ଓଡିଶା

odisha

By

Published : Aug 14, 2022, 10:23 PM IST

ETV Bharat / state

ସମ୍ଭାବ୍ୟ ବନ୍ୟା ମୁକାବିଲା ପାଇଁ ଜଗତସିଂହପୁର ଜିଲ୍ଲା ପ୍ରଶାସନର ଜରୁରୀ ବୈଠକ

ସମ୍ଭାବ୍ୟ ବନ୍ୟାକୁ ଦୃଷ୍ଟିରେ ରଖି ସଚେତନ ହୋଇଛି ଜଗତସିଂହପୁର ଜିଲ୍ଲା ପ୍ରଶାସନ। ହୀରାକୁଦ ଜଳଭଣ୍ଡାରରୁ ଛଡା ଯାଇଥିବା ଜଳ ସୋମବାର ସକାଳ ସୁଦ୍ଧା ଜଗତସିଂହପୁର ଜିଲ୍ଲା ଦେଇ ପ୍ରବାହିତ ହେବାକୁ ଥିବାରୁ ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି ।ଅଧିକ ପଢନ୍ତୁ

ସମ୍ଭାବ୍ୟ ବନ୍ୟା ମୁକାବିଲା ପାଇଁ ଜଗତସିଂହପୁର ଜିଲ୍ଲା ପ୍ରଶାସନର ଜରୁରୀ ବୈଠକ
ସମ୍ଭାବ୍ୟ ବନ୍ୟା ମୁକାବିଲା ପାଇଁ ଜଗତସିଂହପୁର ଜିଲ୍ଲା ପ୍ରଶାସନର ଜରୁରୀ ବୈଠକ

ଜଗତସିଂହପୁର:ଲଘୁଚାପ ଜନିତ ବର୍ଷା ଯୋଗୁଁ ରାଜ୍ୟର ବିଭିନ୍ନ ନଦୀରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି । ଜଗତସିଂହପୁର ପ୍ରଭାବିତ ମହାନଦୀ ଓ ତାର ଶାଖା ନଦୀଗୁଡିକ ଫୁଲିବାରେ ଲାଗିଛି । ତେବେ ଜିଲ୍ଲାରେ ବନ୍ୟା ପରିସ୍ଥିତିକୁ ଦୃଷ୍ଟିରେ ରଖି ଜିଲ୍ଲା ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି । ବନ୍ୟାସ୍ଥିତି ନିୟନ୍ତ୍ରଣ ପାଇଁ ଜିଲ୍ଲା ପ୍ରଶାସନର ଏକ ଜରୁରୀକାଳିନ ବୈଠକ କରିଛି(jagatsinghpur administration emergency meeting) ।

ସମ୍ଭାବ୍ୟ ବନ୍ୟା ମୁକାବିଲା ପାଇଁ ଜଗତସିଂହପୁର ଜିଲ୍ଲା ପ୍ରଶାସନର ଜରୁରୀ ବୈଠକ

ହୀରାକୁଦ ଜଳଭଣ୍ଡାରରୁ ଛଡା ଯାଇଥିବା ଜଳ ସୋମବାର ସକାଳ ସୁଦ୍ଧା ଜଗତସିଂହପୁର ଜିଲ୍ଲା ଦେଇ ପ୍ରବାହିତ ହେବ। ଏଥିପାଇଁ ଜିଲ୍ଲା ପ୍ରଶାସନ ସଜାଗ ରହିବା ସହ ଏହାକୁ ନେଇ ଜିଲ୍ଲାପାଳ ପାରୁଲ ପଟୱାରୀ ଏକ ଜରୁରୀ ବୈଠକ ଡାକିଥିଲେ । ଏଥି ସହିତ ସମସ୍ତ ବିଭାଗକୁ ବନ୍ୟା ପାଇଁ ପ୍ରସ୍ତୁତ ହୋଇ ରହିବାକୁ ନିର୍ଦ୍ଦେଶ ଦେଇଛନ୍ତି । ତଳିଆ ଅଞ୍ଚଳ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତରିତ ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ସେହିଭଳି ଜିଲ୍ଲାରେ ସମସ୍ତ ସରକାରୀ ଅଧିକାରୀଙ୍କ ଛୁଟି ବାତିଲ କରିବା ସହ ସତର୍କ ରହିବାକୁ ଜିଲ୍ଲାପାଳ ଅପିଲ କରିଛନ୍ତି ।

ଜଗତସିଂହପୁର ଜିଲ୍ଲାରେ ଲଘୁଚାପଜନିତ ଲଗାଣ ବର୍ଷା ଫଳରେ ଜନଜୀବନ ଅସ୍ତବ୍ୟସ୍ତ ହୋଇଛି (flood in jagatsinghpur)। ଏରସମାରେ ସର୍ବାଧିକ 215 ମିଲି ମିଟର ବର୍ଷା ହୋଇଥିବା ବେଳେ ଜଗତସିଂହପୁରରେ 132 ମିଲି ମିଟର, କୁଜଙ୍ଗରେ 76, ବାଲିକୁଦାରେ 154, ନାଉଗାଁରେ 135, ତ୍ରିତଲରେ 135, ବିରିଡିରେ 112 ଓ ରଘୁନାଥପୁରରେ 103 ମିଲି ମିଟର ବର୍ଷା ରେକର୍ଡ କରାଯାଇଛି।

ଇଟିଭି ଭାରତ, ଜଗତସିଂହପୁର

ABOUT THE AUTHOR

...view details