ଓଡିଶା

odisha

ETV Bharat / state

ପାନ ଦୋକାନରେ ମହିଳା ବିକୁଛନ୍ତି ମଦ, ଭିଡିଓ ଭାଇରାଲ - video went viral of selling wine

ଜଗତସିଂହପୁର ଜିଲ୍ଲା ମାଛଗାଁ ଅଞ୍ଚଳରେ ଜଣେ ମହିଳା ଏକ ପାନ ଦୋକାନରେ ମଦ ବିକ୍ରି କରୁଥିବା ଭିଡ଼ିଓ ସ୍ଥାନୀୟ ଅଞ୍ଚଳରେ ବେଶ ଭାଇରାଲ ହେବାରେ ଲାଗିଛି । ଅଧିକ ପଢନ୍ତୁ...

ଭାଇରାଲ ହେଉଛି ମହିଳାଙ୍କ ମଦ ବିକ୍ରି ଭିଡିଓ
ଭାଇରାଲ ହେଉଛି ମହିଳାଙ୍କ ମଦ ବିକ୍ରି ଭିଡିଓ

By

Published : Apr 28, 2021, 10:37 PM IST

ଜଗତସିଂହପୁର: ମାଛଗାଁ ଅଞ୍ଚଳରେ ଜଣେ ମହିଳା ଏକ ପାନ ଦୋକାନରେ ମଦ ବିକ୍ରି କରୁଥିବା ଭିଡ଼ିଓ ସ୍ଥାନୀୟ ଅଞ୍ଚଳରେ ବେଶ ଭାଇରାଲ ହେବାରେ ଲାଗିଛି।

ଭାଇରାଲ ହେଉଛି ମହିଳାଙ୍କ ମଦ ବିକ୍ରି ଭିଡିଓ

ଖବର ଅନୁସାରେ ମାଛଗାଁ ଅଞ୍ଚଳର ଜୈନିକ ମହିଳା ନାଁ କୁ ମାତ୍ର ଏକ ପାନ ଦୋକାନ କରି ସେଠାରେ ଚୋରାମଦ କାରବାର ଚଳାଇ ଆସୁଥିଲେ। ସ୍ଥାନୀୟ ଲୋକେ ଏହାକୁ ବିରୋଧ କରି ପୋଲିସ ଓ ଅବକାରୀ ବିଭାଗକୁ ବାରମ୍ବାର ଜଣାଇଥିଲେ ମଧ୍ୟ ଏଥିପ୍ରତି କେହି ଦୃଷ୍ଟି ଦେଇ ନଥିଲେ। ଆଜି ଗ୍ରାମର କେତେକ ଯୁବକ ମହିଳା ଜଣଙ୍କ ମଦ ବିକ୍ରୀ କରୁଥିବା ସମୟରେ ଭିଡ଼ିଓ ଉତ୍ତୋଳନ କରି ସାମାଜିକ ଗଣମାଧ୍ୟମରେ ପୋଷ୍ଟ କରିଥିବା ଦେଖିବାକୁ ମିଳିଛି । ପରେ ଏହି ଭିଡିଓଟି ସ୍ଥାନୀୟ ଅଞ୍ଚଳରେ ବେସ ଭାଇରାଲ ହେବାରେ ଲାଗିଛି । ତେବେ ଭିଡିଓଟି ଭାଇରାଲ ହେବା ପରେ ଅବକାରୀ ବିଭାଗ ଓ ପୋଲିସ ପ୍ରଶାସନ କି ପଦକ୍ଷେପ ନେଉଛି ତାକୁ ସମସ୍ତଙ୍କ ଅପେକ୍ଷା ।

ଜଗତସିଂହପୁରରୁ ସୁଶାନ୍ତ କୁମାର ପାତ୍ର ,ଇଟିଭି ଭାରତ

ABOUT THE AUTHOR

...view details