ଜଗତସିଂହପୁର: ଅକାଳରେ ବାପା ମା' ଛେଉଣ୍ଡ ହୋଇଥିବା ଦୁଇ ନିରୀହ ପିଲାଙ୍କ ଭବିଷ୍ୟତ ଏବେ ଅନ୍ଧାରରେ । ଜଗତସିଂହପୁର ଜିଲ୍ଲା ତିର୍ତ୍ତୋଲ ବ୍ଲକ ଗରାମ ପଞ୍ଚାୟତର ବନଦୁର୍ଗା ଗ୍ରାମର ମାମିନା ଜେନାଙ୍କ ଦୁଇ ପୁଅଝିଅ ଏବେ ଦୟନୀୟ ଅବସ୍ଥାରେ ଜୀବନଯାପନ କରୁଛନ୍ତି। ଏହି ପିଲାଙ୍କ ଉପଯୁକ୍ତ ଥଇଥାନ ନେଇ ପ୍ରଶାସନ ଦୃଷ୍ଟି ଦେବାକୁ ଦାବି କରାଯାଇଛି ।
ମାମିନାଙ୍କ ସ୍ୱାମୀ ମାନସିକ ବିକାରଗ୍ରସ୍ଥ ହୋଇ ପଡିରହିଥିଲେ। ସେ ସମୟରେ ଇଟିଭି ଭାରତରେ ଖବର ପ୍ରସାରଣ ପରେ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ତାଙ୍କୁ କଟକ ବଡ଼ଡାକ୍ତରଖାନାରେ ଚିକିତ୍ସା କରୁଥିଲେ। ପରେ ସେଠାରେ ତାଙ୍କର ମୃତ୍ୟୁ ହୋଇଥିଲା। ସ୍ୱାମୀଙ୍କ ଦେହାନ୍ତ ପରେ ମାମିନା ଓ ତାଙ୍କର ଦୁଇ ପିଲାଙ୍କ ସହ ରହୁଥିଲେ । ହେଲେ ପରେ ମାମିନା କ୍ୟାନସରରେ ପୀଡିତ ହୋଇ ଆରପାରିକୁ ଚାଲିଗଲେ । ଚିକିତ୍ସା ଅଭାବରୁ ତାଙ୍କର ବି ମୃତ୍ୟୁ ଘଟିଲା ।