ଓଡିଶା

odisha

ETV Bharat / state

ଜଗତସିଂହପୁରରୁ 91 କୋରୋନା ପଜିଟିଭ ଚିହ୍ନଟ - ଜଗତସିଂହପୁରରୁ 91 କୋରୋନା ପଜିଟିଭ ଚିହ୍ନଟ

ଜଗତସିଂହପୁରରୁ 91 କୋରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଜଗତସିଂହପୁର ସହରରେ ଅନଲକ ପରେ ଚିନ୍ତା ବଢାଇଛି ମଙ୍ଗଳବାର ସର୍ବାଧିକ 38 ପଜିଟିଭ ଚିହ୍ନଟ ହୋଇଛନ୍ତି । ଅଧିକ ପଢନ୍ତୁ...

ଜଗତସିଂହପୁରରୁ 91 କୋରୋନା ପଜିଟିଭ ଚିହ୍ନଟ
ଜଗତସିଂହପୁରରୁ 91 କୋରୋନା ପଜିଟିଭ ଚିହ୍ନଟ

By

Published : Sep 8, 2020, 11:02 PM IST

ଜଗତସିଂହପୁର: ଜିଲ୍ଲାରେ ଆଜି 91 କୋରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଜିଲ୍ଲାରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା 2457 ରେ ପହଞ୍ଚିଲା । ଏ ନେଇ ଜିଲ୍ଲା ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି ।

ଜଗତସିଂହପୁରରୁ 91 କୋରୋନା ପଜିଟିଭ ଚିହ୍ନଟ

ଜଗତସିଂହପୁର ଜିଲ୍ଲାରେ ଚହ୍ନଟ ହୋଇଥିବା ଆକ୍ରାନ୍ତମାନେ ହେଲେ ବାଲିକୁଦାରୁ 8, ଏରସମା 5, ଜଗତସିଂହପୁର ବ୍ଲକରୁ 23 ଜଣ ଜଗତସିଂହପୁର ସହରରୁ 15, କୁଜଙ୍ଗରୁ 9, ନାଉଗାଁ ରୁ 1, ପାରାଦ୍ବୀପ ରୁ 16, ରଘୁନାଥପୁର ରୁ 8, ଓ ତ୍ତିର୍ତ୍ତଲରୁ 6 ଜଣ ଚିହ୍ନଟ ହୋଇଛନ୍ତି । ଜଗତସିଂହପୁର ସହରରେ ଅନଲକ ପରେ ଚିନ୍ତା ବଢାଇଛି ସର୍ବାଧିକ 38 ଜଣ ଚିହ୍ନଟ ହୋଇଛନ୍ତି । ସେହିପରି ଜଗତସିଂହପୁର ସଦର ଥାନାର ଦୁଇ ପୋଲିସ କର୍ମଚାରୀ କୋରୋନା ଆକ୍ରାନ୍ତ ହୋଇଛନ୍ତି ।

ଜିଲ୍ଲାରେ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା 2457 କୁ ବୃଦ୍ଧି ପାଇଛି । ସେମାନଙ୍କ ମଧ୍ୟରୁ 1647 ଜଣ ସୁସ୍ଥ ହୋଇଥିବା ବେଳେ ଏବେ ସୁଦ୍ଧା ସକ୍ରିୟ 804 ଜଣ ବିଭିନ୍ନ କୋଭିଡ ହସ୍ପିଟାଲରେ ଚିକିତ୍ସାଧୀନ ଥିବା ଜଣାପଡ଼ିଛି । ଜିଲ୍ଲାରେ କୋରୋନା ଜନିତ ମୃତ୍ୟୁ ସଂଖ୍ୟା 6 ରେ ସ୍ଥିର ରହିଛି ।

ଜଗତସିଂହପୁରରୁ ସୁଶାନ୍ତ କୁମାର ପାତ୍ର,ଇଟିଭି ଭାରତ

ABOUT THE AUTHOR

...view details