ଓଡିଶା

odisha

By

Published : Sep 6, 2020, 10:09 PM IST

ETV Bharat / state

ଜଗତସିଂହପୁର ଜିଲ୍ଲାରେ 67 କୋରୋନା ପଜିଟିଭ ଚିହ୍ନଟ

ଜଗତସିଂହପୁର ଜିଲ୍ଲାରେ ଆଜି 67 ଜଣ କୋରୋନା ଆକ୍ରାନ୍ତଙ୍କୁ ଚିହ୍ନଟ କରାଯାଇଛି । ତ୍ରିର୍ତ୍ତୋଲ ଥାନାର ଜଣେ କନେଷ୍ଟବଳ କୋରୋନା ଆକ୍ରାନ୍ତ ହୋଇଥିବା ଜଣାପଡିଛି ।

ଜଗତସିଂହପୁର ଜିଲ୍ଲାରେ 67 କୋରୋନା ପଜିଟିଭ ଚିହ୍ନଟ
ଜଗତସିଂହପୁର ଜିଲ୍ଲାରେ 67 କୋରୋନା ପଜିଟିଭ ଚିହ୍ନଟ

ଜଗତସିଂହପୁର: ଜିଲ୍ଲାରେ ଆଜି 67 ଜଣ କୋରୋନା ଆକ୍ରାନ୍ତଙ୍କୁ ଚିହ୍ନଟ କରାଯାଇଛି । ସେମାନଙ୍କ ମଧ୍ୟରୁ ବାଲିକୁଦାରୁ 7, ବିରିଡିରୁ 14, ଜଗତସିଂହପୁର ବ୍ଲକରୁ 8, କୁଜଙ୍ଗରୁ 8, ନାଉଙ୍ଗାରୁ 3, ପାରାଦ୍ୱୀପରୁ 6, ରଘୁନାଥପୁରରୁ 2 ଜଣ ରହିଛନ୍ତି । ସେହିପରି ଆଜି ସର୍ବାଧିକ 17 ଜଣ ତ୍ରିର୍ତ୍ତୋଲ ବ୍ଲକରୁ ଚିହ୍ନଟ ହୋଇଛନ୍ତି ।

ସେମାନଙ୍କ ମଧ୍ୟରୁ ତ୍ରିର୍ତ୍ତୋଲ ଥାନାର ଜଣେ କନେଷ୍ଟବଳ କୋରୋନା ଆକ୍ରାନ୍ତ ହୋଇଥିବା ଜଣାପଡିଛି । ଆଜି ଚିହ୍ନଟ କରାଯାଇଥିବା 67 ଜଣଙ୍କ ମଧ୍ୟରୁ ଅଧିକାଂଶ ବିଭିନ୍ନ ହସ୍ପିଟାଲରେ ଚିକିତ୍ସାଧିନ ଥିବା ସମୟରେ କୋରୋନା ସଂକ୍ରମଣର ଶିକାର ହୋଇଥିବାବେଳେ ଆଉ କେତେକ କଣ୍ଟାକ୍ତରେ ଆସି ସଂକ୍ରମିତ ହୋଇଥିବା ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ କୁହାଯାଇଛି ।

ଆଜି ସୁଦ୍ଧା ଜିଲାରେ 22 ଶହ 80 ଜଣ କୋରୋନାରେ ଆକ୍ରାନ୍ତ ହୋଇଥିବାବେଳେ ସେମାନଙ୍କ ମଧ୍ୟରୁ 15 ଶହ 13 ଜଣ ସୁସ୍ଥ ହୋଇ ସାରିଲେଣି । ଏବେ ସୁଦ୍ଧା 761 ଜଣ ସକ୍ରିୟ ଆକ୍ରାନ୍ତ ବିଭିନ୍ନ କୋଭିଡ ହସ୍ପିଟାଲରେ ଭର୍ତ୍ତି ହୋଇ ଚିକିତ୍ସିତ ହେଉଛନ୍ତି । ଜିଲ୍ଲାରେ କୋରୋନା ଜନିତ ମୃତ୍ୟୁ ସଂଖ୍ୟା 6ରେ ସ୍ଥିର ରହିଛି ।

ଜଗତସିଂହପୁରରୁ ସୁଶାନ୍ତ କୁମାର ପାତ୍ର, ଇଟିଭି ଭାରତ

ABOUT THE AUTHOR

...view details