ଜଗତସିଂହପୁର: 5ଟି ସଚିବ ଭିକେ ପାଣ୍ଡିଆନ ଆଜି ଦ୍ବିତୀୟ ଦିନରେ ଜଗତସିଂହପୁର ଜିଲ୍ଲାର ବିଭିନ୍ନ ସ୍ଥାନ ପରିଦର୍ଶନ କରିବା ସହିତ ବିଭିନ୍ନ ପ୍ରକଳ୍ପର କାର୍ଯ୍ୟର ସମୀକ୍ଷା କରିଛନ୍ତି। 5ଟି ସଚିବଙ୍କ ଜଗତସିଂହପୁର ଗସ୍ତର ଦ୍ବିତୀୟ ଦିନ ରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ନିର୍ମାଣଧୀନ ‘ଆମ ହସ୍ପିଟାଲ’ କାର୍ଯ୍ୟ ଡିସେମ୍ବର, ୨୦୨୩ ସୁଦ୍ଧା ସଂପୂର୍ଣ ହେବ ବୋଲି କହିଥିଲେ । ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ନିର୍ମାଣଧନ ‘ମାତୃ ଶିଶୁ ସ୍ବାସ୍ଥ୍ୟ କେନ୍ଦ୍ର’ କାର୍ଯ୍ୟର ସମୀକ୍ଷା କରିଥିଲେ। ପରେ ମା’ ଶାରଳା ମନ୍ଦିର ଓ ପାରିପାର୍ଶ୍ବକ ଉନ୍ନତିକରଣ କାର୍ଯ୍ୟର ସମୀକ୍ଷା କରିଥିଲେ। ଜୟପୁର-କଟିକଟା ବ୍ରିଜ ନିର୍ମାଣ କାର୍ଯ୍ୟ ଏପ୍ରିଲ ୨୦୨୪ ସୁଦ୍ଧା ସମ୍ପୂର୍ଣ୍ଣ କରାଯିବ ବୋଲି ଘୋଷଣା କରିଥିଲେ । ପ୍ରଥମେ 5T ସଚିବ ଜଗତସିଂହପୁର ସଦର ମହକୁମାରେ ଥିବା ମୁଖ୍ୟ ଚିକିତ୍ସାଳୟ ପରିଦର୍ଶନ କରି ରୋଗୀମାନଙ୍କ ସହ ଆଲୋଚନା କରିଥିଲେ ।
ଆମ ହସ୍ପିଟାଲ ଯୋଜନାରେ ନିର୍ମାଣଧନ ଚିକିତ୍ସାଳୟ ବର୍ହି ବିଭାଗରେ ଉପଲବ୍ଧ ହେଉଥିବା ବିଭିନ୍ନ ସୁବିଧା ସମ୍ପର୍କରେ ସମୀକ୍ଷା କରିଥିଲେ । ଚିକିତ୍ସାଳୟ ପରିସରରେ ନିର୍ମାଣଧନ ମାତୃ ଶିଶୁ ସ୍ବାସ୍ଥ୍ୟ କେନ୍ଦ୍ର ନିର୍ମାଣ କାର୍ଯ୍ୟର ସମୀକ୍ଷା କରିଥିଲେ । ନିର୍ଦ୍ଧାରିତ ସମୟ ସୀମା ମଧ୍ୟରେ କାର୍ଯ୍ୟକୁ ସଂପୂର୍ଣ୍ଣ କରିବାକୁ ନିର୍ଦ୍ଦେଶ ଦେଇଥିଲେ । ପରେ 5ଟି ସଚିବ ତିର୍ତ୍ତୋଲ ବ୍ଲକର କନକପୁରସ୍ଥିତ ଜଗତସିଂହପୁର ଜିଲ୍ଲାର ଅଧ୍ୟାତ୍ରୀ ଦେବୀ ମା’ ଶାରଳାଙ୍କ ମନ୍ଦିର ପରିଦର୍ଶନ କରି ପୂଜାର୍ଚ୍ଚନା କରିଥିଲେ । ସେ ମନ୍ଦିର ସେବାୟତ, ପୁରୋହିତ ଓ ଜନସାଧାରଣଙ୍କ ସହିତ ମା’ ଶାରଳା ମନ୍ଦିର ସମନ୍ବିତ ବିକାଶ ଓ ପାରିପାର୍ଶ୍ବିକ କାର୍ଯ୍ୟର ଉନ୍ନତିକରଣ ଉପରେ ଆଲୋଚନା କରିଥିଲେ । ସହଜ ଟ୍ରାଫିକ ବ୍ୟବସ୍ଥା ନିମନ୍ତେ ମା’ ଶାରଳାଙ୍କ ମନ୍ଦିରକୁ ଏକ ବିକଳ୍ପ ନୂଆ ରାସ୍ତା ନିର୍ମାଣ ସମ୍ପର୍କରେ ବିଚାର କରିବାକୁ ପରାମର୍ଶ ଦେବା ସହ ମା’ ଶାରଳା ମନ୍ଦିର ଉନ୍ନୟନ ଓ ପାରିପାର୍ଶ୍ବିକ କାର୍ଯ୍ୟ ନିମନ୍ତେ ଜମି ଅଧିଗ୍ରହଣ ଉପରେ ଅଗ୍ରାଧିକାର ଦେଇଥିଲେ ।