ଓଡିଶା

odisha

ETV Bharat / state

ଏସଭିଏମ କଲେଜ କ୍ୱାରେଣ୍ଟାଇନ ହଲରୁ ଜଣେ ପ୍ରବାସୀ ଚମ୍ପଟ - ସୁରତ ଫେରନ୍ତା

ଜଗତସିଂହପୁର ସହରର ଏସଭିଏମ କଲେଜ ସ୍ଥିତ କ୍ବାରେଣ୍ଟାଇନ କେନ୍ଦ୍ରରୁ ସୁରତ ଫେରନ୍ତା ଜଣେ ପ୍ରବାସୀ ଚମ୍ପଟ ମାରିଛନ୍ତି । ତାଙ୍କୁ ଧରିବାକୁ ପଛରେ ଗୋଡ଼ାଇ ଥିଲେ ମଧ୍ୟ ଅସଫଳ ହୋଇଥିଲା ପୋଲିସ । ଅଧିକ ପଢନ୍ତୁ...

A migrant escaped from the SVM college quarantine hall
ଏସ .ଭି .ଏମ କଲେଜ କ୍ୱାରେଣ୍ଟଇନ ହଲରୁ ଜଣେ ପ୍ରବାସୀ ଚମ୍ପଟ

By

Published : May 12, 2020, 7:51 PM IST

ଜଗତସିଂହପୁର: ମହାମାରୀ କୋରୋନାକୁ ପ୍ରତିହତ କରିବା ପାଇଁ କେନ୍ଦ୍ର ସରକାରଙ୍କ ଠାରୁ ଆରମ୍ଭ କରି ରାଜ୍ୟ ସରକାର ପର୍ଯ୍ୟନ୍ତ ସମସ୍ତେ ତତ୍ପର । ତେବେ ସୁରକ୍ଷାକୁ ଦୃଷ୍ଟିରେ ରଖି ସରକାର ପ୍ରବାସୀଙ୍କୁ ସମସ୍ତ ସୁବିଧା ସୁଯୋଗ ସହ କ୍ବାରେଣ୍ଟାଇନ ହୋମରେ 14 ଦିନ ରହିବାକୁ ନିର୍ଦ୍ଦେଶ ଦେଇଥିଲେ । କିନ୍ତୁ କିଛି ଲୋକ ନିୟମକୁ ମାନି ରହିଥିବା ବେଳେ କିଛି ନିୟମକୁ ଉଲ୍ଲଂଘନ କରି ଖସି ପଳାଉ ଥିବା ଦେଖିବାକୁ ମିଳିଛି । ଏପରି କିଛି ଘଟଣା ଘଟିଛି ଜଗତସିଂହପୁର କ୍ବାରେଣ୍ଟାଇନ ହୋମରେ ।

ଏସ .ଭି .ଏମ କଲେଜ କ୍ୱାରେଣ୍ଟଇନ ହଲରୁ ଜଣେ ପ୍ରବାସୀ ଚମ୍ପଟ

ସୂଚନା ଅନୁଯାୟୀ ଜଣେ ପ୍ରବାସୀ ଗତ ସୋମବାର ସୁରତରୁ ଫେରିଥିଲେ। ସେମାନଙ୍କୁ ଜଗତସିଂହପୁର ସହରର ଏସଭିଏମ କଲେଜ ସ୍ଥିତ କ୍ବାରେଣ୍ଟାଇନ କେନ୍ଦ୍ରକୁ ପଠାଇ ଦିଆଯାଇଥିଲା। ଆଜି ସକାଳେ କ୍ୱାରେଣ୍ଟାଇନ ହଲରେ ମେଡ଼ିକାଲ ଟିମ ପହଞ୍ଚି ସ୍ୱାବ ନମୁନା ସଂଗ୍ରହ କରୁଥିବା ବେଳେ ଏକାଧିକ ପ୍ରବାସୀ ଭିଡ ଜମାଇ ଥିଲେ। ଆଉ ଏହାର ସୁଯୋଗ ନେଇ ସମ୍ପୃକ୍ତ ପ୍ରବାସୀ ନିଜ ପରିବାରଙ୍କୁ ଫୋନ ଯୋଗେ ବାଇକ ଆଣିବା ପାଇଁ କହିଥିଲେ ।

ପରେ ପୋଲିସ ଉପସ୍ଥିତିରେ ଉକ୍ତ ବ୍ୟକ୍ତି ବାଇକ ନେଇ ଖସି ପଳାଇ ଯାଇଥିବା ଦେଖିବାକୁ ମିଳିଥିଲା। ତେବେ ପଛରେ ଗୋଡ଼ାଇ ଥିଲେ ମଧ୍ୟ ତାଙ୍କୁ ଧରିବାରେ ଅସଫଳ ହୋଇଥିଲା ପୋଲିସ ।

ଜଗତସିଂହପୁରରୁ ସୁଶାନ୍ତ କୁମାର ପାତ୍ର, ଇଟିଭି ଭାରତ

ABOUT THE AUTHOR

...view details