ଓଡିଶା

odisha

ETV Bharat / state

ଅଖାରୁ ନିଖୋଜ ନର୍ସଙ୍କ ମୃତଦେହ ଉଦ୍ଧାର

ଜଗତସିଂହପୁର ଜିଲ୍ଲା ବିରିଡି ଥାନା ମଇନ୍ଦିପୁର ବିଲୁଆଖାଇ ନଦୀପଠା ନିକଟରେ ଅଖା ଭିତରୁ ଯୁବତୀଙ୍କ ମୃତଦେହ ଉଦ୍ଧାର ହୋଇଛି । ଗତ 9 ତାରିଖରେ ନିହାରିକା ନିଖୋଜ ନେଇ କଟକ ମଧୁପାଟଣା ଥାନାରେ ଏକ ମାମଲା ରୁଜୁ ହୋଇଥିଲା । ଘଟଣାକୁ ନେଇ ଉଭୟ ମଧୁପାଟଣା ଓ ବିରିଡି ପୋଲିସ ତଦନ୍ତ ଆରମ୍ଭ କରିଛି ।

By

Published : Sep 17, 2019, 8:24 PM IST

Updated : Sep 18, 2019, 2:05 AM IST

ଫଟୋ ସୌଜନ୍ୟ: ପ୍ରତିନିଧି, ଜଗତସିଂହପୁର

ଜଗତସିଂହପୁର: ଅଖା ଭିତରୁ ମିଳିଲା ନର୍ସଙ୍କ ମୃତଦେହ । ଜଗତସିଂହପୁର ଜିଲ୍ଲା ବିରିଡି ଥାନା ମଇନ୍ଦିପୁର ବିଲୁଆଖାଇ ନଦୀପଠା ନିକଟରେ ଏହି ମୃତଦେହ ଉଦ୍ଧାର ହୋଇଛି । ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳିଯାଇଛି । ମୃତ ଯୁବତୀ ହେଲେ ଖୋର୍ଦ୍ଧା ବାଲିପାଟଣା ଥାନା ଭିଙ୍ଗାରପୁର ଅଞ୍ଚଳର ନିହାରିକା ପାତ୍ର । ସେ କଟକର ଏକ ଘେରାଇ ନର୍ସିଂହୋମରେ କାମ କରୁଥିଲେ ।

ଭିଡିଓ ସୌଜନ୍ୟ: ପ୍ରତିନିଧି, ଜଗତସିଂହପୁର

ସୂଚନାନୁସାରେ, ଗତ 9 ତାରିଖରେ ନିହାରିକା ନିଖୋଜ ନେଇ କଟକ ମଧୁପାଟଣା ଥାନାରେ ଏକ ମାମଲା ରୁଜୁ ହୋଇଥିଲା । ଆଜି ସକାଳେ ତାଙ୍କ ମୃତଦେହ ଏକ ଅଖା ଭିତରେ ଭର୍ତ୍ତି କରି ବିଲୁଆଖାଇ ନଦୀପଠା ନିକଟରେ ପଡିଥିବାର ଦେଖିବାକୁ ମିଳିଥିଲା । ଖବର ପାଇ ବିରିଡି ପୋଲିସ ଘଟଣାସ୍ଥଳରେ ପହଞ୍ଚ ମୃତଦେହକୁ ଜବତ କରିଛି । କେହି ଜଣେ ଦୁର୍ବୃତ୍ତ ଯୁବତୀଙ୍କୁ ହତ୍ୟା କରି ହାତଗୋଡ ବାନ୍ଧି ଅଖା ଭିତରେ ପୁରାଇ ଫିଙ୍ଗି ଦେଇଥିବା ସନ୍ଦେହ କରାଯାଉଛି । ସେପଟେ ଘଟଣାକୁ ନେଇ ଉଭୟ ମଧୁପାଟଣା ଓ ବିରିଡି ପୋଲିସ ତଦନ୍ତ ଆରମ୍ଭ କରିଛି ।

ଜଗତସିଂହପୁରରୁ ସୁଶାନ୍ତ ପାତ୍ର, ଇଟିଭି ଭାରତ

Last Updated : Sep 18, 2019, 2:05 AM IST

ABOUT THE AUTHOR

...view details