ଜଗତସିଂହପୁର: ପାରାଦୀପ ବୋସ୍କାଲିସ୍ ପଏଣ୍ଟ ସମୁଦ୍ର କୂଳରେ ମୃତ ସାର୍କ ମାଛ ଦେଖିବାକୁ ମିଳିଛି । ମାଛର ଲମ୍ବ ସାଢେ ୫ଫୁଟ ହୋଇଥିବା ବେଳେ ଓଜନ ପ୍ରାୟ ୬୦କେଜିରୁ ଊର୍ଦ୍ଧ୍ବ ହେବ । ଏଭଳି ବିରଳ ମାଛ ସବୁ ସମୟରେ ଦେଖିବାକୁ ମିଳି ନଥାନ୍ତି । ଖାସ କରି ଓଡ଼ିଶାର ସମୁଦ୍ରରେ ଏପରି ମାଛ ଖୁବ ବିରଳ। ତେବେ ଗତକାଲି ଦିନ ଗୋଟାଏ ସମୟରେ ସମୁଦ୍ର କୂଳକୁ ବୁଲିବାକୁ ଯାଇଥିବା ପିଲାମାନେ ଏଭଳି ବିରଳ ପ୍ରଜାତିର ମାଛ ମରି ପଡିଥିବା ଦେଖିବାକୁ ପାଇଥିଲା । ଏହି ଖବର ଧୀରେଧୀରେ ଚାରିଆଡେ ପ୍ରଚାର ହେବା ପରେ ଏହି ବିରଳ ପ୍ରଜାତିର ମାଛଟିକୁ ଦେଖିବାକୁ ଲୋକଙ୍କ ଭିଡ଼ ଲାଗିଥିଲା । ତେବେ ଏହି ମୃତ ବିରଳ ମାଛଟି ଛୋଟ ସାର୍କ ମାଛ ବୋଲି ଜଣାପଡିଛି । ସମୁଦ୍ରରେ ଜାହାଜ କିମ୍ବା କୌଣସି ବୋଟର ଫ୍ୟାନ୍ ମାଡ଼ରେ ମାଛଟି ମରିଥିବା ଅନୁମାନ କରାଯାଉଥିବା ବେଳେ ଘଟଣା ସ୍ଥଳରେ ବନବିଭାଗ ପହଞ୍ଚି ନାହିଁ ।
ସ୍ଥାନୀୟ ଲୋକଙ୍କ କହିବା ଅନୁଯାୟୀ ଶୁକ୍ରବାର ରାତିରେ ପାରାଦ୍ୱୀପ ସମୁଦ୍ର କୂଳର ବୋସ୍କାଲିସ୍ ପଏଣ୍ଟ ନିକଟରେ ସାର୍କ ମାଛଟି ଲାଗିଥିଲା । ଏହି ବିରଳ ପ୍ରଜାତିର ମାଛଟି ଛୋଟ ଛୁଆ ବୋଲି ମତ୍ସ୍ୟଜୀବୀମାନେ କହିଛନ୍ତି । ସମୁଦ୍ରରେ ଜାହାଜ ଚଳାଚଳ କରୁଥିବା ସମୟରେ ମାଛଟି ଫ୍ୟାନରେ ମାଡ଼ ହୋଇ ମୃତ୍ୟୁବରଣ କରି ଥାଇପରେ ବୋଲି ଅନୁମାନ କରାଯାଇଛି । ତେବେ ସମୁଦ୍ର କୂଳରେ ମୃତଦେହଟି ପଡ଼ି ରହିଥିଲେ ମଧ୍ୟ ବନବିଭାଗ ପକ୍ଷରୁ କୌଣସି ଅଧିକାରୀ ପହଞ୍ଚି ନାହାଁନ୍ତି ।