ଓଡିଶା

odisha

ETV Bharat / state

ଛାତ୍ର ସଂସଦ ନିର୍ବାଚନ ପାଇଁ ସରକାରଙ୍କ ନିକଟରେ ଦାବି କଲା AVBP - ରାଜ୍ୟରେ ଛାତ୍ର ସଂସଦ ନିର୍ବାଚନ

ରାଜ୍ୟରେ ଛାତ୍ର ସଂସଦ ନିର୍ବାଚନ ନେଇ ରାଜ୍ୟ ସରକାରଙ୍କ ଉପରେ ବର୍ଷିଲା ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ । ଅଧିକ ପଢ଼ନ୍ତୁ

abvp press meet in jagatsinghpur
abvp press meet in jagatsinghpur

By

Published : Jul 24, 2023, 2:18 PM IST

abvp press meet in jagatsinghpur

ଜଗତସିଂହପୁର: ଜିଲ୍ଲାରେ ଶିକ୍ଷା ଓ ଛାତ୍ର ସଂସଦ ନିର୍ବାଚନକୁ ନେଇ ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦର ସାମ୍ବାଦିକ ସମ୍ମିଳନୀ । 2018 ମସିହାରୁ ଛାତ୍ର ସଂସଦ ନିର୍ବାଚନ ବନ୍ଦ ହୋଇଥିବାରୁ ସରକାରଙ୍କୁ ତୀବ୍ର ଭର୍ତ୍ସନା କଲେ ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦର ଜିଲ୍ଲା ସଂଯୋଜକ। କ୍ୟାମ୍ପସରେ ଶୈକ୍ଷିକ ବାତାବରଣ ସୃଷ୍ଟି କରିବା ପାଇଁ ରାଜ୍ୟ ସରକାର ଛାତ୍ର ସଂସଦ ନିର୍ବାଚନ ବାତିଲ କରିଛନ୍ତି । କିନ୍ତୁ ଗଞ୍ଜାମ ଆଚାର୍ଯ୍ୟ ହରିହର କଲେଜରେ ଜଣେ ଛାତ୍ରୀକୁ ବିଜେଡିର ଛାତ୍ର ଜନତା ଦଳର କ୍ୟାମ୍ପସ ୟୁନିଟର ସଭାପତି ରାଗିଂ କରୁଛନ୍ତି । ଏଥିରେ କଣ କଲେଜର ଶୈକ୍ଷିକ ବାତାବରଣ ନଷ୍ଟ ହେଉ ନାହିଁ ? ବୋଲି ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ ସାମ୍ବାଦିକ ସମ୍ମିଳନୀରେ ସରକାରୀଙ୍କୁ ପ୍ରଶ୍ନ କରିଛି । ଏହାସହ ଛାତ୍ର ସଂସଦ ନିର୍ବାଚନ କରିବାକୁ ଦାବି କରାଯାଇଛି ।

ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦର ଜିଲ୍ଲା ସଂଯୋଜକ କହିଛନ୍ତି, "2018 ମସିହାରୁ ରାଜ୍ୟ ସରକାର ଛାତ୍ର ସଂସଦ ନିର୍ବାଚନ ବନ୍ଦ କରି ଛାତ୍ର ନେତୃତ୍ବକୁ ହତ୍ୟା କରୁଛନ୍ତି। ଗୋଟିଏ 18 ବର୍ଷର ପିଲା ତାର ନିର୍ବାଚନମଣ୍ଡଳୀରେ ବିଧାୟକ ବାଛି ପାରିବ କିନ୍ତୁ କଲେଜ କ୍ୟାମ୍ପସରେ ସେ ଛାତ୍ର ନେତା ବାଛିପାରିବ ନାହିଁ। ଏନେଇ ଯେତେବେଳେ ସରକାରଙ୍କୁ ପ୍ରଶ୍ନ କରାଯାଉଛି, ସେ କହୁଛନ୍ତି କଲେଜରେ ନିର୍ବାଚନ ହେଲେ ଶୈକ୍ଷିକ ବାତାବରଣ ନଷ୍ଟ ହେଉଛି। ବିଗତ ଦିନରେ ଗଞ୍ଜାମ ଆଚାର୍ଯ୍ୟ ହରିହର କଲେଜରେ ବିଜେଡିର ଛାତ୍ର ଜନତା ଦଳର କ୍ୟାମ୍ପସ ୟୁନିଟର ସଭାପତି ଗୋଟିଏ ଝିଅକୁ ରାଗିଂ କରିଥିଲେ। ଯାହାକୁ ନେଇ ତାଙ୍କୁ ନିଲମ୍ବିତ କରାଯାଇଥିଲା। ସରକାର କଣ ଏହି ଶୈକ୍ଷିକ ବାତାବରଣ ବିଷୟରେ କହୁଛନ୍ତି ବୋଲି ସାମ୍ବାଦିକ ସମ୍ମିଳନୀରେ ପ୍ରଶ୍ନ କରାଯାଇଛି।

