ଓଡିଶା

odisha

ETV Bharat / state

ବହୁ ଚର୍ଚ୍ଚିତ ଏସିଡ଼ ପୀଡିତା ପ୍ରମୋଦିନୀଙ୍କୁ ମିଳିଲା ନ୍ୟାୟ, ଦୋଷୀଙ୍କୁ 14ବର୍ଷ ଜେଲ୍‌ଦଣ୍ଡ - ଏସିଡ଼ି ପୀଡିତା ପ୍ରମୋଦିନୀଙ୍କୁ ମିଳିଲା ନ୍ୟାୟ

ଜଗତସିଂହପୁର ବହୁ ଚର୍ଚ୍ଚିତ ଏସିଡ ପିଡିତା ପ୍ରମୋଦିନୀ ରାଉଳଙ୍କ(Pramodini Roul) ଘଟଣାରେ ଆଜି ରାୟ ଶୁଣାଇଲେ ଜଗତସିଂହପୁର ମହିଳା କୋର୍ଟ । ଅଧିକ ପଢନ୍ତୁ

ବହୁ ଚର୍ଚ୍ଚିତ ଏସିଡ଼ି ପୀଡିତା ପ୍ରମୋଦିନୀଙ୍କୁ ମିଳିଲା ନ୍ୟାୟ
ବହୁ ଚର୍ଚ୍ଚିତ ଏସିଡ଼ି ପୀଡିତା ପ୍ରମୋଦିନୀଙ୍କୁ ମିଳିଲା ନ୍ୟାୟ

By

Published : May 9, 2022, 1:45 PM IST

Updated : May 9, 2022, 4:08 PM IST

ଜଗତସିଂହପୁର:ବିଳମ୍ବିତ ହେଲେ ମଧ୍ୟ ବହୁ ଚର୍ଚ୍ଚିତ ପ୍ରମୋଦିନୀ ରାଉଳଙ୍କୁ ଏସିଡ ମାଡ ଘଟଣାରେ(Acid attack on Pramodini Roul) ମିଳିଲା ନ୍ୟାୟ । । ରାୟ ଶୁଣାଇଲେ ଜଗତସିଂହପୁର ASJ ମହିଳା କୋର୍ଟ । ଦୀର୍ଘ ବର୍ଷ ପରେ ନ୍ୟାୟ ପାଇଲେ ଏସିଡ ପୀଡିତା ପ୍ରମୋଦିନୀ । ଏହି ଘଟଣାରେ ଅଭିଯୁକ୍ତ ସନ୍ତୋଷ କୁମାର ବେଦାନ୍ତ ଓ ଅନୀଲ ଦଳ ସିଂ ରାୟଙ୍କୁ 14 ବର୍ଷ ସଶ୍ରମ କାରାଦଣ୍ଡ ସହିତ 15 ହଜାର ଟଙ୍କା ଜୋରିମାନା ଦଣ୍ଡାଦେଶ ଶୁଣାଇଛନ୍ତି କୋର୍ଟ ।ଜୋରିମାନା ଅନାଦେୟରେ 9 ମାସ ଅଧିକ ଜେଲ ଦଣ୍ଡରେ ଦଣ୍ଡିତ କରାଯାଇଛି।

କେବେ ଓ କେମିତି ଏସିଡି ମାଡର ଶିକାର ହୋଇଥିଲେ ପ୍ରମୋଦିନୀ:-

ବହୁ ଚର୍ଚ୍ଚିତ ଏସିଡ଼ ପୀଡିତା ପ୍ରମୋଦିନୀଙ୍କୁ ମିଳିଲା ନ୍ୟାୟ, ଦୋଷୀଙ୍କୁ 14ବର୍ଷ ଜେଲ୍‌ଦଣ୍ଡ

ସୂଚନା ଅନୁଯାୟୀ ଗତ 2009 ମସିହା ଅପ୍ରେଲ ମାସ 18 ତାରିଖରେ ତିର୍ତ୍ତୋଲ ଥାନା ଅନ୍ତର୍ଗତ କନକପୁର ଗ୍ରାମର ପ୍ରମୋଦିନୀ ରାଉଳ କଲେଜରୁ ଫେରିବା ସମୟରେ ପାରା ମିଲିଟାରି ଫୋର୍ସରେ କାର୍ଯ୍ୟକରୁଥିବା ଦୁଇ ଅଭିଯୁକ୍ତ ଏକ ତରଫା ପ୍ରେମକୁ ଭିତ୍ତି କରି ଏସିଡ ମାଡ଼ କରିଥିଲେ । ଏହାପରେ ଘଟଣାସ୍ଥଳରୁ ଫେରାର ହୋଇ ଯାଇଥିଲେ। ଫଳରେ ପ୍ରମୋଦିନୀଙ୍କ ଶରୀର ର 90 ଭାଗ ପୋଡି ଯାଇଥିଲା।

ଦୀର୍ଘ 9 ମାସ ହସ୍ପିଟାଲରେ ମୃତ୍ୟୁ ସହ ସଂଗ୍ରାମ କରିବା ପରେ ସେ ସୁସ୍ଥ ହୋଇଥିଲେ। ତେବେ ତାଙ୍କର ଆଖି, ଠାରୁ ଆରମ୍ଭ କରି ବିଭିନ୍ନ ଅଙ୍ଗ ନଷ୍ଟ ହୋଇଯାଇଥିଲା। ଏହି ଘଟଣାକୁ ନେଇ ତିର୍ତ୍ତୋଲ ପୋଲିସ 2017 ମସିହାରେ କୋଲକାତାର ବିଭିନ୍ନ ସ୍ଥାନରେ ଚଢ଼ାଉ କରି ଅଭିଯୁକ୍ତ କୁ ଗିରଫ କରିଥିଲା। ଦିର୍ଘ 13 ବର୍ଷ ପରେ ଆଜି ଜିଲ୍ଲା ମହିଳା କୋର୍ଟ 18 ଜଣ ସାକ୍ଷୀଙ୍କ ବୟାନ କୁ ଭିତ୍ତିକରି ଆଜି ଦୁଇ ଅଭିଯୁକ୍ତଙ୍କୁ 14 ବର୍ଷ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି।

ଏହି ବିଳମ୍ବିତ ନ୍ୟାୟରେ ପ୍ରମୋଦିନୀ ଓ ତାଙ୍କ ପରିବାର ଏଥିରେ ସନ୍ତୁଷ୍ଟ ନଥିବା କହିଛନ୍ତି। ମହିଳା କୋର୍ଟଙ୍କ ରାୟକୁ ନେଇ ଉଚ୍ଚ ନ୍ୟାୟାଳଙ୍କ ଦ୍ୱାରସ୍ଥ ହେବାକୁ ପ୍ରମୋଦିନୀଙ୍କ ପରିବାର କହିଛନ୍ତି।

ଜଗତସିଂହପୁରରୁ ଶୁସାନ୍ତ କୁମାର ପାତ୍ର, ଇଟିଭି ଭାରତ

Last Updated : May 9, 2022, 4:08 PM IST

ABOUT THE AUTHOR

...view details