ଓଡିଶା

odisha

ETV Bharat / state

ମା' ଶାରଳାଙ୍କ ପୀଠରେ 5T ସଚିବ, ଫୋକସରେ ମନ୍ଦିରର ସୌନ୍ଦର୍ଯ୍ୟକରଣ - ଜଗତସିଂହପୁର ଖବର

ଜଗତସିଂହପୁର ଜିଲ୍ଲା ଅଧିଷ୍ଠାତ୍ରୀ ଦେବୀ ଝଙ୍କଡ ମା’ ଶାରଳାଙ୍କ ମନ୍ଦିରରେ 5T ସଚିବ । ମନ୍ଦିରରେ ପହଞ୍ଚି ମାଆଙ୍କ ଦର୍ଶନ କରିଛନ୍ତି 5T ସଚିବ ଭିକେ ପାଣ୍ଡିଆନ । ଅଧିକ ପଢନ୍ତୁ

ଶାରଳାଙ୍କ ପୀଠରେ 5T ସଚିବ
ଶାରଳାଙ୍କ ପୀଠରେ 5T ସଚିବ

By

Published : Apr 26, 2022, 9:07 AM IST

Updated : Apr 26, 2022, 11:29 AM IST

ଜଗତସିଂହପୁର: ଜିଲ୍ଲା ଅଧିଷ୍ଠାତ୍ରୀ ଦେବୀ ଝଙ୍କଡ ମା’ ଶାରଳାଙ୍କ ମନ୍ଦିରରେ 5T ସଚିବ । ମନ୍ଦିରରେ ପହଞ୍ଚି ମା'ଙ୍କ ଦର୍ଶନ କରିଛନ୍ତି 5T ସଚିବ ଭିକେ ପାଣ୍ଡିଆନ । ମା'ଙ୍କର ଦର୍ଶନ କରିବା ସହ ମନ୍ଦିରର ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟ ଓ ଐତିହ୍ୟର ବିକାଶ ବାବଦରେ ସ୍ଥିତି ଅନୁଧ୍ୟାନ କରିଛନ୍ତି । ପୀଠର ବିଭିନ୍ନ ପ୍ରକାର ଉନ୍ନୟନମୂଳକ କାର୍ଯ୍ୟ ନେଇ ବିଭାଗୀୟ ଅଧିକାରୀ ଓ ସେବାୟତଙ୍କ ସହ ଆଲୋଚନା କରିଛନ୍ତି ।

ଶାରଳାଙ୍କ ପୀଠରେ 5T ସଚିବ

ପ୍ରଥମେ ମା' ଙ୍କ ଦର୍ଶନ କରିବା ସହ ମନ୍ଦିର ବେଢ଼ା ପରିକ୍ରମା କରିଥିଲେ 5ଟି ସଚିବ । ପରେ ଜିଲ୍ଲାପାଳ ମନ୍ଦିରର ନକ୍ସା ସାହାଯ୍ୟରେ ମନ୍ଦିର ସୂଚନା ପ୍ରଦାନ କରିଥିଲେ । ପରେ ମନ୍ଦିରର ସମସ୍ୟା ନେଇ ସେବାୟତ ଓ ଜିଲ୍ଲାପାଳଙ୍କ ସହ ଆଲୋଚନା କରିଥିଲେ । ମନ୍ଦିର ପରିସରରେ ଥିବା ଚନ୍ଦନ ପୋଖରୀ, ମନ୍ଦିର ବେଢ଼ା, ମୁଖ୍ୟ ଫାଟକ ଦ୍ଵାରରେ ବିଭିନ୍ନ ସମସ୍ୟା ରହିଥିବା ବେଳେ ସମସ୍ତ ସମସ୍ୟାକୁ ଯଥାଶୀଘ୍ର ସମାଧାନ କରାଯିବା ନେଇ 5T ସଚିବ ସେବାୟତଙ୍କୁ ପ୍ରତିଶ୍ରୁତି ଦେଇଛନ୍ତି ।

ଶାରଳାଙ୍କ ପୀଠରେ 5T ସଚିବ

ଏହି ଗସ୍ତକୁ ନେଇ ଜିଲ୍ଲା ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି । ମନ୍ଦିରର ଉନ୍ନତି ଏବଂ ଅନ୍ୟାନ୍ୟ ବିକାଶମୂଳକ କାର୍ଯ୍ୟ ପାଇଁ ଏକ ମାଷ୍ଟରପ୍ଲାନ ପ୍ରସ୍ତୁତ କରାଯିବ । ମନ୍ଦିରର ବିକାଶକୁ ଗୁରୁତ୍ବ ଦେଇ ଏହି ଗସ୍ତ କରିଛନ୍ତି 5ଟି ସଚିବ । ମନ୍ଦିରର ବିକାଶ ପାଇଁ ମୁଖ୍ୟମନ୍ତ୍ରୀ ସ୍ପଷ୍ଟ ନିର୍ଦ୍ଦେଶ ଦେଇଛନ୍ତି ।

ପ୍ରକାଶ ଥାଉ କି, ଏପ୍ରିଲ 21 ତାରିଖରେ କଟକ ଚଣ୍ଡି ମନ୍ଦିର ପରିଦର୍ଶନ କରିଥିଲେ 5T ସଚିବ ଭି.କେ ପାଣ୍ଡିଆନ । ମା'ଙ୍କ ଦର୍ଶନ କରିବା ସହ ମନ୍ଦିର ପ୍ରକଳ୍ପ ଉନ୍ନତିକରଣ କାର୍ଯ୍ୟର ନେଇ ସମୀକ୍ଷା କରିଥିଲେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Apr 26, 2022, 11:29 AM IST

ABOUT THE AUTHOR

...view details