ଓଡିଶା

odisha

ପାରାଦୀପ କାର୍ଗୋ କମ୍ପାନୀରେ ଦୁର୍ଘଟଣା ଘଟି ଶ୍ରମିକ ଆହତ

By

Published : Jul 18, 2019, 9:54 PM IST

ପାରାଦୀପସ୍ଥିତ ଆନ୍ତର୍ଜାତିକ କାର୍ଗୋ ମନିଟୋରାଲ୍ କମ୍ପାନିରେ ଦୁର୍ଘଟଣା ଘଟି ଶ୍ରମିକ ଆହତ । ଏହାକୁ ନେଇ କମ୍ପାନି ପରିସରରେ ଉତ୍ତେଜନା ଦେଖାଦେଇଛି ।

ଫଟୋ ସୌଜନ୍ୟ : ପ୍ରତିନିଧି,ଜଗତସିଂହପୁର


ଜଗତସିଂହପୁର: ପାରାଦୀପସ୍ଥିତ ଆନ୍ତର୍ଜାତିକ କାର୍ଗୋ ମନିଟୋରାଲ୍ କମ୍ପାନିରେ ଦୁର୍ଘଟଣା ଘଟି ଶ୍ରମିକ ଆହତ । କାମକରୁ ଥିବା ସମୟରେ ଦୁର୍ଘଟଣା ଘଟିବାରୁ ଗୁରୁତର ହୋଇଥିଲେ ଶ୍ରମିକ । ଏହାକୁ ନେଇ କମ୍ପାନି ପରିସରରେ ଉତ୍ତେଜନା ଦେଖାଦେଇଛି ।

ଭିଡିଓ ସୌଜନ୍ୟ : ପ୍ରତିନିଧି,ଜଗତସିଂହପୁର

ଏହି କମ୍ପାନିରେ କର୍ଯ୍ୟରତ ଶ୍ରମିକ ସଞ୍ଜୟ ପଲାଇ କାମ କରୁଥିବା ସମୟରେ ହଠାତ ମେସିନର ଫିତା ଛିଣ୍ଡି ଯାଇଥିଲା । ଫଳରେ ସେ ଗୁରୁତର ହୋଇଥିଲେ, କିନ୍ତୁ ଆହତଙ୍କୁ କମ୍ପାନି କର୍ତ୍ତୃପକ୍ଷ ମେଡିକାଲ ନେବାକୁ ବିଳମ୍ବ କରିବାରୁ ଶତାଧିକ ଶ୍ରମିକ ହୋ ହାଲ୍ଲା କରିବା ସହିତ ଧାରଣାରେ ବସିଥିଲେ।ତିନି ଘଣ୍ଟା ବିଳମ୍ବରେ କମ୍ପାନି କର୍ତ୍ତୃପକ୍ଷ ପହଛି ଆମ୍ବୁଲାନ୍ସ ଯୋଗେ କଟକ ପଠାଇବା ସହ ଆର୍ଥିକ ସହାୟତା ଦେବା ଫଳରେ ଉତ୍ତେଜନା କମିଥିଲା ।

ଜଗତସିଂହପୁରରୁ ସୁଶାନ୍ତ ପାତ୍ର,ଇଟିଭି ଭାରତ

ABOUT THE AUTHOR

...view details