ଓଡିଶା

odisha

ETV Bharat / state

ବିଦ୍ୟୁତ ସଂଯୋଗ ନାଁରେ ଠକିଲେ ବିଦ୍ୟୁତ କର୍ମଚାରୀ, କାର୍ଯ୍ୟାଳୟରେ ମହିଳାଙ୍କ ହଙ୍ଗାମା - jagatsinghpur district news

ଟଙ୍କା ନେଇ ଠକିଦେଲେ ବିଜୁଳି କର୍ମଚାରୀ । ସେସୁ ଏସଡିଓଙ୍କ କାର୍ଯ୍ୟାଳୟରେ ହଙ୍ଗାମା କଲେ ମହିଳା । ଅଧିକ ପଢନ୍ତୁ....

ବିଦ୍ୟୁତ ସଂଯୋଗ ନାଁରେ ଠକିଲେ କର୍ମଚାରୀ, କାର୍ଯ୍ୟାଳୟରେ ମହିଳାଙ୍କ ହଙ୍ଗାମା
ବିଦ୍ୟୁତ ସଂଯୋଗ ନାଁରେ ଠକିଲେ କର୍ମଚାରୀ, କାର୍ଯ୍ୟାଳୟରେ ମହିଳାଙ୍କ ହଙ୍ଗାମା

By

Published : Jun 23, 2021, 10:21 PM IST

ଜଗତସିଂହପୁର : ସହରରେ ଥିବା ସେସୁ ଏସଡିଓଙ୍କ କାର୍ଯ୍ୟାଳୟରେ ଆଜି ଜଣେ ମହିଳା ହଙ୍ଗାମା କରୁଥିବାର ଦୃଶ୍ୟ ଦେଖିବାକୁ ମିଳିଛି। ମହିଳା ଜଣଙ୍କ ଠାରୁ ବିଜୁଳି ସଂଯୋଗ କରାଇ ଦେବାକୁ କହି କେତେକ କର୍ମଚାରୀ 15 ହଜାର ଟଙ୍କା ଠକି ନେଇଥିବା ଅଭିଯୋଗ କରି ମହିଳାଜଣଙ୍କ ଏପରି କରିଥିବା ପ୍ରାଥମିକ ଭାବେ ଜଣାପଡିଛି ।

ବିଦ୍ୟୁତ ସଂଯୋଗ ନାଁରେ ଠକିଲେ କର୍ମଚାରୀ, କାର୍ଯ୍ୟାଳୟରେ ମହିଳାଙ୍କ ହଙ୍ଗାମା

ଘଟଣା ସମ୍ପର୍କରେ ମିଳିଥିବା ସୂଚନା ଅନୁସାରେ ନାଉଗାଁ ଅଞ୍ଚଳର ଜନୈକ ମହିଳା ତାଙ୍କ ଘରକୁ ବିଜୁଳି ସଂଯୋଗ କରିବା ପାଇଁ ବିଭାଗୀୟ କାର୍ଯ୍ୟାଳୟକୁ ବାରମ୍ବାର ଆସି ନିରାଶ ହୋଇଥିଲା । ପରେ ନାଉଗାଁ ଅଞ୍ଚଳର କେତେକ ବିଦ୍ୟୁତ କର୍ମଚାରୀ ତାଙ୍କୁ ବିଜୁଳି ସଂଯୋଗ କରେଇ ଦେବାକୁ ପ୍ରତିଶୃତି ଦେଇଥିଲେ । ବିଜୁଳି ସଂଯୋଗ ପାଇଁ ଦୁଇଟି ଖୁଣ୍ଟ ସହ ତାର ବାବଦକୁ 15 ହଜାର ଟଙ୍କା ଡିପୋଜିଟ କରିବାକୁ ପଡିବ ବୋଲି କହିବାରୁ ସମ୍ପୃକ୍ତ କର୍ମଚାରୀଙ୍କୁ 15 ହଜାର ଟଙ୍କା ଦେଇଥିଲେ ଜନୈକ ମହିଳା । ଏବଂ ପୂର୍ବ ଯୋଜନା ମୁତାବକ ଦୁଇଟି ଖୁଣ୍ଟି ପକାଇ ମହିଳାଙ୍କ ଘରକୁ ବିଜୁଳି ସଂଯୋଗ ମଧ୍ୟ କରାଯାଇଥିଲା ।

କିନ୍ତୁ ମାତ୍ର 5 ଦିନରେ ବିଜୁଳି ଜଳିବା ପରେ ଅନ୍ୟ କେତେକ ବିଭାଗୀୟ କର୍ମଚାରୀ ଆସି ମହିଳା ଜଣଙ୍କ ବିଜୁଳି ସଂଯୋଗ ପାଇଁ କୌଣସି କାଗଜ ପତ୍ର ହୋଇ ନଥିବା ଦର୍ଶାଇ ବିଜୁଳି ସଂଯୋଗ କାଟି ଦେଇଥିଲେ। ଏହା ଜାଣିବା ପରେ ମହିଳା ଜଣକ ସେସୁ ଏସଡିଓଙ୍କୁ ଭେଟି ଅଭିଯୋଗ କରିଥିଲେ। ତେବେ ଏହା ଜାଲ କାଗଜପତ୍ରରେ ହୋଇଛି, ଏଥିରେ ଆମେ କିଛି କରିପାରିବୁନି ବୋଲି ସେସୁ ଏସଡିଓ କହିବାରୁ ମହିଳା ଜଣଙ୍କ କାର୍ଯ୍ୟାଳୟରେ ପାଟିତୁଣ୍ଡ କରିବା ସହ ଦେଇଥିବା ଅର୍ଥରାଶି ଫେରାଇବା ପାଇଁ ଦାବି କରୁଥିବା ଦେଖିବାକୁ ମିଳିଥିଲା ।

ଜଗତସିଂହପୁରରୁ ସୁଶାନ୍ତ କୁମାର ପାତ୍ର, ଇଟିଭି ଭାରତ

ABOUT THE AUTHOR

...view details