ଜଗତସିଂହପୁର:ଅଟକି ରହିଛି ଲୁହା ପ୍ଲେଟ ବୋଝେଇ ଜାହାଜ । ଜଗତସିଂହପୁର ଜିଲ୍ଲା ପାରାଦ୍ୱୀପ ବନ୍ଦର ପୋତାଶ୍ରୟରେ ଅଟକି ରହିଛି ଜାହାଜ । କ୍ଷମତା ଠାରୁ ଅଧିକ ପରିମାଣର ଲୁହା ପଥର ପ୍ଲେଟ ଲୋଡ଼ କରିବା ନେଇ ଏପରି ସ୍ଥିତି ଉପୁଜିଥିବା ସୂଚନା । ଜାହାଜର ସ୍ଥିତି ଜଣା ପଡିବା ପରେ ଜାହାଜ ମଧ୍ୟରୁ ପଣ୍ୟକୁ ଅନଲୋଡ଼ କରାଯାଉଥିବା jswର ସହକାରୀ ଲୋକ ସମ୍ପର୍କ ଅଧିକାରୀ କହିଛନ୍ତି । ସୂଚନା ଅନୁଯାୟୀ, ଗତ ରବିବାର ଦିନ ପାରାଦ୍ୱୀପ ବନ୍ଦରରେ ଆଇଓବି ରିପ୍ଲେ ନାମକ ଏକ ଜାହାଜ ଲାଗିଥିଲା । jsw ପକ୍ଷରୁ ଏହି ଜାହାଜରେ ଲୁହା ପଥର ପ୍ଲେଟ ବୋଝେଇ କରାଯାଇଥିଲା । ହେଲେ କ୍ଷମତା ଠାରୁ ଅଧିକ ଲୁହା ପଥର ପ୍ଲେଟ ଲୋଡ଼ କରାଯିବାରୁ ଜାହାଜ ପ୍ରତି ବିପଦ ସୃଷ୍ଟି ହେବାର ଆଶଙ୍କା ରହିଥିଲା ।
ଅଧିକ ପଢ଼ନ୍ତୁ: Congress targets Center: 'ପେଗାସସ ପରେ ନୂଆ ସ୍ପାଇୱେର କିଣିବାକୁ ଉଦ୍ୟମ କରୁଛି କେନ୍ଦ୍ର'
ଏହା ଜଣା ପଡିବା ପରେ ସୋମବାର ସୁଦ୍ଧା ଜାହାଜରୁ ପଣ୍ୟ ଖଲାସ କରାଯାଉଥିବା ଖବର ମିଳିଛି । ଏ ସମ୍ପର୍କରେ ପାରାଦ୍ୱୀପ ପୋର୍ଟର ଅଧିକାରୀଙ୍କୁ ଯୋଗାଯୋଗ କରାଯାଇଥିଲେ ମଧ୍ୟ ସେ କୌଣସି ପ୍ରତିକ୍ରିୟା ଦେବାକୁ ମନା କରିଦେଇଛନ୍ତି । ତେବେ ଜାହାଜରେ 95 ହଜାର ମେଟ୍ରିକ ଟନ୍ ପଣ୍ୟ ବୋଝେଇ ହେବ କଥା କିନ୍ତୁ ତାହାଠାରୁ ଅଧିକ ପଣ୍ୟ ବୋଝେଇ କରାଯାଇଥିବାରୁ ଜାହାଜଟି ଯିବାପାଇଁ ସକ୍ଷମ ହୋଇ ନଥିଲା ।