ଓଡିଶା

odisha

ETV Bharat / state

ପୋଖରୀରେ ବୁଡ଼ି ଚାଲିଗଲା ନିଷ୍ପାପ ଶିଶୁର ଜୀବନ - 7 year boy drowned in jagatsinghpur balikuda

ବାଲିକୁଦା ବ୍ଲକ ବ୍ରହ୍ମପୁର ଗାଁରେ ଏକ ଦୁଃଖଦ ଘଟଣା ଘଟି ଯାଇଛି । ପୋଖରୀରେ ବୁଡ଼ି ଏକ ୭ ବର୍ଷ ଶିଶୁର ମୃତ୍ୟୁ ହୋଇଛି । ଅଧିକ ପଢ଼ନ୍ତୁ...

ପୋଖରୀରେ ବୁଡ଼ି ଚାଲିଗଲା ନିଷ୍ପାପ ଶିଶୁର ଜୀବନ
ପୋଖରୀରେ ବୁଡ଼ି ଚାଲିଗଲା ନିଷ୍ପାପ ଶିଶୁର ଜୀବନ

By

Published : Nov 7, 2021, 7:45 PM IST

ଜଗତସିଂହପୁର: ବାଲିକୁଦା ବ୍ଲକ ବ୍ରହ୍ମପୁର ଗାଁରେ ଏକ ଦୁଃଖଦ ଘଟଣା ଘଟି ଯାଇଛି । ପୋଖରୀରେ ବୁଡ଼ି ଏକ ୭ ବର୍ଷ ଶିଶୁର ମୃତ୍ୟୁ ହୋଇଛି । ଶିଶୁ ଜଣକ ବ୍ରହ୍ମପୁର ଗାଁ'ର ଦୀପକ ପରିଡ଼ାଙ୍କ ୭ବର୍ଷର ପୁଅ ସାଇ ପରିଡ଼ା ବୋଲି ଜଣାପଡ଼ିଛି । ଖେଳୁଖେଳୁ ଶିଶୁଟି ପୋଖରୀରେ ଖସି ପଡ଼ିଯାଇଥିଲା । ପରିବାର ଲୋକେ ବହୁ ଖୋଜାଖୋଜି ପରେ ପୋଖରୀରୁ ଶିଶୁପୁତ୍ରକୁ ଉଦ୍ଧାର କରିଥିଲେ ।

ପୋଖରୀରେ ବୁଡ଼ି ଚାଲିଗଲା ନିଷ୍ପାପ ଶିଶୁର ଜୀବନ

ପରେ ସାଇକୁ ଜଗତସିଂହପୁର ମୁଖ୍ୟ ଡାକ୍ତରଖାନାକୁ ନିଆଯାଇଥିବାବେଳେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ମୃତ ଶିଶୁପୁତ୍ରର ଦୁଇ ଗୋଡ଼ର ଆଙ୍ଗୁଳି ଓ ହାତର ଆଙ୍ଗୁଳି ଗୁଡ଼ିକ କ୍ଷତବିକ୍ଷତ ହୋଇଥିବା ଦେଖିବାକୁ ମିଳିଛି । ପୋଖରୀରେ ଥିବା ମାଛ ଶିଶୁର ଆଙ୍ଗୁଳି ଗୁଡ଼ିକୁ କାମୁଡ଼ି କ୍ଷତାକ୍ତ କରିଥିବାର ସନ୍ଦେହ କରାଯାଉଛି ।

ପିଲାଟି କେତେବେଳୁ ପୋଖରୀରେ ପଡ଼ିଥିଲା ତାହା ସଠିକ ଭାବରେ ଜଣା ପଡିନାହିଁ । ପୋଲିସ ମୁଖ୍ୟ ଡାକ୍ତର ଖାନାରେ ପହଞ୍ଚି ମୃତଦେହ ଜବତ କରିବା ସହ ବ୍ୟବଚ୍ଛେଦ ପାଇଁ ପଠାଇଛି । ସେପଟେ ଘଟଣାର ତଦନ୍ତ ଆରମ୍ଭ କରିଛି ପୋଲିସ ।

ଜଗତସିଂହପୁରରୁ ସୁଶାନ୍ତ କୁମାର ପାତ୍ର, ଇଟିଭି ଭାରତ

ABOUT THE AUTHOR

...view details