ଜଗତସିଂହପୁର : ଜଗତସିଂହପୁର ଜିଲ୍ଲା କୁଜଙ୍ଗ ଅଞ୍ଚଳରୁ ୨୫କେଜିର ହରିଣ ମାଂସ ଜବତ ହୋଇଛି । ସୂଚନାନୁସାରେ ଜିଲ୍ଲାର ଭୁତମୁଣ୍ଡାଇ ପୋଲ ନିକଟରୁ ବନବିଭାଗ ଏହାକୁ ଜବତ କରିଛି । ତେବେ ଉକ୍ତ ଘଟଣାରେ ସମ୍ପୃକ୍ତ ଥିବା ଜଣେ ଯୁବକକୁ ଗିରଫ କରିଛି ପୋଲିସ । ଏହାସହ ଯୁବକ ଠାରୁ ଏକ ସ୍କୁଟି ଜବତ କରିଛି ।
ଗିରଫ ଯୁବକ ଜଣକ କେନ୍ଦ୍ରାପଡ଼ା ଜିଲ୍ଲା ଖରିନାସୀ ଅଞ୍ଚଳର ବୋଲି ଜଣାପଡ଼ିଛି । ଗିରଫ ବ୍ୟକ୍ତି ଜଣକ ୨୫ କେଜିର ଚୋରା ହରିଣ ମାଂସ ବିକ୍ରି ପାଇଁ ଯାଉଥିବାବେଳେ କୁଜଙ୍ଗ ବନବିଭାଗର ସ୍କ୍ୱାର୍ଡ ହାବୁଡ଼ରେ ପଡ଼ିଥିଲା ।