ଜଗତସିଂହପୁର: ପାରାଦୀପ ସମୁଦ୍ର କୂଳରୁ ପୁଣି ଏକ ମୃତ ବିରଳ ପ୍ରଜାତିର (ଲଙ୍ଗ ସ୍ନାଉଟେଡ ସ୍ପିନର ଡଲଫିନ) ଷ୍ଟେନେଲା ଡଲଫିନ ଉଦ୍ଧାର କରାଯାଇଛି । ଉଦ୍ଧାର ମୃତ ଡଲଫିନର ଲମ୍ବ ସାଢ଼େ 5ଫୁଟ ହୋଇଥିବାବେଳେ ଏହାର ଓଜନ ପ୍ରାୟ ୫୦ କିଲୋ ମଧ୍ୟରେ ହେବ ବୋଲି ଜଣାପଡିଛି ।
ମିଲିଥିବା ସୂଚନା ଆଧାରରେ ଏହି ଷ୍ଟେନେଲା ପ୍ରଜାତିର ଡଲଫିନ ସାଧାରଣତଃ ବଙ୍ଗୋପସାଗର ଉପକୂଳରେ ଖୁବ୍ କ୍ଵଚିତ ଦେଖିବାକୁ ମିଳିଥାଏ । ମାତ୍ର ୧୫ ଦିନ ତଳେ ପାରାଦୀପ ବନ୍ଦରର ୫ ନମ୍ବର ଗେଟ ନିକଟ ହନୁମାନ ମନ୍ଦିର ପଛପଟ ସମୁଦ୍ର କୂଳରୁ ଏକ ଅଣ୍ଡିରା ଷ୍ଟେନେଲା ଡଲଫିନ ଉଦ୍ଧାର କରାଯାଇଥିଲା । ତେବେ ଆଜି IOCLର ସାଉଥ୍ ଗେଟ୍ ନିକଟରୁ ଏକ ମାଈ ଷ୍ଟେନେଲା ଡଲଫିନର ମୃତଦେହ ଉଦ୍ଧାର କରାଯାଇଛି ।