ଜଗତସିଂହପୁର:ଜିଲ୍ଲାର ଖମଙ୍ଗ ଗ୍ରାମର ୮୫ ବର୍ଷର ବୃଦ୍ଧ ବିଷ୍ଣୁନାଥ । ପରିଣତ ବୟରେ ମଧ୍ୟ ଥକି ପଡିନାହିଁ ତାଙ୍କ ପାଦ । ଆଜି ବି ସେ ଏ ଗାଁରୁ ସେ ଗାଁକୁ ବୁଲି ପ୍ରତ୍ୟେକଙ୍କ ଦ୍ବାରରେ ଭଜୁକିନା ରାମ ନାମରେ କୁମର ଜପୁକିନା ରାମ ନାମ ସଙ୍ଗୀତ ଗାନ କରୁଛନ୍ତି । ଓଡ଼ିଆର ଯୋଗୀ ପରମ୍ପରାକୁ ବଞ୍ଚେଇ ରଖିବା ପାଇଁ ପରିଣତ ବୟସରେ ସେ ଚେଷ୍ଟା ଜାରି ରଖିବା ସହିତ ପରିବାର ପ୍ରତିପୋଷଣ କରୁଛନ୍ତି ।
ଖମଙ୍ଗ ଗ୍ରାମର ବିଷ୍ଣୁଙ୍କର, ସ୍ତ୍ରୀ ଓ ଗୋଟିଏ ପୁଅକୁ ନେଇ ସୁଖର ପରିବାର । ବିଷ୍ଣୁଙ୍କ ବାପା ପୂର୍ବରୁ ଏହି କାର୍ଯ୍ୟ କରୁଥିବାର ଦେଖି, ବିଷ୍ଣୁ ମଧ୍ୟ ସେହି ବୃତ୍ତିକୁ ଆଦରି ନେଇଥିଲେ। ଏହାରି ମଧ୍ୟରେ 70 ବର୍ଷ ବିତିଯାଇଛି । ବିଷ୍ଣୁ ଗାଁ ଗାଁରେ ବୁଲି ଗୀତ ମାଧ୍ୟମରେ ଲୋକ ମାନଙ୍କ ମଧ୍ୟରେ ଆଧ୍ୟାତ୍ମିକ ଚେତନା ଜାଗ୍ରତ କରିବା ସହ ଲୋକଙ୍କ ଦ୍ବାରା ସାମାନ୍ୟ ଅର୍ଥରେ ଆଜି ବି ପରିବାର ପ୍ରତିପୋଷଣ କରୁଛନ୍ତି ।