ଓଡିଶା

odisha

ETV Bharat / state

ଜଗତସିଂହପୁରରେ 47 କୋରୋନା ପଜିଟିଭ ଚିହ୍ନଟ, ସଂଖ୍ୟା ଛୁଇଁଲା 1055

ଜଗତସିଂହପୁର ଜିଲ୍ଲାରେ ଆଉ 47 ଜଣ କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଜିଲ୍ଲା ମୋଟ 1055 ଜଣ କରୋନାରେ ଆକ୍ରାନ୍ତ ହୋଇ ଥିବା ଜିଲ୍ଲା ପ୍ରଶାସନ ସୂଚନା ଦେଇଛି। ଅଧିକ ପଢନ୍ତୁ...

ଜଗତସିଂହପୁରରେ 47 କୋରୋନା ପଜିଟିଭ ଚିହ୍ନଟ, ମୋଟ 1055 କୁ ଛୁଇଁଲା
ଜଗତସିଂହପୁରରେ 47 କୋରୋନା ପଜିଟିଭ ଚିହ୍ନଟ, ମୋଟ 1055 କୁ ଛୁଇଁଲା

By

Published : Aug 16, 2020, 9:56 PM IST

ଜଗତସିଂହପୁର: ଜିଲ୍ଲାରେ ପୁଣି 47 ଜଣ କୋରୋନା ଆକ୍ରାନ୍ତ ଚିହ୍ନଟ । ବର୍ତ୍ତମାନ ପର୍ଯ୍ୟନ୍ତ ଜିଲ୍ଲା ମୋଟ 1055 ଜଣ କରୋନା ରେ ଆକ୍ରାନ୍ତ ହୋଇ ଥିବା ଜିଲ୍ଲା ପ୍ରଶାସନ ସୂଚନା ଦେଇଛି।

ଜଗତସିଂହପୁରରେ 47 କୋରୋନା ପଜିଟିଭ ଚିହ୍ନଟ, ମୋଟ 1055 କୁ ଛୁଇଁଲା

ଜଗତସିଂହପୁର ଜିଲ୍ଲାରେ ଚିହ୍ନଟ ହୋଇଥିବା 47 ଆକ୍ରାନ୍ତଙ୍କ ମଧ୍ୟରୁ ବାଲିକୁଦାରୁ 2, ଜଗତସିଂହପୁର ରୁ 2, କୁଜଙ୍ଗ ରୁ 8, ନାଉଗାଁରୁ 14, ପାରାଦ୍ବୀପରୁ 13 ,ରଘୁନାଥପୁରରୁ 4, ଓ ତିର୍ତ୍ତୋଲରୁ 4 ଜଣ ଚିହ୍ନଟ ହୋଇଛନ୍ତି । କୁଜଙ୍ଗରୁ ଆଜି 8 ଜଣ ଆକ୍ରାନ୍ତ ଚିହ୍ନଟ ହେବା ପରେ କୁଜଙ୍ଗ ବଜାର କୁ ଆସନ୍ତା 17 ତାରିଖ ପର୍ଯ୍ୟନ୍ତ ସଟଡାଉନ କରି ଦିଆଯାଇଛି । ସଂକ୍ରମଣ ବଢ଼ୁଥିବାରୁ ଜିଲା ପ୍ରଶାସନ ପକ୍ଷରୁ ଏହିଭଳି ପଦକ୍ଷେପ ଗ୍ରହଣ କରାଯାଇଛି।

ତେବେ ପାରାଦ୍ବୀପ ତୈଳ ବିଶୋଧନାଗାରରେ କାର୍ଯ୍ୟ କରୁଥିବା 10 ଜଣ କୋରୋନା ଆକ୍ରାନ୍ତ ହୋଇଥିବା ଜଣାପଡିଛି । ସେମାନେ କାହା କାହା ସଂସ୍ପର୍ଶରେ ଆସିଛନ୍ତି ତାକୁ ନେଇ ପ୍ରଶାସନ ତଦନ୍ତ ଆରମ୍ଭ କରିଛି ।

ଜଗତସିଂହପୁରରୁ ସୁଶାନ୍ତ କୁମାର ପାତ୍ର,ଇଟିଭି ଭାରତ

ABOUT THE AUTHOR

...view details