ଜଗତସିଂହପୁର: କିଛିଦିନ ଅନ୍ତର ପରେ ଜିଲ୍ଲାରେ ପୁଣି ଚିନ୍ତା ବଢାଇଲାଣି କୋରୋନା । ଫଳରେ ରାଜ୍ୟ ଠୁ ଦେଶ କଡାକଡି କଟକଣା ପାଳନ କରାଯାଉଛି । ଗତ ଅକ୍ଟୋବର ମାସ ଠାରୁ ଜିଲ୍ଲାରେ କୋରୋନା ସଂକ୍ରମଣ ଆଶାତୀତ ଭାବେ କମ ରହିଥିଲା । ନଭେମ୍ବର ଓ ଡିସେମ୍ବର ମାସରେ ସଂକ୍ରମିତ କେହି ଚିହ୍ନଟ ମଧ୍ୟ ହେଉ ନ ଥିଲେ । ବର୍ତ୍ତମାନ କିନ୍ତୁ ହୁ ହୁ ହୋଇ ବଢୁଛି ସଂକ୍ରମଣ ।
ଜଗତସିଂହପୁରରୁ ନୂଆ 68 ଆକ୍ରାନ୍ତ ଚିହ୍ନଟ - corona positive cases jagatsingpur
ପୁଣି ଜଗତସିଂହପୁରରୁ 68 ନୂଆ କୋରୋନା ଆକ୍ରାନ୍ତ ଚିହ୍ନଟ । ସଂକ୍ରମିତଙ୍କ ମଧ୍ୟରେ ଗଣମାଧ୍ୟମ ପ୍ରତିନିଧି ଥିବା ସୂଚନା । ଅଧିକ ପଢନ୍ତୁ....
![ଜଗତସିଂହପୁରରୁ ନୂଆ 68 ଆକ୍ରାନ୍ତ ଚିହ୍ନଟ ଜଗତସିଂହପୁରରୁ ନୂଆ 68 ଆକ୍ରାନ୍ତ ଚିହ୍ନଟ](https://etvbharatimages.akamaized.net/etvbharat/prod-images/768-512-11452791-thumbnail-3x2-cocrona.jpg)
ଦୀର୍ଘ 5 ମାସ ପରେ ଜିଲ୍ଲାରେ ଆଜି(ରବିବାର) ପୁଣି ୬୮ ଜଣ କୋରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସଂକ୍ରମିତଙ୍କ ମଧ୍ୟରେ ଜିଲ୍ଲାର କେତେକ ଗଣମାଧ୍ୟମ ପ୍ରତିନିଧି ଚିହ୍ନଟ ହୋଇଥିବା ଜଣାପଡିଛି । ତେବେ ବାଲିକୁଦାରେ ୧୩ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ ବିରିଡିରୁ ୮, ଏରସମାରୁ ୩, କୁଜଙ୍ଗରୁ ୬, ନାଉଗାଁରୁ ୫, ତିର୍ତ୍ତୋଲରୁ ୯, ରଘୁନାଥପୁରରୁ ୧, ଜଗତସିଂହପୁର ୧୨ ଓ ପାରାଦ୍ୱୀପରୁ ୭ ଜଣ ଚିହ୍ନଟ କରାଯାଇଛି । ଏମାନଙ୍କୁ କଟକ କୋଭିଡ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଥିବାବେଳେ ଅନ୍ୟ କେତେକଙ୍କୁ ହୋମ ଆଇସୋଲେସନରେ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି । ଅନ୍ୟପଟେ ଲୋକେ ହସ୍ପିଟାଲରେ କୋରୋନା ଟେଷ୍ଟ ପାଇଁ ଲମ୍ବା ଲାଇନ ଲଗାଉଥିବା ଦେଖିବାକୁ ମିଳିଛି ।
ଜଗତସିଂହପୁରରୁ ସୁଶାନ୍ତ କୁମାର ପାତ୍ର, ଇଟିଭି ଭାରତ