ଜଗତସିଂହପୁର ଜିଲ୍ଲାକୁ ଛୁଇଁଲା କୋରୋନା
18:26 May 06
17:25 May 06
ଜଗତସିଂହପୁର ଜିଲ୍ଲାରେ 4 କୋରୋନା ପଜିଟିଭ
ଜଗତସିଂହପୁର: ଗ୍ରୀନ ଜୋନରେ ଥିବା ଜଗତସିଂହପୁର ଜିଲ୍ଲାରେ କୋରୋନା ପ୍ରବେଶ କରିଛି । ଜିଲ୍ଲାକୁ ଫେରିଥିବା ପ୍ରବାସୀ ମାନଙ୍କ ସ୍ବାବ ନମୁନା ପରୀକ୍ଷଣରୁ 4ଜଣ କୋରୋନା ପଜିଟିଭ ରହିଥିବା ଜଣାପଡିଛି । ଏହା ସହ ରାଜ୍ୟର ମୋଟ କୋରୋନା ପଜିଟିଭ ସଂଖ୍ୟା 185ରେ ପହଞ୍ଚିଛି । ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ମିଳିଛି ।
କୋରୋନା ପଜିଟିଭ ଚିହ୍ନଟ ହୋଇଥିବା 4ଜଣଙ୍କ ବୟସ ଯଥାକ୍ରମେ 26ବର୍ଷ, 32ବର୍ଷ, 30ବର୍ଷ ଓ 47 ହୋଇଥିବା ସ୍ବାସ୍ଥ୍ୟ ବିଭାଗ ପ୍ରକାଶ କରିଛି । ସମସ୍ତେ ସୁରଟ ଫେରନ୍ତା ହୋଇଥିବା ବେଳେ କ୍ବାରେଣ୍ଟାଇନରେ ରହିଥିବା ଜଣାପଡିଛି ।
ଜଗତସିଂହପୁରରୁ ସୁଶାନ୍ତ କୁମାର ପାତ୍ର, ଇଟିଭି ଭାରତ