ଜଗତସିଂହପୁର: ଆବର୍ଜନାମୁକ୍ତ ହେବ ପାରାଦ୍ବୀପ । ରାସ୍ତାକଡରୁ ଧୂଳି ହଟାଇବା ନିଆଗଲା ସ୍ବତନ୍ତ୍ର ପଦକ୍ଷେପ । ପାରାଦ୍ବୀପ ଅଞ୍ଚଳରେ ଦୈନିକ ୧୨ ହଜାରରୁ ଗାଡ଼ି ଚଳାଚଳ କରୁଛି। ଯେଉଁଥିପାଇଁ ରାସ୍ତା ଗୁଡିକରେ ଧୂଳି ଜମିବା ସହିତ ପ୍ରଦୂଷଣ ବଢ଼ିଚାଲିଛି। ଏହି ରାସ୍ତା ସଫା କରିବା ପାଇଁ ଜେଏସଡବ୍ଲୁ ମ୍ୟୁନିସିପାଲଟିକୁ ରୋଡ କ୍ଲିନର ଗାଡି ପ୍ରଦାନ କରିଛି ।
ପାରାଦୀପରେ ଆବର୍ଜନା ହଟାଇବା ପାଇଁ ହାତ ବଢ଼ାଇଲେ ବିଭିନ୍ନ କମ୍ପାନୀ ପାରାଦ୍ବୀପ ଜୟଦେବ ସଦନ ଠାରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ପାରାଦ୍ଵୀପ ବନ୍ଦର ଅଧ୍ୟକ୍ଷ ,ପାରାଦ୍ଵୀପ ବିଧାୟକ , ଜେଏସଡବ୍ଲୁର ପାରାଦ୍ଵୀପ ପ୍ରକଳ୍ପର ଏମଡି ପ୍ରମୁଖ ଯୋଗଦେଇଥିଲେ । ଏହାସହ ମ୍ୟୁନିସିପାଲଟିର କାର୍ଯ୍ୟନିର୍ବାହୀ ଅଧିକାରୀ ସୌରେନ୍ଦ୍ର ରାଉତରାୟଙ୍କୁ ଏହି ରୋଡ କ୍ଲିନର ଗାଡ଼ିକୁ ହସ୍ତାନ୍ତର କରିଥିଲେ।
ସେହିପରି ପାରାଦ୍ବୀପର ବିଭିନ୍ନ ପ୍ରକଳ୍ପରେ କାର୍ଯ୍ୟ କରୁଥିବା ଏଲଆଣ୍ତଟି କମ୍ପାନୀ ମଧ୍ୟ ଏକ ଅତ୍ୟାଧୁନିକ ଆମ୍ବୁଲାନ୍ସ ମ୍ୟୁନିସିପାଲଟିକୁ ପ୍ରଦାନ କରିଛି । ମ୍ୟୁନିସିପାଲଟି କନଫରେନ୍ସ ହଲରେ ଆୟୋଜିତ ଏକ ଉତ୍ସବରେ ଏଲଆଣ୍ତଟି କର୍ତ୍ତୃପକ୍ଷ ଗାଡି ହସ୍ତାନ୍ତର କରିଛନ୍ତି। ଏହି କାର୍ଯ୍ୟକ୍ରମରେ ବିଧାୟକ ସମ୍ବିତ ରାଉତରାୟ, ପୂର୍ବତନ ପୌରାଧକ୍ଷ ବସନ୍ତ ବିଶ୍ବାଳ, ପାରାଦ୍ଵୀପ ଅତିରିକ୍ତ ଜିଲ୍ଲାପାଳ କାହ୍ନୁଚରଣ ଧୀରଙ୍କ ସମେତ ଏଲଆଣ୍ତଟି କର୍ତ୍ତୃପକ୍ଷ ଉପସ୍ଥିତ ଥିଲେ। ଏହି ଦୁଇଟି ଗାଡ଼ି ପାରାଦୀପ ଅଞ୍ଚଳର ସେବାରେ ନିୟୋଜିତ ହେବ । ଆଗାମୀ ଦିନରେ କମ୍ପାନୀ ଗୁଡିକର ଏହିଭଳି ସହଯୋଗ ରହିଲେ ସ୍ଥାନୀୟ ଅଞ୍ଚଳର ଉନ୍ନତି ହୋଇପାରିବ ବୋଲି ପ୍ରକାଶ କରିଛନ୍ତି ପାରାଦ୍ବୀପ ବିଧାୟକ।
ଜଗତସିଂହପୁରରୁ ସୁଶାନ୍ତ ପାତ୍ର,ଇଟିଭି ଭାରତ