ପାଣି ଉଠାଇବାକୁ ଯାଇଥିବା କାଉଡିଆ ନିଖୋଜ ଜଗତସିଂହପୁର: ଜଗତସିଂହପୁର ମାଛଗାଁ ନିକଟସ୍ଥ ଦେବୀନଦୀରେ ଅଘଟଣ । ଜଣେ କାଉଡ଼ିଆ ଶିବ ମନ୍ଦିରକୁ ଜଳ ନେବା ପାଇଁ ପାଣି ଉଠାଉଥିବା ସମୟରେ ନିଖୋଜ ହୋଇଯାଇଛନ୍ତି । ଘଟଣାସ୍ଥଳରେ ଅଗ୍ନିଶମ ବିଭାଗ ପକ୍ଷରୁ ଖୋଜାଖୋଜି କରାଯାଉଥିଲେ ମଧ୍ୟ କାଉଡ଼ିଆଙ୍କର ପତ୍ତା ମିଳିପାରି ନାହିଁ । ରାତି ହୋଇଯାଇଥିବାରୁ ଉଦ୍ଧାର କାର୍ଯ୍ୟ ବାଧାପ୍ରାପ୍ତ ହୋଇଛି । ତେବେ ସୋମବାର ପୁଣି ଉଦ୍ଧାରକାର୍ଯ୍ୟ କରାଯିବ ବୋଲି ଅଗ୍ନିଶମ ବିଭାଗ କହିଛି ।
ପୋଲିସ ସୂଚନା ଅନୁଯାୟୀ, ଅସନ୍ତାକାଲି ଚଳିତ ବର୍ଷ ଶ୍ରାବଣ ମାସର ଶେଷ ସୋମବାର । ଏଥିପାଇଁ ଶିବପୀଠରେ ଜଳଭିଷେକ କରିବା ପାଇଁ ବିଭିନ୍ନ ଘଟରେ କଉଡିଆଙ୍କ ଭିଡ଼ ଜମିଥାଏ । ଏହାକୁ ନେଇ ବାଲିକୁଦା ବ୍ଲକ ସାଲବେଲପୁର ନିକଟରେ ଦେବୀନଦୀରେ ମଧ୍ୟ କଉଡିଆଙ୍କ ଭିଡ଼ ଲାଗିଥିଲା । ଜଣେ କାଉଡ଼ିଆ ପାଣି ଉଠାଉଥିବା ସମୟରେ ପାଣିରେ ବୁଡ଼ି ଯାଇ ନିଖୋଜ ହୋଇଯାଇଥିଲେ । ଦେବୀନଦୀରେ ଅପଣ୍ଡାରା କୁଳ ସାହି ଗ୍ରାମର ଚନ୍ଦନ ଓଝା ପାଣି ଉଠାଇବା ପାଇଁ ସାଙ୍ଗମାନଙ୍କ ସହିତ ଯାଇଥିଲେ ।
ଅଧିକ ପଢନ୍ତୁ: ଗାଧୋଇବା ବେଳେ ନଦୀରେ ବୁଡି ଗଲେ 3 ଜଣ: ୨ ଉଦ୍ଧାର, ନାବାଳିକା ନିଖୋଜ
ମହାଦେବଙ୍କ ମନ୍ଦିରରେ ପାଣି ଢାଳିବା ପାଇଁ ଆଜି ସନ୍ଧ୍ୟାରେ ପାଣି ଉଠାଉଥିବା ସମୟରେ ଚନ୍ଦନ ଓଝାଙ୍କ ଗୋଡ଼ ଖସି ଯାଇଥିଲା । ଫଳରେ ସେ ଗଭୀର ଜଳକୁ ଚାଲି ଯାଇଥିଲେ । ତାଙ୍କ ସହିତ ଯାଇଥିବା ସାଙ୍ଗମାନେ ତାଙ୍କୁ ଉଦ୍ଧାର କରିବାକୁ ଚେଷ୍ଟା କରିଥିଲେ ମଧ୍ୟ ଚନ୍ଦନକୁ ଉଦ୍ଧାର କରିବାରେ ବିଫଳ ହୋଇଥିଲେ । ପରେ ସ୍ଥାନୀୟ ଲୋକେ ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ । ଅଗ୍ନିଶମ ବିଭାଗ ପକ୍ଷରୁ ଖୋଜାଖୋଜି କରାଯାଇଥିଲେ ମଧ୍ୟ ଚନ୍ଦନଙ୍କ ପତ୍ତା ମିଳିପାରି ନାହିଁ । ତେବେ ରାତି ହୋଇଯିବାରୁ ଉଦ୍ଧାର କାର୍ଯ୍ୟ ବାଧାପ୍ରାପ୍ତ ହୋଇଛି । ଏହି ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି ।
ଅଧିକ ପଢନ୍ତୁ: ଦେବୀନଦୀରେ ବୁଡ଼ିଗଲେ 3ସାଙ୍ଗ, ଦୁଇ ଉଦ୍ଧାର ଜଣେ ମୃତ
ତେବେ ଗତକିଛି ଦିନ ତଳେ ଜଗତସିଂହପୁର ନାଉଗାଁ ଥାନା ଅନ୍ତର୍ଗତ ବାଛଳ ଗ୍ରାମ ନିକଟ ଦେବୀନଦୀର ତିନିଜଣ ଛାତ୍ର ଗାଧୋଉଥିବା ସମୟରେ ଅଘଟଣ ଘଟିଥିଲା । ନଦୀରେ ଗଣ୍ଡ ଥିବାରୁ ତିନିଜଣ ଗଭୀର ଜଳ ମଧ୍ୟକୁ ଚାଲି ଯାଇଥିଲେ । ତେବେ ଦୁଇଜଣ ଉଦ୍ଧାର ହୋଇଥିଲେ ମାତ୍ର ଅନ୍ୟଜଣେ ଦୀର୍ଘ ସମୟଧରୀ ନିଖୋଜ ଥିଲା । 8 ଘଣ୍ଟା ଧରି ଖୋଜା ଖୋଜି କରିବା ପରେ ଛାତ୍ରଙ୍କ ମୃତଦେହ ଉଦ୍ଧାର କରିଥିଲା ଅଗ୍ନିଶମ ବିଭାଗ ।
ଇଟିଭି ଭାରତ, ଜଗତସିଂହପୁର