ଓଡିଶା

odisha

ETV Bharat / state

ପାରାଦ୍ୱୀପରେ ସାଇବର ଠକେଇ, ଲୁଟିନେଲେ 90 ହଜାର

ପାରାଦ୍ୱୀପରେ ଜଣେ ମାଛ ବ୍ୟବସାୟୀଙ୍କ ଠାରୁ 90 ହଜାର ଟଙ୍କା ଲୁଟ ହୋଇଥିବା ଜଣାପଡିଛି । ଅଧିକ ପଢନ୍ତୁ...

ପାରାଦ୍ୱୀପରେ ସାଇବର ଠକେଇ
ପାରାଦ୍ୱୀପରେ ସାଇବର ଠକେଇ

By

Published : Jan 17, 2021, 4:49 PM IST

ଜଗତସିଂହପୁର: ପାରାଦ୍ୱୀପରେ ସାଇବର ଠକେଇ । ଜଣେ ମାଛ ବ୍ୟବସାୟୀଙ୍କ ଠାରୁ 90 ହଜାର ଟଙ୍କା ଲୁଟ ହୋଇଥିବା ଜଣାପଡିଛି।

ସୂଚନା ଅନୁସାରେ, ପାରାଦ୍ୱୀପର ବାସିନ୍ଦା ସରୋଜ ମଣ୍ଡଳ ଦୀର୍ଘ ଦିନ ଧରି ସ୍ଥାନୀୟ ଅଞ୍ଚଳରେ ମାଛ ବ୍ୟବସାୟ କରି ଆସୁଛନ୍ତି। ଗତ 16 ତାରିଖ ଦିନ ଫୋନ ପେ’ ମାଧ୍ୟମରେ 8 ହଜାର ଟଙ୍କା ପଠାଇଥିଲେ। କିନ୍ତୁ ସମ୍ପର୍କୀୟଙ୍କ ପାଖରେ ଟଙ୍କା ପହଞ୍ଚି ନଥିଲା ।

ଫଳରେ ସେ ଗୁଗୁଲରେ ସର୍ଚ୍ଚ କରି ଗ୍ରାହକ ସେବା ଅଧିକାରୀଙ୍କ ନମ୍ବରରେ ଫୋନ କରିଥିଲେ। ସେ ବିଭିନ୍ନ ପ୍ରକ୍ରିୟା ଅବଲମ୍ବନ କରିବାକୁ କହିଥିଲେ। ଫଳରେ ସରୋଜ ମଣ୍ଡଳ ସେହି ପ୍ରକ୍ରିୟା ଅବଲମ୍ବନ କରିବା ପରେ ପ୍ରତେ୍ୟକ ଥର 24 ହଜାର 901 ଟଙ୍କା ଲେଖାଏଁ ମୋଟ 3 ଥରରେ 90 ହଜାର 703 ଟଙ୍କା କଟି ଯାଇଥିଲା।

ପରେ ସଂପୃକ୍ତ ଗ୍ରାହକ ସେବା ଅଧିକାରୀଙ୍କ ନମ୍ବର ବନ୍ଦ ହୋଇ ଯାଇଥିଲା । ଏହି ଘଟଣା ପରେ ଠକେଇର ଶିକାର ହୋଇଥିବା ବ୍ୟକ୍ତି ଜଣକ ସାଇବର ସେଲକୁ ଜଣାଇ ଦିଆଯିବା ସହ ପୋଲିସରେ ଅଭିଯୋଗ କରିଥିଲେ। ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି।

ଜଗତସିଂହପୁରରୁ ସୁଶାନ୍ତ କୁମାର ପାତ୍ର, ଇଟିଭି ଭାରତ

ABOUT THE AUTHOR

...view details