ଓଡିଶା

odisha

ETV Bharat / state

ବିଦ୍ୟୁତ ସଂସ୍ପର୍ଶରେ ଆସି ଗୋଟିଏ ପରିବାରର ୩ ମୃତ - ଜଗତସିଂହପୁର ବିଦ୍ୟୁତ ଦୁର୍ଘଟଣା

ଜଗତସିଂହପୁର ଜିଲ୍ଲା ତିର୍ତ୍ତୋଲ ଥାନ ଅନ୍ତର୍ଗତ ବାଣୀତୋ ଗ୍ରାମରେ ବିଦ୍ୟୁତ ସଂସ୍ପର୍ଶରେ ଆସି ପରିବାରର ବାପା, ମା ଓ ଝିଅର ମୃତ୍ୟୁ । ଅଧିକ ପଢନ୍ତୁ...

ବିଦ୍ୟୁତ ସଂସ୍ପର୍ଶରେ ଗୋଟିଏ ପରିବାରର ୩ ମୃତ
ବିଦ୍ୟୁତ ସଂସ୍ପର୍ଶରେ ଗୋଟିଏ ପରିବାରର ୩ ମୃତ

By

Published : Oct 6, 2021, 9:12 PM IST

ଜଗତସିଂହପୁର: ଜିଲ୍ଲାର ତିର୍ତ୍ତୋଲ ଥାନ ଅନ୍ତର୍ଗତ ବାଣୀତୋ ଗ୍ରାମରେ ଅଘଟଣ। ବିଦ୍ୟୁତ ନେଲା ପରିବାରର ତିନି ଜୀବନ । ଖବର ଅନୁସାରେ ତିର୍ତ୍ତୋଲ ଥାନା ଅନ୍ତର୍ଗତ ବାଣୀତୋ ଗ୍ରାମର କାମିନୀ ସ୍ୱାଇଁ ନାମକ ଜୈନିକା ମହିଳା ହିଟରରେ ରୋଷେଇ କରୁଥିବା ସମୟରେ ବିଦ୍ୟୁତ ସଂସ୍ପର୍ଶରେ ଆସି ଯାଇଥିଲେ। ଯାହାକୁ ଦେଖି ଝିଅ କାମିନୀ ନିଜ ମା’କୁ ଉଦ୍ଧାର କରିବା ପାଇଁ ଯିବା ସମୟରେ ସେ ମଧ୍ୟ ବିଜୁଳି ସଂସ୍ପର୍ଶରେ ଆସି ଯାଇଥିଲେ।

ବିଦ୍ୟୁତ ସଂସ୍ପର୍ଶରେ ଗୋଟିଏ ପରିବାରର ୩ ମୃତ

ମା’, ଝିଅ ଉଭୟ ବିଦ୍ୟୁତ ସଂସ୍ପର୍ଶରେ ଆସିଯାଇଥିବା ଦେଖି ମହିଳାଙ୍କ ସ୍ୱାମୀ ପିଣ୍ଟୁ ସ୍ୱାଇଁ ସେମାନଙ୍କ ଉଦ୍ଧାର କରିବାକୁ ଯାଇ ସେ ମଧ୍ୟ ବିଜୁଳି ସଂସ୍ପର୍ଶରେ ଆସି ଯାଇଥିଲେ। ପରେ ତିନି ଜଣଙ୍କର ବିଦ୍ୟୁତ ଆଘାତରେ ମୃତ୍ୟୁ ହୋଇ ଯାଇଥିଲା। ସେମାନଙ୍କୁ ପ୍ରଥମେ ସ୍ଥାନୀୟ ଲୋକେ ଉଦ୍ଧାର କରି ପ୍ରଥମେ ମଣିଜଙ୍ଗା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ପରେ ଜଗତସିଂହପୁର ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଥିଲା।ତେବେ ବାପା, ମା ଓ ଝିଅଙ୍କୁ ଡାକ୍ତର ମୃତ ଘୋଷଣା କରିଛନ୍ତି। ଯାହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଶୋକକୁଳ ପରିବେଶ ସୃଷ୍ଟି ହୋଇଛି।

ଜଗତସିଂହପୁରରୁ ସୁଶାନ୍ତ କୁମାର ପାତ୍ର, ଇଟିଭି ଭାରତ

ABOUT THE AUTHOR

...view details