ଓଡିଶା

odisha

ETV Bharat / state

ଆଜିଠୁ 5ଟି ସଚିବଙ୍କ ଦୁଇ ଦିନିଆ ଜଗତସିଂହପୁର ଗସ୍ତ, ବିରୋଧ କରିବ କଂଗ୍ରେସ

ଆଜି ଜଗତସିଂହପୁର ଜିଲ୍ଲା ଗ୍ରସ୍ତ କରିବେ 5ଟି ସଚିବ ଭିକେ ପାଣ୍ଡିଆନ । ଦୁଇଦିନ ଧରି ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର ସମୀକ୍ଷା କରିବାର କାର୍ଯ୍ୟକ୍ରମ ରହିଛି । ସେପଟେ ସଚିବଙ୍କ ଗସ୍ତକୁ ବିରୋଧ କରିବାକୁ ପ୍ରସ୍ତୁତ କଂଗ୍ରେସ । ଅଧିକ ପଢନ୍ତୁ

vk pandian visit jagatsinghpur
vk pandian visit jagatsinghpur

By

Published : Jun 29, 2023, 7:59 AM IST

5ଟି ସଚିବଙ୍କ ଦୁଇ ଦିନିଆ ଜଗତସିଂହପୁର ଗସ୍ତ

ଜଗତସିଂହପୁର: ଆଜି ଜଗତସିଂହପୁର ଗସ୍ତରେ ଆସିବେ 5ଟି ସଚିବ ଭିକେ ପାଣ୍ଡିଆନ । 5ଟି ସଚିବଙ୍କ ଦୁଇ ଦିନିଆ ଗସ୍ତକୁ ନେଇ ଜିଲ୍ଲା ପ୍ରଶାସନ ଓ ଜିଲ୍ଲା ବିଜେଡି ପକ୍ଷରୁ ସମସ୍ତ ପ୍ରସ୍ତୁତି କରାଯାଇଛି । ସକାଳ 9ଟାରେ 5ଟି ସଚିବ ଏରସମା ସ୍ଥିତ ଶିଆଳି ବେଳାଭୂମିରେ ପହଞ୍ଚିବେ । ସେଠାରେ ସ୍ଥାନୀୟ ଜନସାଧାରଣଙ୍କ ସହ ଅଞ୍ଚଳର ସମସ୍ୟାକୁ ନେଇ ଆଲୋଚନା କରିବାର କାର୍ଯ୍ୟକ୍ରମ ରହିଛି । ସେପଟେ 5ଟି ସଚିବଙ୍କ ଗସ୍ତକୁ ବିରୋଧ କରିବାକୁ ପ୍ରସ୍ତୁତ ହୋଇଛି ଜିଲ୍ଲା କଂଗ୍ରେସ ।

ସକାଳ 10ଟା 30 ମିନିଟରେ ପାରାଦ୍ୱୀପ ଅଭିମୁଖେ ବାହାରି ସେଠାରେ ମିଶନ କାଫେ ପରିଦର୍ଶନ ଓ ଅନ୍ୟାନ୍ୟ କାର୍ଯ୍ୟକ୍ରମରେ ସାମିଲ ହେବେ । ମଧ୍ୟାହ୍ନ 12ଟା ସୁଦ୍ଧା କୁଜଙ୍ଗରେ ଆୟୋଜିତ କାର୍ଯ୍ୟକ୍ରମରେ ଯୋଗ ଦେବା ସହିତ ଗଡ଼ କୁଜଙ୍ଗ ସ୍ଥିତ କୁଞ୍ଜ ବିହାରୀ ମନ୍ଦିରରେ ମହାପ୍ରଭୁ ଜଗନ୍ନାଥଙ୍କ ଦର୍ଶନ କରିବେ ଭିକେ ପାଣ୍ଡିଆନ । ଏହାପରେ କୁଜଙ୍ଗ ସ୍ଥିତ କୁଞ୍ଜ ବିହାରୀ ମନ୍ଦିରରେ ମହାପ୍ରଭୁ ଜଗନ୍ନାଥଙ୍କ ଦର୍ଶନ କରିବେ । ସେଠାରୁ କୁଜଙ୍ଗ ସ୍ଥିତ ବିବି ହାଇସ୍କୁଲରେ ଏକ ସାଧାରଣ ସଭାରେ ଯୋଗଦେଇ ଲୋକଙ୍କ ସମସ୍ୟା ସମ୍ପର୍କରେ ଆଲୋଚନା କରିବେ । ଅପରାହ୍ନ ୪ଟା ସମୟରେ ସଡକ ପଥରେ ଜଗତସିଂହପୁରରେ ପହଞ୍ଚି ସ୍ଥାନୀୟ ଏସଭିଏମ କଲେଜରେ ଆୟୋଜିତ ଏକ ସଭାରେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି । ପରେ ପରେ ନବକୃଷ୍ଣ ଚୌଧୁରୀ ଷ୍ଟାଡିୟମରେ ଏକ ସାଧାରଣ ସଭାରେ ଯୋଗ ଦେବେ ସଚିବ।

5ଟି ସଚିବଙ୍କ ଜିଲ୍ଲା ଗସ୍ତକୁ ନେଇ ଚିହିକି ଉଠି କଂଗ୍ରେସ । ଜିଲ୍ଲା କଂଗ୍ରେସ ସଭାପତି ନଟବର ବାରିକ କହିଛନ୍ତି ଯେ, ଜଣେ ବେତନ ପ୍ରାପ୍ତ ସରକାରୀ ଅଧିକାରୀଙ୍କ ଗ୍ରସ୍ତକୁ ନେଇ ଯେଉଁସବୁ ବ୍ୟବସ୍ଥା କରାଯାଉଛି ତାହା ଠିକ ନୁହେଁ । ସେ ଜଣେ ସରକାରୀ କର୍ମଚାରୀ, ତାଙ୍କ ଗ୍ରସ୍ତକୁ ନେଇ ଶାସକ ବିଜେଡି ପକ୍ଷରୁ ମିଶନ ଶକ୍ତି ମହିଳାଙ୍କୁ ତାଙ୍କ ସଭାକୁ ଆଣିବାକୁ ବ୍ୟବସ୍ଥା କରିଛି । ସେହିପରି ଏସଭିଏମ କଲେଜରେ ହେବାକୁ ଥିବା କାର୍ଯ୍ୟକ୍ରମରେ ବିଭିନ୍ନ ମହା ବିଦ୍ୟାଳୟର ଛାତ୍ରଛାତ୍ରୀ ଯୋଗଦେବାର ବ୍ୟବସ୍ଥା କରାଯାଇଛି । ଯାହା ଗଣତାନ୍ତ୍ରିକ ପଦ୍ଧତିର ହତ୍ୟା ବୋଲି କଂଗ୍ରେସ ଜିଲ୍ଲା ସଭାପତି କହିଛନ୍ତି । ଆଜି 5ଟି ସଚିବ ଭିକେ ପାଣ୍ଡିଆନଙ୍କ ଗସ୍ତକୁ ବିରୋଧ କରାଯିବ ବୋଲି ଜିଲ୍ଲା ଯୁବ କଂଗ୍ରେସ ସଭାପତି ପ୍ରଶାନ୍ତ ମଲ୍ଲିକ କହିଛନ୍ତି । ତେବେ ଏ ସମ୍ପର୍କରେ ଶାସକ ବିଜେଡିର ପ୍ରତିକ୍ରିୟା ମିଳିପାରିନାହିଁ ।

ଇଟିଭି ଭାରତ, ଜଗତସିଂହପୁର

ABOUT THE AUTHOR

...view details