀ ମେଳା କାର୍ଯ୍ୟକ୍ରମକୁ ପାରାଦୀପ ବନ୍ଦର ଅଧ୍ୟକ୍ଷ ରିଙ୍କେସ ରାୟ ଉଦଘାଟନ କରିଛନ୍ତି।
ସ୍ଥାନିୟ ଆଦିବାସୀ ସମ୍ପ୍ରଦାୟ ଲୋକଙ୍କ ସଂସ୍କୃତି ଓ ପରମ୍ପରାକୁ ଉଜ୍ଜିବୀତ କରିବାକୁ ଏହି ଉତ୍ସବ ଆୟୋଜନ କରାଯାଇଛି। ପ୍ରଥମେ ଆଦିବାସୀମାନଙ୍କ କୁଳ ଦେବତାଙ୍କୁ ପୂଜାର୍ଚ୍ଚନା କରାଯିବା ପରେ ଆଦିବାସୀ ନୃତ୍ୟ ଅନୁଷ୍ଠିତ ହୋଇଥିଲା।