କଟକ: ଜଗସିଂହପୁର ଜିଲ୍ଲା କୁଜଙ୍ଗ ବ୍ଲକର ଢିଙ୍କିଆ ଅଞ୍ଚଳରେ ଲୋକମାନଙ୍କ ଉପରେ ପୋଲିସର ଲାଠିଚାଳନା ଘଟଣାର ନିରପେକ୍ଷ ତଦନ୍ତ ପ୍ରସଙ୍ଗ ନେଇ ଦାଏର ତିନୋଟି ମାମଲାରେ ଆଜି ହାଇକୋର୍ଟରେ ପୁଣି ଶୁଣାଣି ହୋଇଛି ।
ପୁଣି ଢିଙ୍କିଆ ଗସ୍ତ କରିବ ହାଇକୋର୍ଟଙ୍କ ସ୍ବତନ୍ତ୍ର କମିଟି ଘଟଣାସ୍ଥଳ ଅନୁଧ୍ୟାନ ପାଇଁ ଅଦାଲତ ୫ ଜଣିଆ ଆଇନଜୀବୀ ଦଳ ଗଠନ କରିଥିବା ବେଳେ ଏହି କମିଟି ଆଜି 4 ଟି ପୃଥକ ରିପୋର୍ଟ ହାଇକୋର୍ଟରେ ଦାଖଲ କରିଛନ୍ତି। ୩ ଆବେଦନକାରୀଙ୍କ ଓକିଲ, ଏଜିଏ ଦେବକାନ୍ତ ମହାନ୍ତି, ଜନ୍ମେଜୟ କଟକିଆ ପ୍ରମୁଖ ଆସନ୍ତା ୫ ତାରିଖରେ ଘଟଣାସ୍ଥଳରେ ପୁନଶ୍ଚ ଗସ୍ତ କରି ହାଇକୋର୍ଟରେ ସର୍ବସମ୍ମତ ରିପୋର୍ଟ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ । ଅନୁଧ୍ୟାନ କରି ବାସ୍ତବିକ ଘଟଣା ସମ୍ପର୍କରେ ହାଇକୋର୍ଟରେ ରିପୋର୍ଟ ଦାଖଲ କର ମୁଖ୍ୟ ବିଚାରପତି ଡକ୍ଟର ଜଷ୍ଟିସ ଏସ ମୂରଲୀଧର ଓ ଜଷ୍ଟିସ ଆରକେ ପଟ୍ଟନାୟକଙ୍କୁ ନେଇ ଗଠିତ ଖଣ୍ଡପୀଠ ଏହି ନିର୍ଦ୍ଦେଶନାମା ଦେଇଛନ୍ତି।
ଆସନ୍ତା ମାର୍ଚ୍ଚ ୧୧ ତାରିଖରେ ମାମଲାର ପରବର୍ତ୍ତୀ ଶୁଣାଣି ପାଇଁ ଦିନ ଧାର୍ଯ୍ୟ କରିଛନ୍ତି। ଜଗତସିଂହପୁର ଜିଲ୍ଲାପାଳ ଓ ଏସପିଙ୍କ ଉପସ୍ଥିତିରେ ଉଭୟ ସପକ୍ଷବାଦୀ ଓ ବିପକ୍ଷବାଦୀଙ୍କ ମତକୁ ଭିଡିଓ ରେକର୍ଡ କରିବାକୁ ନିର୍ଦ୍ଦେଶ ରହିଛି। ୫ ତାରିଖରେ ଆଇନଜୀବୀ କମିଟି ଗସ୍ତ କରି ଫେରିବା ପରେ ଜଗତସିଂହପୁର ଜିଲ୍ଲାପାଳ ହାଇକୋର୍ଟରେ ସତ୍ୟପାଠ ଦାଖଲ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ସୂଚନାଯୋଗ୍ୟ ଗତ ୧୯ ତାରିଖରେ ଆଇନଜୀବୀ କମିଟି ଗସ୍ତ ସମୟରେ ଢିଙ୍କିଆରେ ଉତ୍ତେଜନା ପ୍ରକାଶ ପାଇଥିଲା। ପୂର୍ବରୁ ଢିଙ୍କିଆ ଅଞ୍ଚଳରେ ଘଟିଥିବା ଘଟଣା ସମ୍ପର୍କରେ ରାଜ୍ୟ ସରକାରଙ୍କ ପକ୍ଷରୁ ଏକ ଷ୍ଟାଟସ ରିପୋର୍ଟ ହାଇକୋର୍ଟରେ ରଖାଯାଇଥିଲା।
ଏହି ମାମଲାରେ ଆବେଦନକାରୀ ରାଜ୍ୟ ସରକାରଙ୍କ ମୁଖ୍ୟ ଶାସନ ସଚିବ, ଗୃହ ବିଭାଗ ସଚିବ, କେନ୍ଦ୍ର ସରକାର, ଜଗତସିଂହପୁର ଜିଲ୍ଲାପାଳ ଓ ଏସପିଙ୍କୁ ପକ୍ଷଭୁକ୍ତ କରିଛନ୍ତି।।
କଟକରୁ ନାରାୟଣ ସାହୁଙ୍କ ସହ ଜଗତସିଂପୁରରୁ ସୁଶାନ୍ତ ପାତ୍ର, ଇଟିଭି ଭାରତ