ଓଡିଶା

odisha

ETV Bharat / state

ଦୁର୍ଘଟଣାର ସହର ପାଲଟିଛି ପାରାଦ୍ୱୀପ, ଟ୍ରାଫିକ ବ୍ୟବସ୍ଥାକୁ ଦାୟୀ କଲେ ଲୋକେ - ପାରାଦ୍ବୀପରେ ବଢୁଛି ଦୁର୍ଘଟଣା

ଜଗତସିଂହପୁର ପାରାଦ୍ବୀପରେ ଦିନକୁ ଦିନ ଦୁର୍ଘଟଣା ସାଙ୍ଗକୁ ବୃଦ୍ଧି ପାଉଛି ଦୁର୍ଘଟଣାଜନିତ ମୃତ୍ୟୁସଂଖ୍ୟା । ଟ୍ରାଫିକ ବ୍ୟବସ୍ଥା ବିପର୍ଯ୍ୟସ୍ତକୁ ଦାୟୀ କଲେ ସ୍ଥାନୀୟ ଲୋକେ । ଅଧିକ ପଢନ୍ତୁ

ଦୁର୍ଘଟଣାର ସହର ପାଲଟିଛି ପାରାଦ୍ୱୀପ, ଟ୍ରାଫିକ ବ୍ୟବସ୍ଥାକୁ ଦାୟୀ କଲେ ଲୋକେ
ଦୁର୍ଘଟଣାର ସହର ପାଲଟିଛି ପାରାଦ୍ୱୀପ, ଟ୍ରାଫିକ ବ୍ୟବସ୍ଥାକୁ ଦାୟୀ କଲେ ଲୋକେ

By

Published : Jun 23, 2022, 7:47 PM IST

ପାରାଦ୍ୱୀପ: ଦିନକୁ ଦିନ ଦୁର୍ଘଟଣା ସାଙ୍ଗକୁ ମୃତ୍ୟୁସଂଖ୍ୟା ମଧ୍ୟ ବୃଦ୍ଧି ପାଉଛି, ଯାହାକୁ ନେଇ ପାରାଦ୍ୱୀପବାସୀ ଏବେ ଚିନ୍ତା ବ୍ୟକ୍ତ କରିଛନ୍ତି । ପାରାଦ୍ୱୀପର ସମସ୍ତ ରାସ୍ତା ଏବେ ମରଣଯନ୍ତା ପାଲଟିଥିବା ଅଭିଯୋଗ କରିଛନ୍ତି । ପରିସ୍ଥିତି ଏପରି ହୋଇଛି ଯେ, ଜଣେ ଘରୁ ବାହାରିବା ପରେ ସୁରକ୍ଷିତ ଘରକୁ ଫେରିବା ନେଇ ପରିବାର ଲୋକେ ଚିନ୍ତାରେ ପଡି ଯାଉଛନ୍ତି ।

ଦୁର୍ଘଟଣାର ସହର ପାଲଟିଛି ପାରାଦ୍ୱୀପ, ଟ୍ରାଫିକ ବ୍ୟବସ୍ଥାକୁ ଦାୟୀ କଲେ ଲୋକେ

ମାସେ ପୂର୍ବରୁ ଜଣେ ମହିଳା ସ୍କୁଟି ଯୋଗେ ପାଞ୍ଚ ବର୍ଷର ପିଲାକୁ ନେଇ ଫେରୁ ଥିବାବେଳେ ମହିଳାଙ୍କ ଉପରେ ଟ୍ରକ ମାଡି ଯାଇଥିଲା । ଫଳରେ ଘଟଣାସ୍ଥଳରେ ଦୁଇ ଜଣଙ୍କ ମୃତ୍ୟୁ ଘଟିଥିଲା । ବେସରକାରୀ ତଥ୍ୟ ଅନୁଯାୟୀ ପାରାଦ୍ୱୀପ ସହରରେ ଦିନକୁ ଛୋଟ ବଡ଼ ଏକାଧିକ ଦୁର୍ଘଟଣା ହେଉ ଥିବାବେଳେ 2021-22 ସୁଦ୍ଧା 256 ଜଣଙ୍କର ଜୀବନ ଯାଇଛି । ପାରାଦ୍ୱୀପ ଏବେ ଦୁର୍ଘଟଣାର ସହର ପାଲଟି ଥିବାବେଳେ ଆଜି ଏକ ସଡକ ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତି ଯାଇଛନ୍ତି ବାଇକ ଆରୋହୀ ।

ସ୍ଥାନୀୟ ପାରାଦ୍ୱୀପ ଗଡ଼ ଗେଟ ନିକଟରେ ବୋଲେରୋ ବାଇକ ଆରୋହୀଙ୍କୁ ଧକ୍କା ଦେବା ପରେ ଅଳ୍ପକେ ବର୍ତ୍ତି ଯାଇଛନ୍ତି ବାଇକ ଆରୋହୀ । ପାରାଦ୍ୱୀପ ସହରରେ ଟ୍ରାଫିକ ବ୍ୟବସ୍ଥା ବିପର୍ଯ୍ୟସ୍ତ ହୋଇପଡ଼ି ଥିବାବେଳେ ରାସ୍ତା ଉପରେ ଅଟକି ରହିଥିବା ଟ୍ରକ ଯୋଗୁଁ ଦୁର୍ଘଟଣା ବୃଦ୍ଧି ପାଉଥିବା ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି ।

ଇଟିଭି ଭାରତ, ଜଗତସିଂହପୁର

ABOUT THE AUTHOR

...view details