ଏହା ମଧ୍ୟ ପଢନ୍ତୁ-ଘୋଷଣା ହେଉନି ଛାତ୍ର ସଂସଦ ନିର୍ବାଚନ ତାରିଖ, ବର୍ଷଲା ABVP

ଅନ୍ୟପଟେ ରାଜ୍ୟର ଅନେକ କଲେଜରେ ଥିବା ସମସ୍ୟା ପ୍ରସଙ୍ଗକୁ ମଧ୍ୟ ସାମ୍ବାଦିକ ସମ୍ମିଳନୀରେ ଉଠାଇଥିଲେ । ରାଜ୍ୟର ଅନେକ କଲେଜରେ ଅଧ୍ୟାପକ ପଦବୀ ଖାଲି ପଡ଼ିଛି। କଲେଜ କ୍ୟାମ୍ପସରେ ଦୁର୍ନୀତି ବଢ଼ିବାରେ ଲାଗିଛି । ବାଙ୍କୀ କଲେଜରେ ପାଚେରୀ ଭୁଶୁଡି ପଡୁଛି । ରମାଦେବୀ ବିଶ୍ୱ ବିଦ୍ୟାଳୟର 5T ପାଚେରୀ ଭୁଶୁଡି ପଡୁଛି। ଭଦ୍ରକ କଲେଜରେ ଜାଲ ସାର୍ଟିଫିକେଟ ଘଟଣା ସାମ୍ନାକୁ ଆସୁଛି। କ୍ୟାମ୍ପସରେ ମାଳମାଳ ସମସ୍ୟା ଥିଲେ ମଧ୍ୟ ରାଜ୍ୟ ସରକାର ତାହାର ସମସ୍ୟା ସମାଧାନ କରିବାରେ ବିଫଳ ହୋଇଥିବା ଏବିଭିପି ଅଭିଯୋଗ କରିଛି ।

ସେହିପରି ଜିଲ୍ଲାର ଅଗ୍ରଣୀ ଶିକ୍ଷାନୁଷ୍ଠାନ ସ୍ୱାମୀ ବିବେକାନନ୍ଦ ସ୍ୱୟଂ ଶାସିତ ମହାବିଦ୍ୟାଳୟରେ ହେଲ୍ପ ଡେସ୍କ ମାଧ୍ୟମରେ ବିଜୁ ଛାତ୍ର ଜନତା ଦଳ କଲେଜ କ୍ୟାମ୍ପସ ମଧ୍ୟରେ ଶଙ୍ଖଚିହ୍ନ ବ୍ୟବହାର କରୁଛି । ଯାହା ଲିଙ୍ଗଡ଼ା କମିଶନର ଆଇନ ଉଲଂଘନ କରୁଛି । ସେହିପରି ଗତ ଦୁଇଦିନ ତଳେ ପାରାଦ୍ୱୀପର ଲକପଡ଼ାରେ ବ୍ରାଉନ ସୁଗର କାରବାରରେ ଦୁଇଜଣ ଛାତ୍ର ଗିରଫ ହୋଇଛନ୍ତି । ସେମାନଙ୍କ ମଧ୍ୟରେ ବିଜୁ ଛାତ୍ର ଜନତା ଦଳର ସାଧାରଣ ସମ୍ପାଦକ ଥିବା ଜଣା ପଡ଼ିଛି । ଯାହା ଅତ୍ୟନ୍ତ ନିନ୍ଦନୀୟ ବୋଲି ସଂଘ କହିଛି । ରାଜ୍ୟ ସରକାର ତୁରନ୍ତ ଛାତ୍ର ସଂସଦ ନିର୍ବାଚନର ତାରିଖ ଘୋଷଣା କରିବାକୁ ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦର ଜିଲ୍ଲା ସଂଯୋଜକ କେବି ପ୍ରିୟତୋଷ ଦାବି କରିଛନ୍ତି ।

ଇଟିଭି ଭାରତ, ଜଗତସିଂହପୁର

ABOUT THE AUTHOR

...view details